ସୁବର୍ଣ୍ଣପୁର ଜିଲ୍ଲା ପରିବହନ କାର୍ଯ୍ୟାଳୟ ରେ ଜିଲ୍ଲାପାଳଙ୍କ ଦ୍ୱାରା କ୍ଵୁ- ମ୍ୟାନେଜମେଣ୍ଟ ସିଷ୍ଟମ ଉଦଘାଟିତ…

Pm


ନମୋଗୁରୁ ହୋତା(ସୋନପୁର): ସୁବର୍ଣ୍ଣପୁର ଜନସାଧାରଣଙ୍କୁ ଜିଲ୍ଲା ପରିବହନ କାର୍ଯ୍ଯାଳୟରେ ସମୟୋଚିତ ଏବଂ ତ୍ଵରିତ ସେବା ଯୋଗାଇଦେବା ଉଦ୍ଦେଶ୍ୟରେ ଜିଲ୍ଲାପାଳ ଅବୋଲି ସୁନିଲ ନରୱଣେ ଙ୍କ ଦ୍ୱାରା କମ୍ପୁଟର୍ ପରିଚାଳିତ କ୍ୟୁ ମ୍ୟାନେଜମେଣ୍ଟ ସିଷ୍ଟମର ଶୁଭ ଉଦ୍ଘାଟନ ହୋଇଯାଇଛି I ଓଡ଼ିଆ ସରକାରଙ୍କ 5 ଟି କାର୍ଯ୍ୟକ୍ରମ ଅନ୍ତର୍ଗତ ଏହି ସ୍କିମ ଦ୍ଵାରା ଜିଲ୍ଲା ପରିବହନ କାର୍ଯ୍ଯାଳୟକୁ ବିଭିନ୍ନ କାମ ପାଇଁ ଆସୁଥିବା ଜନସାଧାରଣଙ୍କ ଭିଡ ହେବନାହିଁ ଏବଂ ସେମାନେ କୌଣସି ଦଲାଲ୍ ବା ତୃତୀୟ ବ୍ୟକ୍ତି ର ବିନା ସହାୟତାରେ କମ୍ପୁଟର ମାଧ୍ୟମରେ ସ୍ଵୟଂ ସହଯୋଗୀ ସେବା ପାଇ ପାରିବେ I


ଆର୍ ଟିଓ ରବିନ୍ ପଟ୍ଟନାୟକଙ୍କ ସୂଚନା ଅନୁସାରେ ଲର୍ଣ୍ଣିଙ୍ଗ ଲାଇସେନ୍ସ ପାଇବା ପାଇଁ ପରୀକ୍ଷାର୍ଥୀ ଙ୍କୁ ଯେଉଁ ଦିନ ଓ ସମୟ ମିଳିଥିବ ତାର ୪୫ ମିନିଟ୍ ଆଗରୁ
ପରିବହନ କାର୍ଯ୍ୟାଳୟରେ ପହଞ୍ଚି ତାଙ୍କରକ୍ୟୁ ଆର୍ କୋଡ଼ କୁ କମ୍ପୁଟର ଦ୍ୱାରା ସ୍କାନ୍ କରି ଟୋକନ ପାଇ ପାରିବେ I ତାପରେ ପ୍ରତିକ୍ଷା ହଲ୍ ରେ କମ୍ପୁଟର ପରଦା ମାଧ୍ୟମରେ ତାଙ୍କର ପରୀକ୍ଷା ସମୟ ଏବଂ କ୍ରମିକ ନମ୍ବର ଜଣାଇ ଦିଆଯିବ l ପ୍ରତିକ୍ଷା ସମୟର ସଠିକ ଉପଯୋଗ ପାଇଁ ତାଙ୍କୁ ସଡକ ସୁରକ୍ଷା ସମ୍ବନ୍ଧୀୟ ବିଭିନ୍ନ ତଥ୍ୟ ପର୍ଦାରେ ଜଣାଇ ଦିଆଯିବ ଏବଂ ତାଙ୍କର ପରୀକ୍ଷା ସମୟ ଆସିଲେ ସେ କମ୍ପୁଟର ମାଧ୍ୟମରେ ଲର୍ଣ୍ଣିଙ୍ଗ ଲାଇସେନ୍ସ ପରୀକ୍ଷା ଦେଇ ଅଳ୍ପ ସମୟ ମଧ୍ୟରେ ଚାଲି ଯାଇପାରିବେ I

ସେହିପରି ବାହନ ପୋର୍ଟାଲ ରେ କମ୍ପୁଟର ମାଧ୍ୟମରେ ଇ ଚାଲାନ , ଗାଡି ରେଜିଷ୍ଟ୍ରେସନ୍, ଡୁପ୍ଲିକେଟ ଆର୍ ସି ,ଫିଟନେସ ସାର୍ଟିଫିକେଟ, ଟ୍ରାନ୍ସଫର୍ ଅଫ ଓନରଶିପ, ପର୍ମିଟ ପ୍ରଦାନ, ହାଇପୋଥିକେଶନ ଇତ୍ୟାଦି ୫୧ ପ୍ରକାର ସେବା ପାଇଁ ନିଜର ଟୋକନ ବାହାର କରି ପାରିବେ l କମ୍ ସମୟ ପ୍ରତିକ୍ଷାରେ ନିର୍ଦ୍ଦେଶିତ କକ୍ଷ କୁ ଯାଇ ଶୀଘ୍ର ନିଜ କାମ କରି ପାରିବେ l ସମଗ୍ର ଓଡ଼ିଶାରେ ପାଇଲଟ ପ୍ରୋଜେକ୍ଟ ହିସାବରେ ସୁବର୍ଣ୍ଣପୁର ରେ କମ୍ ସମୟ ରେ ଏହି କ୍ୟୁ ମ୍ୟାନେଜମେଣ୍ଟ ସିଷ୍ଟମ କାର୍ୟକାରୀ ହୋଇପାରି ଥିବାରୁ ଜିଲ୍ଲପାଳ ସନ୍ତୋଷ ପ୍ରକାଶ କରିଥିଲେ ଏବଂ ଜିଲ୍ଲା ବାସୀଙ୍କୁ ଏହାର ସୁବିଧା ନେବାପାଇଁ ଅନୁରୋଧ କରିଥିଲେ l

ଆଜିର ଏହି ଉଦଘାଟନୀ କାର୍ଯ୍ୟକ୍ରମରେ ଆର୍ ଟିଓ ରବିନ୍ ପଟ୍ଟନାୟକ,ଏ ଆର୍ ଟିଓ ସୁବାସିଶ ସାହୁ ଏବଂ ବିଭିନ୍ନ ଗଣମାଧ୍ୟମର ପ୍ରତିନିଧି ଉପସ୍ଥିତ ଥିଲେ l କାର୍ଯ୍ୟକ୍ରମ ପରିଚାଳନା ରେ ଜିଲ୍ଲା ପରିବହନ କାର୍ଯ୍ଯାଳୟ ର ସମସ୍ତ କର୍ମଚାରୀ ସହଯୋଗ କରିଥିଲେ I

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଉତ୍କଳମଣୀ ଗୋପବନ୍ଧୁ ସ୍ମୃତି ମହାବିଦ୍ୟାଳୟର ବାର୍ଷିକ ଉତ୍ସବ ରେ ଗଣଶିକ୍ଷା ମନ୍ତ୍ରୀ ଓ ଆକାଶ ଦାସ ନାୟକ

Fri Apr 22 , 2022
ତ୍ରିନାଥ ବାରିକ(ସାକ୍ଷୀଗୋପାଳ): ସାକ୍ଷୀଗୋପାଳ ଉତ୍କଳମଣୀ ଗୋପବନ୍ଧୁ ସ୍ମୃତି ମହାବିଦ୍ୟାଳୟ ରେ ପଇଁଚାଳିଶ ତମ ବାର୍ଷିକ ଉର୍ତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ସ୍କୁଲ ଓ ଗଣ ଶିକ୍ଷା ମନ୍ତ୍ରୀ ଶ୍ରୀଯୁକ୍ତ ସମୀରୀ ରଞ୍ଜନ ଦାସ, ମୁଖ୍ୟ ବକ୍ତା ଭାବେ ମୋ କଲେଜେ ଅଭିଯାନର ଆକାଶ ଦାସ ନାୟକ, ସମ୍ମାନିତ ଅତିଥି ଭାବେ ବିଧାୟକ ଶ୍ରୀଯୁକ୍ତ ଉମାକାନ୍ତ ସାମନ୍ତରାୟ, ବ୍ଲକ ଅଧକ୍ଷ ସୁନୀଲ […]

You May Like

Pin It on Pinterest