ବାଲେଶ୍ବର ଏମ୍‌ସ ସାଟେଲାଇଟ୍‌ ସେଣ୍ଟରର ସାପ୍ତାହିକ ଓପିଡି ସେବା ଆଜିଠାରୁ ଆରମ୍ଭ ହେଲା

ବାଲେଶ୍ବର: ବାଲେଶ୍ବର ଜାତୀୟ ରାଜପଥ ବାମପଦାଠାରେ ନବନିର୍ମିତ ଏମ୍‌ସ ସାଟେଲାଇଟ୍‌ ସେଣ୍ଟରର ସାପ୍ତାହିକ ଓପିଡି ସେବା ଆଜିଠାରୁ ଆରମ୍ଭ ହୋଇଛି। ବିଶେଷଜ୍ଞ ଡାକ୍ତରମାନେ ସକାଳ ୮ଟାରୁ ମଧ୍ୟାହ୍ନ ୧ ଘଟିକା ପର୍ଯ୍ୟନ୍ତ ରୋଗୀସେବା ପ୍ରଦାନ କରିଥିଲେ। ଏହି ଦୁଇଦିନରେ ଏଣ୍ଡୋକ୍ରିନୋଲୋଜି (ଅନ୍ତଃସ୍ରାବୀ ଗ୍ରନ୍ଥି ରୋଗ) ବିଭାଗର ବିଶେଷଜ୍ଞ ଡାକ୍ତର କିଶୋର କୁମାର ବେହେରା, ଜେନେରାଲ୍ ସର୍ଜରୀ(ଶଲ୍ୟ ଚିକିତ୍ସା) ବିଭାଗର ବିଶେଷଜ୍ଞ ଡାକ୍ତର ଶାନ୍ତନୁ କୁମାର ସାହୁ ଏବଂ ସ୍କିନ୍(ଚର୍ମ ରୋଗ) ବିଭାଗର ବିଶେଷଜ୍ଞ ଡାକ୍ତର ମନୋଜ କୁମାର ନାୟକ ରୋଗ ସମ୍ବନ୍ଧ‌ରେ ପରାମର୍ଶ ଦେଇଥିଲେ।

ବହିଃର୍ବିଭାଗ ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ନହେବା ପର୍ଯ୍ୟନ୍ତ ପ୍ରତି ସପ୍ତାହର ଦୁଇଦିନ(ଶନିବାର ଓ ରବିବାର) ବିଭିନ୍ନ ବିଭାଗର ବିଶେଷଜ୍ଞ ଡାକ୍ତରମାନଙ୍କ ଦ୍ୱାରା ସକାଳ ୮ଟାରୁ ମଧ୍ୟାହ୍ନ ୧ ଘଟିକା ପର୍ଯ୍ୟନ୍ତ ରୋଗୀସେବା ପ୍ରଦାନ କରାଯିବ ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଚୈତ୍ର ପୂର୍ଣ୍ଣିମାରେ ବରଗଡ଼ର ଅଧିଷ୍ଠାତ୍ରୀ ଦେବୀ ମା ସମଲେଶ୍ବରୀଙ୍କ ପାଳିତ ହେଲା ଗଙ୍ଗା ଜଳାଭିଷେକ ଓ ମହାସ୍ନାନ ଉତ୍ସବ...

Sat Apr 16 , 2022
ନବୀନ ଦାସ(ବରଗଡ଼) ୧୬/୦୪: ଆଜି ଚୈତ୍ର ପୂର୍ଣ୍ଣିମା,ପ୍ରତିବର୍ଷ ଏହି ଦିନରେ ବରଗଡ଼ର ଅଧିଷ୍ଠାତ୍ରୀ ଦେବୀ ମା ସମଲେଶ୍ବରୀଙ୍କ ଗଙ୍ଗା ଜଳାଭିଷେକ ସହ ମହାସ୍ନାନ ଉତ୍ସବ ପାଳିତ ହୋଇଥାଏ । ହେଲେ କରୋନା ମହାମାରୀ କାରଣରୁ ଗତ ଦୁଇବର୍ଷ ହେବ ମାଆଙ୍କ ମହାସ୍ନାନ ଉତ୍ସଵ ବନ୍ଦ ଥିବା ବେଳେ ଚଳିତ ବର୍ଷ ମାଙ୍କ ଜଳାଭିଷେକ କରିବା ପାଇଁ ହଜାର ହଜାର ଭକ୍ତ ଓ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା । ମନ୍ଦିର କମିଟି […]

You May Like

Pin It on Pinterest