ଆଜିର ଖାସ୍ ଖବର

୧-ଆଜି ଶ୍ରୀପଞ୍ଚମୀ, ସରସ୍ଵତୀ ପୂଜା,ଭଞ୍ଜ ଜୟନ୍ତୀ ଓ ମହାତ୍ମାଗାନ୍ଧୀଙ୍କ ପୁନ୍ଯ ତିଥି।

୨-ପ୍ରଥମ ଶ୍ରେଣୀରୁ ପିଲା କହିବେ ଇଂଲିଶ ! ସବୁ ସ୍କୁଲରେ ଦିଆଯିବ ସ୍ପୋକନ୍ ଇଂଲିଶ ଶିକ୍ଷା।
ରାଜ୍ୟର ସବୁ ଜିଲ୍ଲାରେ 101ଟି ବିଦ୍ୟାଳୟକୁ ଉତ୍ସର୍ଷ କେନ୍ଦ୍ର ଭାବେ ବିକଶିତ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ।

୩-ଆସନ୍ତା ଶିକ୍ଷାବର୍ଷରୁ ଦଶମ ଶ୍ରେଣୀ ପିଲାଙ୍କୁ ସଡ଼କ ସୁରକ୍ଷା ପାଠ ପଢ଼ାଇବାକୁ ସୁପ୍ରିମକୋର୍ଟଙ୍କ ପ୍ରସ୍ତାବ।

୪-ବସରେ ମହିଳାଙ୍କ ପାଇଁ ଉଦ୍ଦିଷ୍ଟ ସିଟରେ ପୁରୁଷ ବସିଲେ ହେବ କଡ଼ା କାର୍ଯ୍ୟାନୁଷ୍ଠାନ- ପରିବହନ ମନ୍ତ୍ରୀ।

୫-ମାର୍ଚ୍ଚ ମାସରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ବାର୍ଷିକ ପରୀକ୍ଷା। ରିପୋର୍ଟ କାର୍ଡ ନେବେ ଅଭିଭାବକ।

୬-ଜାତୀୟ ରାଜପଥରେ ବି ସ୍ପିଡ୍‌ ଡ୍ରାଇଭିଂକୁ ଜଗିବ ସିସିଟିଭି, ଘରକୁ ଯିବ ଇ-ଚାଲାଣ।

୭-ଶ୍ରମ ବିଭାଗର ଅଫିସ ଅଫ୍‌ ଲେବର କମିସନ, ଡାଇରେକ୍ଟର ଅଫ୍‌ ଫ୍ୟାକ୍ଟ୍ରି ଆଣ୍ଡ ବ୍ରଏଲର ଏବଂ ଡାଇରେକ୍ଟର ଅଫ୍‌ ଇଏସ୍‌ଆଇ ମୋ ସରକାରରେ ଯୋଡ଼ି ହେଲା।

୮-ଚୀନ: କରୋନା ଭାଇରସରେ ୧୩୨ମୃତ,୯୦୦୦ଆକ୍ରାନ୍ତ। ଭୁବନେଶ୍ୱର ବିମାନ ବନ୍ଦରରେ ଆରମ୍ଭ ହେଲା ଥର୍ମାଲ ସ୍କାନିଂ।

୯-ହାମିଲଟନ: ସୁପର ଓଭରରେ ମ୍ୟାଚ ସହ ନ୍ୟୁଜିଲାଣ୍ଡରେ ପ୍ରଥମ ଟି୨୦ ସିରିଜ ଜିତିଲା ଭାରତ।

୧୦-ନିର୍ଭୟା ଅପରାଧୀ ମୁକେଶର ସମସ୍ତ ନ୍ୟାୟିକ ବିକଳ୍ପ ସମାପ୍ତ, ଏବେ ଫାଶୀ ସୁନିଶ୍ଚିତ।

୧୧-ଭିଜିଲା ଓଡ଼ିଶା ,ବଢ଼ିବ ଜାଡ, ଆସନ୍ତା ୨୪ ଘଣ୍ଟା ଭିତରେ ବଢିପାରେ ଶୀତ ଓ କୁହୁଡି।

୧୨-ଯାଜପୁର: ନରହନ୍ତା ଦନ୍ତାହାତୀର ନୂଆ ଠିକଣା ହେଲା ଚନ୍ଦକା ସ୍ଥିତ ଗୋଡିବାରୀ ଅଂଚଳ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଆଜିର ଖାସ୍ ଖବର

Fri Jan 31 , 2020
୧-ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ଆଭ୍ୟନ୍ତରୀଣ ଓ ଉପକୂଳ ଓଡ଼ିଶାରେ ବର୍ଷା ସମ୍ଭାବନା। ୨-ନୂଆ ଦିଲ୍ଲୀ:ସଦର୍ଣ୍ଣ ଆର୍ମି କମାଣ୍ଡର ଭାବେ ଦାୟିତ୍ୱ ନେଲେ ଓଡ଼ିଆ ଲେଫ୍ଟନାଣ୍ଟ ଜେନେରାଲ୍ ଚଣ୍ଡି ପ୍ରସାଦ ମହାନ୍ତି। ୩-ପୁରୀ ସହର ହେବ ଭିକାରିମୁକ୍ତ- ଭିକାରୀଙ୍କୁ ମିଳିବ ଧନ୍ଦାମୂଳକ ପ୍ରଶିକ୍ଷଣ , କିନ୍ନରଙ୍କୁ ମିଳିବ ପେନସନ। ୪-ରାଜ୍ୟରେ ନାହାନ୍ତି କରୋନା ସନ୍ଦିଗ୍ଧ, ଚିହ୍ନଟ ହେଲେ ପୁନେକୁ ରକ୍ତ ପରୀକ୍ଷା ପାଇଁ ପଠାଯିବ- ସ୍ଵାସ୍ଥ୍ୟ ସଚିବ ନିକୁଞ୍ଜ […]

You May Like

Pin It on Pinterest