ଆଜିଠୁ ରାଜ୍ୟରେ ଆରମ୍ଭ ହେଲା ସ୍କୁଲ ଗାଡିର ଫିଟ୍ ନେସ୍ ଚେକିଂ…

ପ୍ରମୋଦ ନାୟକ(ଭୁବନେଶ୍ୱର) ୨୦।୦୪ : ଆରମ୍ଭ ହେଲା ସ୍କୁଲ ଗାଡିର ଫିଟ୍ ନେସ୍ ଚେକିଂ। ଆଜିଠୁ ରାଜ୍ୟର ସବୁ RTO ପକ୍ଷରୁ ସ୍କୁଲ ଯାନବାହନର କଡାକଡି ଫିଟ୍ ନେସ୍ ଚେକିଂ କରାଯାଉଛି ।

ସୂଚନା ଅନୁଯାୟୀ, ରାଜ୍ୟର କେତେକ ସ୍କୁଲରେ କାଗଜପତ୍ର ଠିକ୍ ନ ଥିବା ଗାଡ଼ି ଛୋଟ ପିଲାଙ୍କୁ ବିପଦସଙ୍କୁଳ ଅବସ୍ଥାରେ ପରିବହନ କରୁଥିବା ଅଭିଯୋଗ ହେଉଛି।ସେଥିପାଇଁ ସ୍କୁଲ ପିଲାଙ୍କୁ ନେବା ଆଣିବା କରୁଥିବା ସବୁ ପ୍ରକାର ଗାଡ଼ିର ଫିଟନେସ୍, ପରମିଟ, ଇନସୁରାନ୍ସ, ପଲ୍ୟୁସନ ସାର୍ଟିଫିକେଟ ଆଦି ଯାଞ୍ଚ କରାଯାଉଛି। ନିର୍ଦ୍ଦିଷ୍ଟ ସଂଖ୍ୟାଠୁ ଅଧିକ ସଂଖ୍ୟାରେ ପିଲା ପରିବହନ କରୁଥିଲେ ଗାଡ଼ିର ଏବଂ ଚାଳକଙ୍କ ଲାଇସେନ୍ସ ଆଦି ଚେକିଂ କରାଯାଉଛି। ଆସନ୍ତା ୨୭ ତାରିଖ ଯାଏ ଏହି ସ୍ପେଶାଲ ଡ୍ରାଇଭ ଚାଲିବ ।ପରିବହନ କମିଶନର ଅରୁଣ ବୋଥ୍ରା ଆସନ୍ତା ୨୮ ତାରିଖରେ ରିପୋର୍ଟ ଦେବାକୁ ଆଞ୍ଚଳିକ ପରିବହନ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ସମଗ୍ର ଦେଶରେ ରେକର୍ଡ ସୋନପୁର ଜିଲ୍ଲାରେ ହେଉଛି ଅଗ୍ନି ବର୍ଷା ଆଜି ସର୍ବୋଚ୍ଚ ତାପମାତ୍ରା୪୪.୫ ସେଲସିୟସ...

Wed Apr 20 , 2022
ଭୁବନେଶ୍ଵର ୨୦।୦୪: ସାରା ରାଜ୍ୟରେ ବଢୁଛି ଗ୍ରୀଷ୍ମ ପ୍ରକୋପ । ଦିନକୁ ଦିନ ପାରଦ ଉପରମୁହାଁ ହେବାରେ ଲାଗିଛି। ବିଶେଷ କରି ପଶ୍ଚିମ ଓଡିଶାର ହାଲ ବେହାଲ । ସୋନପୁରରେ ଜିଲ୍ଲାରେ ହେଉଛି ଅଗ୍ନି ବର୍ଷା। ତାତିରେ ସମଗ୍ର ଦେଶରେ ରେକର୍ଡ କରିଥିବା ସୋନପୁର କ୍ରମାଗତ ଦ୍ଵିତୀୟ ଦିନରେ ରାଜ୍ୟର ସବୁଠୁ ଉତ୍ତପ୍ତ ସହର ପାଲଟିଛି। ଆଜି ସୋନପୁରର ସର୍ବୋଚ୍ଚ ତାପମାତ୍ରା ୪୪.୫ ଡିଗ୍ରୀ ରେକର୍ଡ କରାଯାଇଛି। ଚଳିତ ବର୍ଷ […]

You May Like

Pin It on Pinterest