ଏବେ ପାରାଦୀପରେ ନିର୍ମାଣ ହେବ ଜାହାଜ ପ୍ରଥମ ପର୍ଯ୍ୟାୟରେ ପାଇଲଟ୍‌ ଜାହାଜ ନିର୍ମାଣର ଶୁଭାରମ୍ଭ

କୁଳମଣି ଲେଙ୍କା(ପାରାଦୀପ)୧୯/୦୪: ଏବେ ପାରାଦୀପରେ ନିର୍ମାଣ ହେବ ଜାହାଜ । ସୋମବାର ପ୍ରଥମ ପର୍ଯ୍ୟାୟରେ ପାରାଦୀପ ବନ୍ଦରର ଅଧ୍ୟକ୍ଷ ପି.ଏଲ୍‌ ହାରନାଦ୍‌ ଙ୍କ ଦ୍ୱାରା ଏକ ପାଇଲଟ୍‌ ଜାହାଜ ନିର୍ମାଣର ଶୁଭାରମ୍ଭ ହୋଇଛି । ଏହି ଅବସରରେ ବନ୍ଦର ସ୍ଲିପ୍‌ ୱେରେ ଏକ ପାଇଲଟ୍‌ ଜାହାଜର କିଲ୍‌ ଲେଇଂ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।

ସାଧବ ସିପିଂ ଅଫ୍‌ସୋର୍‌ ଇଞ୍ଜିନିୟରିଂ ପ୍ରାଇଭେଟ୍‌ ଲିମିଟେଡ୍‌ କମ୍ପାନି ଟେଣ୍ଡର ମାଧ୍ୟମରେ ଏହି ଜାହାଜ ନିର୍ମାଣ କାମ ହାତକୁ ନେଇଛି । ୩୦ ବର୍ଷ ପୂର୍ବରୁ ନିର୍ମାଣ ହୋଇଥିବା ସ୍ଲିପ୍‌ ୱେରେ କେବଳ ଛୋଟ ଛୋଟ ଲଞ୍ଚ୍‌ର ମରାମତି ହେଉଥିଲା । ମାତ୍ର ଲଞ୍ଚ୍‌ ମରାମତି ଛଡ଼ା ସାଧବ ସିପିଂ କମ୍ପାନି ଏବେଠୁ ଜାହାଜ ନିର୍ମାଣ କାର୍ଯ୍ୟ ଆରମ୍ଭ କରିବାକୁ ଯାଉଛି । ଅଭିଜ୍ଞ ବିଶେଷଜ୍ଞଙ୍କୁ ନେଇ କମ୍ପାନି ବିଶ୍ୱ ସ୍ତରୀୟ ଜାହାଜ ନିର୍ମାଣ କରିବାକୁ ଯୋଜନା ରଖିଛି ।

ଓଡ଼ିଶାରେ ସାମୁଦ୍ରିକ ପରମ୍ପରା ବହୁ ପୁରାତନ ହୋଇଥିବାବେଳେ ଜାହାଜ ନିର୍ମାଣ ଓ ମରାମତି କାମର ଆରମ୍ଭ ଓଡ଼ିଶାକୁ ଏକ ନୂଆ ପରିଚୟ ଦେବ । କେବଳ ସେତିକି ନୁହେଁ, ଏଥିସହିତ ବ୍ୟାପକ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ବୋଲି କମ୍ପାନିର ନିର୍ଦ୍ଦେଶକ ଦେବାହୁତି ଚୌଧୁରୀ କହିଛନ୍ତି। ଗୋଟିଏ ପାଇଲଟ୍‌ ଜାହାଜର ଲମ୍ବ ୨୦ରୁ ୩୦ ମିଟର ମଧ୍ୟରେ ହେବ ।

ଏଥିରେ ୧୨ଶହରୁ ୧୮ଶହ ହର୍ସପାୱାର ଇଞ୍ଜିନ ଲାଗିବ । ସେହିପରି ଶୀତତାପ କୋଠରି ରହିବ । ଏହାର ନିର୍ମାଣ ଖର୍ଚ୍ଚ ୩ରୁ ୬ କୋଟି ଟଙ୍କା ମଧ୍ୟରେ ରହିବ । ଆଗକୁ ଗ୍ରାହକଙ୍କ ଚାହିଦା ଅନୁସାରେ ବଡ଼ ବଡ଼ ଜାହାଜର ନିର୍ମାଣ ଲାଗି ପଦକ୍ଷେପ ନିଆଯିବ ବୋଲି କମ୍ପାନି ପକ୍ଷରୁ କୁହାଯାଇଛି ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଏପ୍ରିଲ ୨୩ରେ ଅନୁଷ୍ଠିତ ହେବ କଥା, କବିତା, ସଂଗୀତ, ନୃତ୍ୟ ଓ ଚିତ୍ରର ସାବଲୀଳ ସମୋରାହ ଶରତ ସଂଧ୍ୟା ୨୦୨୨...

Tue Apr 19 , 2022
ପ୍ରମୋଦ ନାଏକ(ଭୁନନେଶ୍ୱର): ବିଗତ ବଷର୍ମାନଙ୍କ ଭଳି ଏ ବର୍ଷ ଆୟୋଜିତ ହେଉଛି ‘ଶରତ ସଂଧ୍ୟା’ । ପ୍ରସିଦ୍ଧ କବି ଓ ଗୀତିକାର ଶରତ କୁମାର ଦାଶଙ୍କ ସୃଜନ ସମ୍ଭାରକୁ ନେଇ ପ୍ରସ୍ତୁତ ଏ ଅଭିନବ ଉତ୍ସବ ଆସନ୍ତା ୨୩ ତାରିଖ ସଂଧ୍ୟାରେ ସ୍ଥାନୀୟ ରବୀନ୍ଦ୍ର ମଣ୍ଡପରେ ଅନୁଷ୍ଠିତ ହେବ ବୋଲି ଆୟୋଜକ ଅନୁଷ୍ଠାନ ଓଡ଼ିଆ ମିଡିଆର ନିର୍ଦେଶକ ତଥା କଥାଶିଳ୍ପୀ ଶୁଭ୍ରାଂଶୁ ପଣ୍ଡା ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି […]

You May Like

Pin It on Pinterest