ଆଜିର ଖାସ୍ ଖବର

ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୧୬ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨୮୭୯୫୧ଜଣକୁ ବୃଦ୍ଧି ପାଇଛି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୧୨୮୭୯୫୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୧୧୧ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୧୨୭୮୬୬୪ ଜଣ ସୁସ୍ଥ ହୋଇଛନ୍ତି । 

ଆଜିଠୁ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ ଦଶମ ଶ୍ରେଣୀ ସମେଟିଭ୍ ଆସେସମେଣ୍ଟ-୨ ପରୀକ୍ଷା ପାଇଁ ଆଡମିଟ୍ କାର୍ଡ ବୋର୍ଡ ୱେବସାଇଟ୍ ରେ ଉପଲବ୍ଧ ହେବ । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ମାନେ ବୋର୍ଡ ୱେବସାଇଟ୍ ରେ ବିଦ୍ୟାଳୟର କୋଡ୍ ଓ ପାସୱାର୍ଡ ଲଗଇନ୍ କରି ପରୀକ୍ଷାର୍ଥିଙ୍କ ଆଡମିଟ କାର୍ଡ ଡାଇନଲୋଡ କରି ପରୀକ୍ଷାର୍ଥୀଙ୍କୁ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

କେନ୍ଦୁପତ୍ର ସଂଗ୍ରହ ମୂଲ୍ୟରେ ବୃଦ୍ଧି ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ଏହି ନିଷ୍ପତ୍ତି ଅନୁଯାୟୀ ୨୦୨୨ ଫସଲ ବର୍ଷ ପାଇଁ  ଉଭୟ ପ୍ରୋସେସ ଅଞ୍ଚଳ ଓ ଫାଲ ଅଂଚଳରେ କେନ୍ଦୁପତ୍ର ସଂଗ୍ରହ ମୂଲ୍ୟ ରେ ବୃଦ୍ଧି କରାଯାଇଛି। ଏଥିରେ ୭.୫୦ ଲକ୍ଷ କେନ୍ଦୁପତ୍ର ତୋଳାଳୀ ଉପକୃତ ହେବେ ।

ବଢ଼ିବ ଓମଫେଡ୍ କ୍ଷୀର ଦର । ଆସନ୍ତା ୨୧ ତାରିଖରୁ ଲାଗୁ ହେବ ନୂଆ ଦର । ଓମଫେଡ କ୍ଷୀର ଲିଟର ପିଛା ୨ ଟଙ୍କା ବୃଦ୍ଧି ପାଇବ ବୋଲି ସଂସ୍ଥା ପକ୍ଷରୁ କୁହାଯାଇଛି  ।

ଦିଲ୍ଲୀ ଓ ଅନ୍ୟ ରାଜ୍ୟରେ ପରିସ୍ଥିତି ଜଟିଳ ହେଉଥିବା ବେଳେ ଆମ ରାଜ୍ୟର ସ୍ଥିତ ଭଲ ଅଛି । ଦୈନିକ ସଂକ୍ରମଣ ୧୦ ରୁ ୨୦ ମଧ୍ୟରେ ରହୁଛି। ତେଣୁ ସମସ୍ତେ କୋଭିଡ ନିୟମପାଳନ କଲେ ରାଜ୍ୟର ସ୍ଥିତି ନିୟନ୍ତ୍ରଣ ରହିବ । ମାକ୍ସ ପିନ୍ଧିବା କଟକଣା ରାଜ୍ୟରୁ ହଟି ନାହିଁ । ଏବେ ବି ମାସ୍କ ପିନ୍ଧିବା ପାଇଁ ସମସ୍ତଙ୍କୁ କୁହାଯାଇଛି । ଭିଡ଼ ସ୍ଥାନକୁ ଗଲେ ମାକ୍ସ ପିନ୍ଧନ୍ତୁ : ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ।

ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧୨୪୭ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏବେସୁଦ୍ଧା ଦେଶରେ ପ୍ରାୟ ୪ କୋଟି ୩୦ ଲକ୍ଷ ୪୫ ହଜାରରୁ ଅଧିକ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେହିପରି ୧୧୮୬୦ ସକ୍ରିୟ ମାମଲା ରହିଛି ଏବଂ ପ୍ରାୟ ୪ କୋଟି ୨୫ ଲକ୍ଷ ୧୧ ହଜାର ୭୦୧ ଜଣ ସୁସ୍ଥ ହୋଇ ଫେରିଛନ୍ତି । ଏହା ବ୍ୟତୀତ  ୫୨୧୯୬୬ ସଂକ୍ରମିତ ପ୍ରାଣ ହରାଇଛନ୍ତି ।   

କେନ୍ଦ୍ର ସଡ଼କ ପରିବହନ ବିଭାଗ ର ନୂଆ ନିୟମ । ଅକ୍ଟୋବର ପହିଲାରୁ ଗାଡ଼ିରେ ଏୟାର ବ୍ୟାଗ୍ ବାଧ୍ୟତାମୂଳକ ହେବ । ଦେଶରେ ବିକ୍ରି ହେଉଥିବା ସମସ୍ତ ନୂଆ କାରରେ ଏୟାରବ୍ୟାଗ୍ ବ୍ୟବସ୍ଥା ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ୮ଜଣ ଯାତ୍ରୀ ଯାଇପାରୁଥିବା ଗାଡ଼ିରେ ଅତିକମରେ ୬ଟି ଏୟାର ବ୍ୟାଗ୍ ରଖିବା ଅନିର୍ବାଯ୍ୟ । ୧ ଅକ୍ଟୋବର ୨୦୨୨ ପରେ ନିର୍ମିତ ଏମ୍ ଓ୍ବାନ୍ ସିରିଜ୍ ଗାଡ଼ିରେ ଦୁଇଟି ଫ୍ରଣ୍ଟ ସାଇଡ୍ ଏୟାର ବ୍ୟାଗ୍ ଓ ଦୁଇଟି କର୍ଡ଼େନ୍ ଏୟାରବ୍ୟାଗ୍ ଲାଗିବ । ତେବେ ଏୟାରବ୍ୟାଗ୍ ଲାଗିଥିବା ଗାଡ଼ିର ଦାମ୍ ମଧ୍ୟ ବଢ଼ିବ।

ଅର୍ଥନୀତିକ ସଙ୍କଟ ମଧ୍ୟରେ ଗତି କରୁଥିବା ଶ୍ରୀଲଙ୍କାକୁ ଭାରତ ସବୁ ପ୍ରକାରର ସହାୟତା କରୁଛି। ବିଭିନ୍ନ ପ୍ରକାରର ଖାଦ୍ୟ ସାମଗ୍ରୀ ଠାରୁ ଆରମ୍ଭ କରି ତୈଳ ଭଳି ଜରୁରୀ ଜିନିଷ ଭାରତ ସରକାର ଶ୍ରୀଲଙ୍କାକୁ ପଠାଉଛନ୍ତି। ଭାରତର ଏପରି ସହାୟତାକୁ ଆଇଏମଏଫର ଏମଡି କ୍ରିଷ୍ଟାଲିନା ଗେଓରଜିଇଭା ପ୍ରଶଂସା କରିଛନ୍ତି।

ଇଣ୍ଡୋନେସିଆରେ ଆଜି(ମଙ୍ଗଳବାର) ଭୂକମ୍ପର ଝଟକା ଦେଖିବାକୁ ମିଳିଛି । ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୬.୦ ଥିଲା ।

ୟୁକ୍ରେନ୍ ରାଜଧାନୀ କିଭ୍‌କୁ ଦଖଲ କରିବାରେ ବିଫଳ ହେବା ପରେ ରୁଷ ଏବେ ପୂର୍ବ ପ୍ରାନ୍ତରେ ଥିବା ଡୋନବାସକୁ ନିଜ ଅକ୍ତିଆରକୁ ନେବା ପାଇଁ ହମଲା କରୁଛି।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ସରପଞ୍ଚ ଙ୍କ ପ୍ରଜାକୋର୍ଟ,ଠାକୁରାଣୀଙ୍କ ଚାନ୍ଦା ପାଇଁ ଦଳିତ ବର୍ଗର ବ୍ୟକ୍ତିଙ୍କ ପ୍ରତି ଦବଂଗଗିରି...

Tue Apr 19 , 2022
ରାକେଶ ମହାନ୍ତି(କେନ୍ଦ୍ରାପଡ଼ା) ୧୯।୦୪: ମାର୍ଶାଘାଇ ଥାନା ତିଖିରି ପଞ୍ଚାୟତରେ ଅଭାବନୀୟ ଘଟଣା। ସରପଞ୍ଚ ଙ୍କ ପ୍ରଜାକୋର୍ଟ,ଠାକୁରାଣୀଙ୍କ ଚାନ୍ଦା ପାଇଁ ଦଳିତ ବର୍ଗର ବ୍ୟକ୍ତିଙ୍କ ପ୍ରତି ଦବଂଗ ଗିରି । ଦୁଇ ବର୍ଷ ହେଲା ଗାଁ ଠାକୁରାଣୀଙ୍କ ଚାନ୍ଦା ଦେଇ ନଥିବାରୁ ଗାଁରେ ସଭା ଡକାଇ ସରପଞ୍ଚ ଓ ତାଙ୍କ ସହଯୋଗୀମାନେ ସର୍ବସମ୍ମୁଖରେ ତଳେ ଛେପ ପକାଇ ନାକ ଘଷାଇଥିବା ସୂଚନା ମିଳିଛି ଆସିଛି ।ପୀଡ଼ିତ ଗୁରୁଚରଣ ମଳିକଙ୍କ ପତ୍ନୀ ରେଖା […]

You May Like

Pin It on Pinterest