
ନୂଆଦିଲ୍ଲୀ: ଗୁରୁ ତେଗ ବାହାଦୂରର ୪୦୦ ତମ ଜନ୍ମ ବାର୍ଷିକୀ ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ ଗୁରୁବାର ରାତିରେ ଏକ ନୂତନ ଇତିହାସ ଲେଖିବାକୁ ଯାଉଛନ୍ତି। ମୋଗଲ ଯୁଗର ସ୍ମାରକୀ ଲାଲକିଲ୍ଲାରେ ସୂର୍ଯାସ୍ତ ପରେ ଭାଷଣ ଦେବା ପାଇଁ ନରେନ୍ଦ୍ର ମୋଦୀ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ହେବାକୁ ଯାଉଛନ୍ତି।ଲାଲକିଲ୍ଲାରୁ ପିଏମ ମୋଦୀ ଦେଶକୁ ସମ୍ବୋଧିତ କରିବେ। ତେବେ ପ୍ରଧାନମନ୍ତ୍ରୀ ଲାଲକିଲ୍ଲାର ରାମ୍ପର୍ଟରୁ ନୁହେଁ ବରଂ ଲନରୁ ଦେଶକୁ ସମ୍ବୋଧିତ କରିବେ ।
ସଂସ୍କୃତି ମନ୍ତ୍ରଣାଳୟ ଅଧିକାରୀଙ୍କ ଅନୁଯାୟୀ, ଏହି ଦୁର୍ଗରୁ ହିଁ ମୋଗଲ ଶାସକ ଔରଙ୍ଗଜେବ ୧୬୭୫ ମସିହାରେ ନବମ ଶିଖ ଗୁରୁ ତେଗ ବାହାଦୂରଙ୍କ ମୁଣ୍ଡ କାଟିଦେବାକୁ ନିର୍ଦ୍ଦେଶ ଦେଇଥିଲେ, ଏହି କାରଣରୁ ଲାଲକିଲ୍ଲାକୁ ୪୦୦ ତମ ଜନ୍ମବାର୍ଷିକ ପାଳନ ସ୍ଥଳ ଭାବରେ ବଛା ଯାଇଛି । ଗୁରୁ ତେଗ ବାହାଦୂରର ବାର୍ଷିକୀ ଲାଲକିଲ୍ଲା ହେଉଛି ସେହି ସ୍ଥାନ ଯେଉଁଠାରୁ ସ୍ୱାଧୀନତା ଦିବସରେ ପ୍ରଧାନମନ୍ତ୍ରୀ ଦେଶକୁ ସମ୍ବୋଧିତ କରନ୍ତି |
ସୂଚନାନୁସାରେ, ପ୍ରଧାନମନ୍ତ୍ରୀ ମୋଦୀ ଗୁରୁବାର(ଆଜି) ରାତି ୯ .୩୦ ରେ ଭାଷଣ ଦେବେ। ସ୍ୱାଧୀନତା ଦିବସ ବ୍ୟତୀତ ପ୍ରଧାନମନ୍ତ୍ରୀ ଏହି ଐତିହାସିକ ସ୍ମାରକୀରୁ ଦ୍ୱିତୀୟ ଥର ଭାଷଣ ଦେବେ।
୨୦୧୮ ରେ ସେ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଦ୍ୱାରା ଆଜାଦ ହିନ୍ଦ ସରକାର ଗଠନର ୭୫ ତମ ବାର୍ଷିକୀ ପାଳନ କରିଥିଲେ ଏବଂ ଲାଲକିଲ୍ଲା ରେ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ଏହି ଅବସରରେ ପ୍ରଧାନମନ୍ତ୍ରୀ ସକାଳ ୯ ଟାରେ ଦେଶକୁ ସମ୍ବୋଧିତ କରିଥିଲେ । ଗୁରୁବାରର କାର୍ଯ୍ୟକ୍ରମରେ ୪୦୦ ଶିଖ ସଂଗୀତଜ୍ଞଙ୍କ ପ୍ରଦର୍ଶନ କରିବେ ଏବଂ ଏଥିରେ ଲଙ୍ଗର ମଧ୍ୟ ରହିବ | ଏହି ଅବସରରେ ମୋଦୀ ଏକ ସ୍ମରଣୀୟ ମୁଦ୍ରା ଏବଂ ଡାକ ଟିକେଟ ମଧ୍ୟ ପ୍ରକାଶ କରିବେ ବୋଲି ଅଧିକାରୀ କହିଛନ୍ତି।
ଗୁରୁଦ୍ୱାର ସିସ୍ ଗଞ୍ଜ ସାହେବ ଲାଲକିଲ୍ଲା ନିକଟ ଚାନ୍ଦନୀ ଚୌକ ଅବସ୍ଥିତ | ଏହା ସେହି ସ୍ଥାନରେ ନିର୍ମିତ ହୋଇଛି ଯେଉଁଠାରେ ମୋଗଲମାନେ ଗୁରୁ ତେଗ ବାହାଦୂରଙ୍କ ମୁଣ୍ଡ କାଟିଥିଲେ ଏବଂ ସେ କହିଛନ୍ତି ଯେ ସଂସଦ ନିକଟରେ ଥିବା ଗୁରୁଦ୍ୱାର ରାକବ ଗଞ୍ଜ ସାହିବ ତାଙ୍କ ଶହୀଦ ସ୍ଥାନରେ ନିର୍ମିତ ହୋଇଛି।