ଏପ୍ରିଲ ୨୩ରେ ଅନୁଷ୍ଠିତ ହେବ କଥା, କବିତା, ସଂଗୀତ, ନୃତ୍ୟ ଓ ଚିତ୍ରର ସାବଲୀଳ ସମୋରାହ ଶରତ ସଂଧ୍ୟା ୨୦୨୨…


ପ୍ରମୋଦ ନାଏକ(ଭୁନନେଶ୍ୱର): ବିଗତ ବଷର୍ମାନଙ୍କ ଭଳି ଏ ବର୍ଷ ଆୟୋଜିତ ହେଉଛି ‘ଶରତ ସଂଧ୍ୟା’ । ପ୍ରସିଦ୍ଧ କବି ଓ ଗୀତିକାର ଶରତ କୁମାର ଦାଶଙ୍କ ସୃଜନ ସମ୍ଭାରକୁ ନେଇ ପ୍ରସ୍ତୁତ ଏ ଅଭିନବ ଉତ୍ସବ ଆସନ୍ତା ୨୩ ତାରିଖ ସଂଧ୍ୟାରେ ସ୍ଥାନୀୟ ରବୀନ୍ଦ୍ର ମଣ୍ଡପରେ ଅନୁଷ୍ଠିତ ହେବ ବୋଲି ଆୟୋଜକ ଅନୁଷ୍ଠାନ ଓଡ଼ିଆ ମିଡିଆର ନିର୍ଦେଶକ ତଥା କଥାଶିଳ୍ପୀ ଶୁଭ୍ରାଂଶୁ ପଣ୍ଡା ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।

ସ୍ଥାନୀୟ ସ୍ୟାଣ୍ଡିସ୍ ଟାୱାର ହୋଟଲରେ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ସୂଚନା ଦେଇ ଶ୍ରୀ ପଣ୍ଡା କହିଛନ୍ତି ଯେ ‘ଶରତ ଉତ୍ସବ ୨୦୨୨’ କବିତା, କଥା, ସଂଗୀତ, ନୃତ୍ୟ ଓ ଚିତ୍ରର ଏକ ବିରଳ ସମନ୍ୱୟ । ଉତ୍ସବରେ ରାଜ୍ୟର ଅଗ୍ରଣୀ ପ୍ରକାଶନ ସଂସ୍ଥା ପେନ୍ ଇନ୍ ବୁକ୍ସ ଦ୍ୱାରା ପ୍ରକାଶିତ କବି ଶ୍ରୀ ଦାଶଙ୍କ ନବମ କବିତା ସଂକଳନ ଓ ସଂଗୀତ ଆଲବମ ‘ଅଭିସାର’ ସହ ସ୍ମୃତିକଥା ସଂକଳନ ‘କାହାଣୀ ସରିନାହିଁ’ ଉନ୍ମୋଚିତ ହେବ । ଏ ଅବସରରେ ଲେଖକ ଓ ବାଗ୍ମୀ କୃଷ୍ଣକେଶବ ଷଡ଼ଙ୍ଗୀଙ୍କୁ ପ୍ରଥମ ‘ଶରତ ସମ୍ମାନ’ ପ୍ରଦାନ କରାଯିବ ବୋଲି ଶ୍ରୀ ପଣ୍ଡା କହିଥିଲେ।

ଉତ୍ସବ ସଂଯୋଜକ ତଥା ସମାଜସେବୀ ଶୁଚିସ୍ମିତା ପୃଷ୍ଟି ଅତିଥିମାନଙ୍କ ବାବଦରେ ସୂଚନୋଦଇ କହିଲେ ଯେ ‘ଶରତ ସଂଧ୍ୟା ୨୦୨୨’ କେବଳ ମାତ୍ର ଏକ ସାହିତ୍ୟ ଉତ୍ସବ ନୁହେଁ । ଏହା ମନୋରଂଜନ ଓ ବୌଦ୍ଧିକତାର ଏକ ଯୁଗଳବନ୍ଦୀ। ଏ ଉତ୍ସବରେ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାଶ, ଭୁବନେଶ୍ୱର ମେୟର ସୁଲୋଚନା ଦାସ, ଭୁବନେଶ୍ୱର ପ୍ରଧାନ ଆୟକର ଆୟୁକ୍ତ ତଥା ଲେଖକ ଧୀରେନ୍ଦ୍ର କୁମାର ମିଶ୍ର, ରାଜ୍ୟ ସରକାରଙ୍କ ଅତିରିକ୍ତ ଶାସନ ସଚିବ ତଥା ଲେଖକ ମଧୁସୂଦନ ପାଢ଼ୀ, ପ୍ରସିଦ୍ଧ କଥାକାର, ଚିନ୍ତକ ଓ ଶିଶୁ ସାହିତ୍ୟିକ ଦାଶ ବେନହୁର, ପ୍ରସିଦ୍ଧ ଚଳଚ୍ଚିତ୍ର ଅଭିନେତା ଓ ସମାଜସେବୀ ସବ୍ୟସାଚୀ ମିଶ୍ର ପ୍ରମୁଖ ଅତିଥି ଭାବେ ଯୋଗଦେବେ ବୋଲି ଶ୍ରୀମତୀ ପୃଷ୍ଟି କହିଥିଲେ । ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଅଜର୍ନ କରିଥିବା ବ୍ୟକ୍ତିବିଶେଷଙ୍କୁ ମଞ୍ଚରେ ସମ୍ବଧର୍ନା ଦିଆଯିବ ବୋଲି ସେ ସୂଚନା ଦେଇଥିଲେ ।

କବି ଶ୍ରୀ ଦାଶଙ୍କ ‘ଅଭିସାର’ କବିତା ସଂକଳନର ୧୦ଟି ନିର୍ବାଚିତ ଗୀତିକବିତାକୁ ନେଇ ସଂଗୀତର ରୂପ ଦେଇଛନ୍ତି ଜଣାଶୁଣା ସଂଗୀତ ନିର୍ଦେଶକ ପ୍ରେମ୍ ଆନନ୍ଦ । ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ରହି ପ୍ରେମ୍ ଆନନ୍ଦ କହିଲେ ଯେ କବିତାକୁ ଗୀତର ରୂପଦେବା ତାଙ୍କ ପାଇଁ ଏକ ଆହ୍ୱାନ। ଶ୍ରୀ ଦାଶଙ୍କ ପୂର୍ବ ସଂକଳନରୁ ପ୍ରସ୍ତୁତ ଆଲବମ୍ ଭଳି ଏଥର ମଧ୍ୟ ସେ ସଂଗୀତରେ ବେଶ୍ ପରୀକ୍ଷାନିରୀକ୍ଷା କରିଛନ୍ତି । ୧୦ଟି ଗୀତକୁ ନେଇ ପ୍ରସ୍ତୁତ ‘ଅଭିସାର’ ଆଲବମ୍‌ରେ କଣ୍ଠଦାନ କରିଛନ୍ତି ରାଜ୍ୟର ଆଗଧାଡ଼ିର କଣ୍ଠଶିଳ୍ପୀ ଦୀପ୍ତିରେଖା ପାଢ଼ୀ, ହ୍ୟୁମାନ ସାଗର, ସବିଶେଷ ମିଶ୍ର, ଦେବକୃପା ମିଶ୍ର, ଆଶୁତୋଷ ମହାନ୍ତି, ବିଷ୍ଣୁମୋହନ କବି, ଲୋପାମୁଦ୍ରା ଦାଶ, ସତ୍ୟଜିତ ପ୍ରଧାନ, ଅନନ୍ୟା ଶ୍ରୀତମ ନନ୍ଦ, ଅଳକା ଓ ଶଶାଙ୍କ ଶେଖର । ଏହି କଣ୍ଠଶିଳ୍ପୀମାନେ ‘ଶରତ ସଂଧ୍ୟା ୨୦୨୦’ରେ ଉପସ୍ଥିତ ରହି ମଞ୍ଚରେ ସଂଗୀତ ପରିବେଷଣ କରିବେ ବୋଲି ପ୍ରେମ୍ ଆନନ୍ଦ ସୂଚନା ଦେଇଛନ୍ତି ।

ସାମ୍ବାଦିକ ସମ୍ମିଳନୀରେ ଯୋଗଦେଇ ସମାଜସେବୀ ଓ ଶିକ୍ଷାବିତ ସବିତା ପଟ୍ଟନାୟକ କହିଛନ୍ତି ଯେ ‘ଶରତ ସଂଧ୍ୟା ୨୦୨୨’କୁ ଅଧିକ ମନୋରମ କରିବା ପାଇଁ ର‍୍ୟାମ୍ପ୍ ଶୋ, ଷ୍ଟୋରୀଟେଲିଂ, ଓଡ଼ିଶୀ ନୃତ୍ୟ ଓ ଚିତ୍ରକଳା ଆଦି ସୃଜନର ନାନାଦି ବିଭବ ସାମିଲ କରାଯାଇଛି । ରାଜ୍ୟର କିଛି ଜଣାଶୁଣା ମହିଳା ବ୍ୟକ୍ତିତ୍ୱ ପାରମ୍ପରିକ ଓଡ଼ିଶୀ ଶାଢ଼ୀ ପରିଧାନ କରି ଶ୍ରୀ ଦାଶଙ୍କ ଗୀତର ତାଳେତାଳେ ର‍୍ୟାମ୍ପ୍‌ ଶୋ’ରେ ଭାଗନେବେ । ଶ୍ରୀ ଦାଶଙ୍କ ଏକ ଗଳ୍ପକୁ ମଞ୍ଚରେ ପ୍ରଦଶର୍ନ କରିବେ ପ୍ରସିଦ୍ଧ ଷ୍ଟୋରୀଟେଲର୍ ପ୍ରାଚୀତାରା ମିଶ୍ର । ଓଡ଼ିଶୀ ଗୁରୁ ଗୌରୀଶଙ୍କର ଦାଶ ଓ ସାଥୀଙ୍କ ଦ୍ୱାରା ଶ୍ରୀ ଦାଶଙ୍କ ଗୀତରେ ନୃତ୍ୟ ପରିବେଷଣ କରାଯିବ । ସେହିପରି ମଞ୍ଚରେ ଲାଇଭ୍ ପେଣ୍ଟିଂର ଯାଦୁ ଦେଖାଇବେ ଜଣାଶୁଣା ଚିତ୍ରଶିଳ୍ପୀ ଚିନ୍ତାମଣି ବିଶ୍ୱାଳ ।

ଏପ୍ରିଲ ୨୩ ତାରିଖ ସଂଧ୍ୟାରେ ରବୀନ୍ଦ୍ର ମଣ୍ଡପରେ ହେବାକୁ ଥିବା ‘ଶରତ ସଂଧ୍ୟା’ରେ ମଞ୍ଚ ପରିଚାଳନା କରିବେ କବି ମୃତ୍ୟୁଞ୍ଜୟ ରଥ । ଉତ୍ସବରେ ବହୁ ସଂଖ୍ୟାରେ ଯୋଗଦେବା ଲାଗି ଓଡ଼ିଆ ମିଡିଆର ନିର୍ଦେଶକ ଶ୍ରୀ ପଣ୍ଡା ଅନୁରୋଧ କରିଛନ୍ତି ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ସମ୍ବଲପୁର-ଲୁହୂରାଚଟି ୫୩ନଂ ମୁଖ୍ୟ ଜାତୀୟ ରାଜପଥ ରେ ସଡ଼କ ଦୁର୍ଘଟଣାରେ ଜଣେ ଗୁରୁତର ବୁର୍ଲା ଡ଼ାକ୍ତରଖାନାକୁ ସ୍ଥାନାନ୍ତର...

Tue Apr 19 , 2022
ନବୀନ ଦାଶ (ଅତାବିରା): ୧୯/୦୪ /୨୨-ସମ୍ବଲପୁର-ଲୁହୂରାଚଟି ୫୩ନଂ ମୁଖ୍ୟ ଜାତୀୟ ରାଜପଥ ରେ ଅତାବିରା ସ୍ଥିତ ସରସ୍ବତୀ ଶିଶୁ ମନ୍ଦିର ସମ୍ଭୁଖରେ ରାଜରାସ୍ତା ଉପରେ ଆଜି ସକାଳ ପାଖାପାଖି ୭ଟା ୩୦ମିନିଟ ସମୟରେ ଏକ ସଡ଼କ ଦୁର୍ଘଟଣା ଘଟି ଯାଇଛି। ସୂଚନା ଯୋଗ୍ୟ ଯେ ବରଗଡ଼ ରୁ ସମ୍ବଲପୁର ଅଭିମୁଖେ ଓଡି ୧୭କ୍ୟୁ ୬୭୭୭ ଏକ ଘରୋଇ ବସ୍ ଯାତ୍ରୀ ଓଲ୍ହାଉଥିବା ସମୟରେ ପଛ ପଟରୁ ଏକ ୩ଚକିଆ ପରିବା […]

You May Like

Pin It on Pinterest