ସମଗ୍ର ଦେଶରେ ରେକର୍ଡ ସୋନପୁର ଜିଲ୍ଲାରେ ହେଉଛି ଅଗ୍ନି ବର୍ଷା ଆଜି ସର୍ବୋଚ୍ଚ ତାପମାତ୍ରା୪୪.୫ ସେଲସିୟସ…

ଭୁବନେଶ୍ଵର ୨୦।୦୪: ସାରା ରାଜ୍ୟରେ ବଢୁଛି ଗ୍ରୀଷ୍ମ ପ୍ରକୋପ । ଦିନକୁ ଦିନ ପାରଦ ଉପରମୁହାଁ ହେବାରେ ଲାଗିଛି। ବିଶେଷ କରି ପଶ୍ଚିମ ଓଡିଶାର ହାଲ ବେହାଲ । ସୋନପୁରରେ ଜିଲ୍ଲାରେ ହେଉଛି ଅଗ୍ନି ବର୍ଷା। ତାତିରେ ସମଗ୍ର ଦେଶରେ ରେକର୍ଡ କରିଥିବା ସୋନପୁର କ୍ରମାଗତ ଦ୍ଵିତୀୟ ଦିନରେ ରାଜ୍ୟର ସବୁଠୁ ଉତ୍ତପ୍ତ ସହର ପାଲଟିଛି।

ଆଜି ସୋନପୁରର ସର୍ବୋଚ୍ଚ ତାପମାତ୍ରା ୪୪.୫ ଡିଗ୍ରୀ ରେକର୍ଡ କରାଯାଇଛି। ଚଳିତ ବର୍ଷ ରାଜ୍ୟରେ ସର୍ବାଧିକ ତାପମାତ୍ରାରେ ସୋନପୁର ରେକର୍ଡ କରିଛି। ଗତକାଲି ସୋନପୁରର ପାରଦ ୪୪.୪ ଡିଗ୍ରୀ ରେକର୍ଡ କରାଯାଇଥିଲା। ବୁଧବାର ତାପମାତ୍ରା ଆଉ ଗୋଟିଏ ଡିଗ୍ରୀ ବୃଦ୍ଧି ଘଟି ୪୪.୫ ସେଲସିୟସ ରହିଛି।ଘରୁ ବାହାରକୁ ବାହାରିବାକୁ ଡରୁଛନ୍ତି ଲୋକେ ।ଅନେଇ ରହିଛନ୍ତି କାଳ ବୈଶାଖୀକୁ ଟର୍ବୀ ଦେଖାନାହିଁ । ଯେଉଁଦିନ ଟିକେ ବର୍ଷ ହେଉଛି ଲୋକେ ଆଶସ୍ଥ ହେଉଛନି, ନହେଲେ ତତଲା କଡେଇରେ ଭାଜି ହେଉଛନ୍ତି ।

ସୂଚନାଯୋଗ୍ୟ, ରାଜ୍ୟରେ ବୃଦ୍ଧି ପାଉଛି ତାପମାତ୍ରା । ଗତକିଛି ଦିନ ଧରି ବିଭିନ୍ନ ସହରରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଛି । କିଛି କିଛି ସ୍ଥାନରେ ୪୪ ଡିଗ୍ରୀ ମଧ୍ୟ ଟପିଗଲାଣି । ଖରାର ପ୍ରକୋପକୁ ନେଇ ଚିନ୍ତାରେ ସ୍ଥାନୀୟ ବାସିନ୍ଦା । ନା ବାହାରକୁ ବାହାରି ପାରୁଛନ୍ତି, ନା ଦିନବେଳା କୌଣସି କାର୍ଯ୍ୟ କରିପାରୁଛନ୍ତି । ଦିନ ୯ ଟା ବେଳୁ ଖରା ଜୋର୍‌ ହେଉଛି । ଅସ୍ତବ୍ୟସ୍ତ ହୋଇଗଲେଣି ଜନ ସାଧାରଣ ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

କରୋନା ବୃଦ୍ଧି ମାମଲା ଚତୁର୍ଥ ତରଙ୍ଗ ଆଣିବ କି? ଦେଶରେ ପୁଣି ଥରେ ଲକ ଡାଉନ ଫେରିବ କି? ଡକ୍ଟର ରମଣ ଙ୍କ ମତରେ ଏହାର ସମ୍ଭାବନା କ’ଣ?

Thu Apr 21 , 2022
ନୂଆଦିଲ୍ଲୀ:ଦେଶରେ ବଢୁଥିବା କରୋନା ମାମଲା ଚତୁର୍ଥ ତରଙ୍ଗର ସଙ୍କେତ କି? ଦେଶରେ ପୁଣି ଥରେ ଲକ ଡାଉନ ଫେରିବ କି? ଦେଶରେ ପରିସ୍ଥିତି ପୁଣି ଥରେ ଅନିୟନ୍ତ୍ରିତ ହୋଇଯିବ କି? ଏହି ପ୍ରଶ୍ନଗୁଡ଼ିକ ସାଧାରଣ ଲୋକଙ୍କ ଚିନ୍ତା ବଢ଼ାଇ ଦେଇଛି | ଦୁଇ ବର୍ଷ ଧରି କରୋନାରେ ପୀଡ଼ିତ ହେବା ପରେ, ଗତ କିଛି ମାସ ଧରି ପରିସ୍ଥିତି ସ୍ୱାଭାବିକ ହେବାରେ ଲାଗିଥିଲା, ସ୍କୁଲ-କଲେଜ, ଅଫିସ୍ ଏବଂ ଦୈ ନନ୍ଦିନ […]

You May Like

Pin It on Pinterest