
ତ୍ରିନାଥ ବାରିକ(ସତ୍ୟବାଦୀ): ୧୬।୦୪ – ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଜନ୍ମପୀଠରେ ରାଜ୍ୟ ସରକାରଙ୍କ 5 ଟି ସଚିବ ଭିକେ ପାଣ୍ଡିଆନ । ସୁଆଣ୍ଡୋରେ ଚାଲିଥିବା ଉନ୍ନୟନମୂଳକ କାର୍ଯ୍ୟ ସମୀକ୍ଷା କରିଛନ୍ତି ।
ସୂଚନା ଅନୁଯାୟୀ,ସୁଆଣ୍ଡୋରେ ୧୫.୧୬ କୋଟି ବ୍ୟୟରେ ନିର୍ମାଣଧୀନ ପାର୍କ, ରାସ୍ତା, ମନ୍ଦିର, ଗୋପବନ୍ଧୁଙ୍କ ବାସ ଗୃହର କାମ ଅନୁଧ୍ୟାନ ସହ ସ୍ଥିତି ସମୀକ୍ଷା କରିବା ପାଇଁ,ଆଜି(ଶନିବାର) ସକାଳ ସମୟରେ ରାଜ୍ୟ ସରକାରଙ୍କ 5 ଟି ସଚିବ ଭିକେ ପାଣ୍ଡିଆନ ସୁଆଣ୍ଡୋ ଗସ୍ତ କରିଛନ୍ତି । ଏହି ଗସ୍ତ ସମୟରେ ପୁରୀ ଜିଲ୍ଲାପାଳଙ୍କ ସହ ବରିଷ୍ଠ ପ୍ରଶାସନିକ ଅଧିକାରୀ ଉପସ୍ଥିତ ରହିଥିଲେ ।

ଏହି ଅବସରରେ ପୁରୀ ଜିଲ୍ଲାପାଳ କହିଛନ୍ତି ଯେ, ୨୫ କୋଟିରୁ ଉର୍ଦ୍ଧ ଟଙ୍କାର କାମ ଚାଲିଛି । ସ୍ଥିତି ସମୀକ୍ଷା କରାଯାଇଛି । ଆଗାମୀ ୨/୩ ମାସ ମଧ୍ୟରେ କାମ ସାରିବାକୁ ଲକ୍ଷ ରଖାଯାଇଛି । ସୁଆଣ୍ଡୋ ଗ୍ରାମ ବାସିଙ୍କର ଅନ୍ୟ କିଛି ଦାବି ଥିଲେ, ସେ ଉପରେ ଧ୍ୟାନ ଦିଆଯିବ । ଶିବ ମନ୍ଦିର, ଉତ୍କଳମଣି ମ୍ୟୁଜିୟମ, ଶଠିଘର ପୁନଃରୁଦ୍ଧାର ଭଳି କାମ ଚାଲିଛି । ଖୁବଶୀଘ୍ର ଏହି ସବୁ କାମ ସରିବ ।



