
ଦୁଃଶାସନ ପୃଷ୍ଟି(ଢେଙ୍କାନାଳ): କନେଷ୍ଟବଳଙ୍କ ପତ୍ନୀ,ଏସ୍ପିଙ୍କ କାର୍ଯ୍ୟାଳୟ ସମ୍ମୁଖରେ କଲେ ଆତ୍ମହତ୍ୟା ଉଦ୍ୟମ । ଏପରି ଅଭାବନୀୟ ଘଟଣା ଆଜି ଢେଙ୍କାନାଳ ଏସ୍ପିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଦେଖିବାକୁ ମିଳିଛି ।ମହିଳା ଜଣଙ୍କ ଆତ୍ମହତ୍ୟା ଉଦ୍ୟମ କରିବାକୁ ଯାଉଥିବା ବେଳେ ତାଙ୍କୁ ଉଦ୍ଧାର କରାଯାଇଛି।
ସୂଚନା ଅନୁସାରେ ମହିଳାଙ୍କ ସ୍ବାମୀ ଢେଙ୍କାନାଳ ଜିଲ୍ଲାରେ ଜଣେ ପୁଲିସ କନେଷ୍ଟବଳ ଭାବରେ କାର୍ଯ୍ୟରତ। କିନ୍ତୁ ସେ ଦ୍ବିତୀୟ ବିବାହ କରିଥିବା ସହ,ବିଭିନ୍ନ ସମୟରେ ନିଜ ପତ୍ନୀଙ୍କୁ ନିର୍ଯ୍ୟାତନା ଦେଇଆସୁଛନ୍ତି ବୋଲି ପୀଡିତାଙ୍କ ଅଭିଯୋଗ ।ଏ ସମ୍ପର୍କରେ ସେ ବାରମ୍ବାର ପୁଲିସ ନିକଟରେ ଅଭିଯୋଗ କଲେ ମଧ୍ୟ ନ୍ୟାୟ ନ ପାଇବାରୁ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି ବୋଲି ସେ କହିଛନ୍ତି ।



