୧-ଫୁଲବାଣୀ:‘we are the champions’ ପୁସ୍ତକରେ ସ୍ଥାନ ପାଇଲା ଝୁଲିମାଙ୍କ ସଂଘର୍ଷର କାହାଣୀ।
୨-ଚିନ୍ତା ବଢାଇଛି କରୋନା : କ୍ୟାପିଟାଲ ହସ୍ପିଟାଲ ଏବଂ ଏସସିବି ମେଡିକାଲରେ ସ୍ଵତନ୍ତ୍ର ୱାର୍ଡ। ଭୁବନେଶ୍ୱର ବିମାନ ବନ୍ଦରରେ ଯାତ୍ରୀଙ୍କ ସ୍ବାସ୍ଥ୍ୟ ପରୀକ୍ଷା ପାଇଁ ନିର୍ଦ୍ଦେଶ।
୩-ଲିଙ୍ଗରାଜ ମନ୍ଦିର ପାଇଁ ପ୍ୟାକେଜ୍ ଘୋଷଣା, ଘର ମାଲିକଙ୍କୁ ମିଳିବ ୨୦ ଲକ୍ଷ, ବର୍ଷେ ଯାଏ ମିଳିବ ମାସିକ ୧୫ ହଜାର ଘର ଭଡ଼ା ।
୪-ଆର୍ସଲର ମିତ୍ତଲ ହାତକୁ ଯାଇପାରେ ପାରାଦୀପର ଓଡ଼ିଶା ସ୍ଲରୀ ପାଇପଲାଇନ୍ ଲିମିଡେଟ୍ ବା OSPIL, ଋଣଦାତାମାନେ ବି ଏହା ଚାହୁଁଛନ୍ତି।
୫-ଆଜିଠୁ ଦୁଇ ଦିନ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା।
୬-ଚିଟ୍ ଫଣ୍ଡ ସଂସ୍ଥାର ସଂପତ୍ତି ବାଜ୍ୟାପ୍ତି କରିବାକୁ ନିର୍ଦ୍ଦେଶ ଦେଲେ କୋର୍ଟ, ସଂପତ୍ତି ବିକ୍ରି କରି ଲବ୍ଧ ଟଙ୍କାକୁ କ୍ଷତିଗ୍ରସ୍ତଙ୍କ ମଧ୍ୟରେ ବାଣ୍ଟିବାକୁ କହିଲେ।
୭-ଯାଜପୁର:ଯାଜପୁର ଜିଲ୍ଲାର ସୁକିନ୍ଦା, କୋରେଇ ଏବଂ ଧର୍ମଶାଳା ଇଲାକାରେ ଘରଦ୍ୱାର ଭଙ୍ଗାରୁଜା କରିବା ସହ ୪ ଜଣଙ୍କ ଜୀବନ ନେଇଥିବା ଦନ୍ତାହାତୀ ଧରାପଡିଲା।
୮-ଇସଲାମାବାଦ: ପାକିସ୍ତାନକୁ ମହଙ୍ଗା ମାଡ,ଅଟା କିଲୋକୁ ୮୦ଟଙ୍କା ଓ ରୁଟି ପଟକୁ ୧୨ଟଙ୍କା।
୯-ଭୁବନେଶ୍ୱର: ଆଜିଠୁ ଚାଲିବ ତିନି ଦିନ ପଦୋନ୍ନତି ଅଦାଲତ। ପ୍ରଥମ ପର୍ଯ୍ୟାୟରେ ୨୨୭୩ ଆବେଦନର ହେବ ଶୁଣାଣି।
୧୦-ଏୟାର ଇଣ୍ଡିଆକୁ ବିକ୍ରି ପାଇଁ କେନ୍ଦ୍ର ସରକାରଙ୍କ ବିଜ୍ଞପ୍ତି ପ୍ରକାଶ : କଡ଼ା ଭାଷାରେ ସମାଲୋଚନା କରିଛନ୍ତି ବିରୋଧୀ।
୧୧-ଆଜିଠୁ ଅନ୍ୟାଦେଶ ଯାଏ ବନ୍ଦ ରହିବ ନନ୍ଦନକାନନ ପକ୍ଷୀ ବିହାର, 1 କିମି ପର୍ଯ୍ୟନ୍ତ ମରାଯିବ କୁକୁଡ଼ା।
୧୨-ଭୁବନେଶ୍ୱରେ ଥିବା ଓଡ଼ିଶା ୟୁନିଭରସିଟି ଅଫ୍ ଏଗ୍ରିକଲଚର ଆଣ୍ଡ ଟେକନୋଲଜି କୁକୁଡା ଫାର୍ମରେ ବାର୍ଡ ଫ୍ଲୁ ହୋଇଥିବା ସୂଚନା ।ଆଜିଠାରୁ କୁକୁଡ଼ା ମରା ଅଭିଯାନ।