ପୂର୍ବତଟ ରେଳପଥ ପକ୍ଷରୁ ୭୧ତମ ଗଣତନ୍ତ୍ର ଦିବସ ପାଳିତ ।

ଭୁବନେଶ୍ୱର ସ୍ଥିତ ରେଳବାଇ ଷ୍ଟାଡିୟମ ଠାରେ ୭୧ତମ ଗଣତନ୍ତ୍ର ଦିବସ ମହାସମାରୋହରେ ପାଳିତ ହୋଇଯାଇଅଛି I ରେଳପଥର ମହାପ୍ରବନ୍ଧକ ଶ୍ରୀ ବିଦ୍ୟା ଭୂଷଣ ଏହି ଅବସରରେ ପତାକା ଉତ୍ତୋଳନ କରିବା ସହ ରେଳବାଇ ସୁରକ୍ଷା ବଳ ପକ୍ଷରୁ ଆୟୋଜିତ ପ୍ୟାରେଡ଼ରେ ଅଭିବାଦନ ଗ୍ରହଣ କରିଥିଲେ I ରେଳବାଇ କର୍ମଚାରୀ ଓ ସେମାନଙ୍କର ପରିବାର ବର୍ଗଙ୍କ ସହିତ ରେଳବ୍ୟବହାରକାରୀ ମାନଙ୍କୁ ଉଦବୋଧନ ଦେଇ ମହାପ୍ରବନ୍ଧକ ଶ୍ରୀ ବିଦ୍ୟାଭୂଷଣ ରେଳବାଇ କର୍ମଚାରୀ ମାନଙ୍କର ନିଷ୍ଠାପର ସେବା, ରେଳପଥର କାର୍ଯ୍ୟ ଦକ୍ଷତା ସହିତ ଯାତ୍ରୀ ସୁବିଧା, ସଂରକ୍ଷା ଓ ନିରାପତ୍ତା, ରେଳମାର୍ଗର ଭିତ୍ତିଭୂମିର ବିକାଶ, ଡିଜିଟାଲ ସେବା ଓ ମାନବ ସମ୍ବଳ ସମ୍ପର୍କରେ ଆଲୋକପାତ କରିଥିଲେ I ଭାରତର ବିକାଶ ପାଇଁ କର୍ମଚାରୀମାନଙ୍କର ନିଷ୍ଠାପର ସେବା ମନବୃତିକୁ ମହାପ୍ରବନ୍ଧକ ପ୍ରଶଂସା କରିଥିଲେ I ରେଳପଥର ଅତିରିକ୍ତ ମହାପ୍ରବନ୍ଧକ ଶ୍ରୀ ସୁଧୀର କୁମାରଙ୍କ ସହିତ ବିଭାଗୀୟ ପ୍ରମୁଖ ଅଧିକାରୀ, ଅନ୍ୟାନ ବରିଷ୍ଠ ଅଧିକାରୀ, କର୍ମଚାରୀ ଓ ସେମାନଙ୍କର ପରିବାର ବର୍ଗ ଏହି ଅବସରରେ ଉପସ୍ଥିତ ଥିଲେ I ରେଳପଥର ଉପ ମହାପ୍ରବନ୍ଧକ ଶ୍ରୀ ଅଶୋକ କୁମାର ମିଶ୍ର ଆୟୋଜିତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ I

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଆଜିର ଖାସ୍ ଖବର

Tue Jan 28 , 2020
୧-ଫୁଲବାଣୀ:‘we are the champions’ ପୁସ୍ତକରେ ସ୍ଥାନ ପାଇଲା ଝୁଲିମାଙ୍କ ସଂଘର୍ଷର କାହାଣୀ। ୨-ଚିନ୍ତା ବଢାଇଛି କରୋନା : କ୍ୟାପିଟାଲ ହସ୍ପିଟାଲ ଏବଂ ଏସସିବି ମେଡିକାଲରେ ସ୍ଵତନ୍ତ୍ର ୱାର୍ଡ। ଭୁବନେଶ୍ୱର ବିମାନ ବନ୍ଦରରେ ଯାତ୍ରୀଙ୍କ ସ୍ବାସ୍ଥ୍ୟ ପରୀକ୍ଷା ପାଇଁ ନିର୍ଦ୍ଦେଶ। ୩-ଲିଙ୍ଗରାଜ ମନ୍ଦିର ପାଇଁ ପ୍ୟାକେଜ୍ ଘୋଷଣା, ଘର ମାଲିକଙ୍କୁ ମିଳିବ ୨୦ ଲକ୍ଷ, ବର୍ଷେ ଯାଏ ମିଳିବ ମାସିକ ୧୫ ହଜାର ଘର ଭଡ଼ା । ୪-ଆର୍ସଲର ମିତ୍ତଲ […]

You May Like

Pin It on Pinterest