ମୁକ୍ତିମଣ୍ଡପ ପଣ୍ଡିତ ସଭା ଦ୍ବାରା ସ୍ଵୀକୃତ ପଞ୍ଜିକାକୁ ନେଇ ପୁଣିଥରେ ବିବାଦ…

ପୁରୀ, ୧୭/୦୪: ମୁକ୍ତିମଣ୍ଡପ ପଣ୍ଡିତ ସଭା ଦ୍ବାରା ସ୍ଵୀକୃତ ପଞ୍ଜିକାକୁ ନେଇ ଚଳିତ ବର୍ଷ ପୁଣିଥରେ ବିବାଦ ଦେଖାଦେଇଛି । ମୁକ୍ତିମଣ୍ଡପ ପଣ୍ଡିତ ସଭା ଦ୍ବାରା ସ୍ଵୀକୃତ ପଞ୍ଜିକା ବିଶ୍ୱସନୀୟ ନୁହେଁ ବୋଲି ପାଞ୍ଜି ସମୀକ୍ଷକମାନେ କହିଛନ୍ତି ।ଏକ ସାମ୍ବାଦିକ ସମ୍ମିଳନୀରେ ଯୁକ୍ତି ରଖିଛନ୍ତି ଯେ, ରାଜ୍ୟରେ ପ୍ରକାଶିତ ସାମନ୍ତ ଚନ୍ଦ୍ରଶେଖର ପଞ୍ଜିକା, ଅସଲି ଖଡ଼ିରତ୍ନ ପଞ୍ଜିକା, ପରମେଶ୍ୱରୀ ପଞ୍ଜିକା ଓ ଶାରଳା ପଞ୍ଜିକାରେ ପଞ୍ଚାଙ୍ଗ ଗଣନା ସମାନ ରହିଥିବାବେଳେ ମୁକ୍ତିମଣ୍ଡପ ପଣ୍ଡିତ ସଭା ସ୍ଵୀକୃତ ରାଧାରମଣ ପ୍ରେସ ପଞ୍ଜିକା ସଂପୂର୍ଣ୍ଣ ଭିନ୍ନ ରହିଛି ।

ଯାହାଦ୍ୱାରା ଏହି ପଞ୍ଜିକା ଅନୁସରଣ କଲେ ଜନ୍ମ ଜାତକ, ପୁଷ୍କର ଦୋଷ, ଶ୍ରାଦ୍ଧ ଦିବସ ଓ ଲଗ୍ନ ଭୁଲ ହେବା ସମ୍ଭାବନା ରହିଛି। ପାଞ୍ଜି ସମୀକ୍ଷକ ଓ ଗଣକ ମାନଙ୍କ ପକ୍ଷରୁ ବାରମ୍ବାର ମୁକ୍ତିମଣ୍ଡପ ପଣ୍ଡିତ ସଭା, ଜଗତଗୁରୁ ଶଙ୍କରାଚାର୍ଯ୍ୟ, ଗଜପତି ମହାରାଜ ଓ ଶ୍ରୀମନ୍ଦିର ପ୍ରଶାସନକୁ ଜଣାଇଥିଲେ ମଧ୍ୟ ନିର୍ଭୁଲ ପାଞ୍ଜି ପ୍ରକାଶ ହେଉ ନାହିଁ । ମୁକ୍ତିମଣ୍ଡପ ପଣ୍ଡିତ ସଭା ଅଧିନରେ ଥିବା ବିଭିନ୍ନ ବ୍ରାହ୍ମଣ ଶାସନରେ ଥିବା ବିଜ୍ଞ ଗଣକ, ପାଞ୍ଜିକା ଓ ଧର୍ମଶାସ୍ତ୍ରଜ୍ଞକୁ ନେଇ ମୁକ୍ତିମଣ୍ଡପ ପଣ୍ଡିତ ସଭା ନିଜସ୍ଵ ପାଞ୍ଜି ପ୍ରଚଳନ କରିବାକୁ ସାମ୍ବାଦିକ ସମ୍ମିଳନୀରେ ଦାବି ହୋଇଛି ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଆନ୍ତର୍ଜାତୀୟ ମାନବାଧିକାର ପରିଷଦ ଓଡିଶା ପକ୍ଷରୁ ପ୍ରବାଦ ପୁରୁଷ ଟଲ୍ ମ୍ୟାନ ବିଜୁବାବୁଙ୍କ ଶ୍ରାଦ୍ଧ ବାର୍ଷିକୀ ରେ ବାଇକ୍ ରାଲି...

Mon Apr 18 , 2022
ପ୍ରମୋଦ ନାୟକ(ଭୁବନେଶ୍ବର): ଆନ୍ତର୍ଜାତୀୟ ମାନବାଧିକାର ପରିଷଦ ଓଡିଶା ଶାଖା ପକ୍ଷରୁ ପ୍ରବାଦ ପୁରୁଷ, ଟଲମ୍ୟାନ୍ ବିଜୁ ପଟ୍ଟନାୟକଙ୍କ ଶ୍ରାଦ୍ଧ ବାର୍ଷିକ ଅବସରରେ ବାଇକ ଶୋଭାଯାତ୍ରା ଓ ଶାଖା କାର୍ଯ୍ୟାଳୟ ଉଦଘାଟିତ ହୋଇଯାଇଛି।ରାଜ୍ୟ ସଭାପତି ସରୋଜ ତରାସିଆଙ୍କ ନେତୃତ୍ବରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବିଜେଡି ମୁଖପାତ୍ର ସୁଲତା ଦେଓ ଯୋଗଦେଇ ବିଜୁ ବାବୁଙ୍କ ନିର୍ଭିକତା, ସାହସୀକତା ଓ ଓଡ଼ିଶା ପ୍ରତି ଏବଂ ଓଡିଆ ମାନଙ୍କ ପାଇଁ ଥିବା […]

You May Like

Pin It on Pinterest