ସାବାଡ୍ ହେବେ ମଦୁଆ ଗାଡ଼ି ଚାଳକ ପୋଲିସ୍ ଓ ପରିବହନ ବିଭାଗ ତରଫରୁ ମିଳିତ ରାତ୍ରୀ କାଳୀନ ଚେକିଂ…

ନମୋ ଗୁରୁ(ସୁବର୍ଣ୍ଣପୁର):ଓଡିଶା ସରକାରଙ୍କ ପରିବହନ କମିଶନର ଙ୍କ ନିର୍ଦେଶାନୁଯାୟୀ ରାତ୍ରି ରେ ସୁବର୍ଣ୍ଣପୁର ଜିଲ୍ଲାରେ ମଦ୍ୟପାନ କରି ଗାଡି ଚଳାଇବା ଉପରେ ପୋଲିସ ଅଧିକାରୀଙ୍କ ସହ ପରିବହନ ବିଭାଗ କର୍ମଚାରୀଙ୍କ ସ୍ୱତନ୍ତ୍ର ମିଳିତ ଯାଞ୍ଚ କରାଯାଇଥିଲା l

ଏହି ସ୍ୱତନ୍ତ୍ର ଯାଞ୍ଚ ସମୟରେ ସମୁଦାୟ 20 ଟି ମାମଲା ଚିହ୍ନଟ କରାଯାଇଥିଲା, 5 ଟି ଗାଡି ଚାଳନା ପ୍ରମାଣ ପତ୍ର ସ୍ଥଗିତ ରଖାଯାଇଥିଲା, 20 ଟି ବିଭିନ୍ନ ଗାଡି କୁ ଅଟକ ରଖାଯାଇଥିବା ବେଳେ,17 ଜଣ ଡ୍ରାଇଭର ଙ୍କୁ ଗିରଫ କରାଯାଇଥିବା ଜିଲ୍ଲା ପରିବହନ ଅଧିକାରୀ ରବୀନ ପଟ୍ଟନାୟକ ସୂଚନା ପ୍ରଦାନ କରିଛନ୍ତି l

ଜିଲ୍ଲପାଳ ସୁବର୍ଣ୍ଣପୁର ଶ୍ରୀମତୀ ଅବୋଲୀ ସୁନିଲ ନରୱଣେ ଓ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଶ୍ରୀ ଅମରେଶ ପଣ୍ଡା ଙ୍କ ନିର୍ଦେଶ କ୍ରମେ ଏହି ରାତ୍ରି କାଳୀନ ସ୍ୱତନ୍ତ୍ର ଯାଞ୍ଚ କାର୍ଯ୍ୟକ୍ରମ ଆର ଟି ଓ ଏବଂ ଏସ ଡି ପି ଓ ଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ରେ ପରିବହନ ବିଭାଗ କର୍ମଚାରୀ ଓ ପୋଲିସ ବିଭାଗର ଅଧିକାରୀଙ୍କ ଦ୍ୱାରା ଜିଲ୍ଲାରେ ଏକକାଳୀନ ଜିଲ୍ଲା ସଦର ମହକୁମା ସହ ବିଭିନ୍ନ ବ୍ଲକ ଅଞ୍ଚଳରେ ଅନୁଷ୍ଠିତ ହୋଇଥିବା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି l

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଆଜିର ଖାସ୍ ଖବର

Tue Apr 19 , 2022
ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୧୬ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨୮୭୯୫୧ଜଣକୁ ବୃଦ୍ଧି ପାଇଛି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୧୨୮୭୯୫୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୧୧୧ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୧୨୭୮୬୬୪ ଜଣ ସୁସ୍ଥ ହୋଇଛନ୍ତି ।  ଆଜିଠୁ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା […]

You May Like

Pin It on Pinterest