ବିଦ୍ୟାଳୟରେ ବିନା ଅନୁମତିରେ ଶିକ୍ଷୟିତ୍ରୀ ଙ୍କ ଅନୁପସ୍ଥିତିକୁ ନେଇ ଶିକ୍ଷା ପରିଚାଳନା କମିଟିର ଅସନ୍ତୋଷ…

ସନ୍ତୋଷ କୁମାର ପାତ୍ର (ନର୍ଲା): କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ବେହେରାପାଟି ସରକାରୀ ଉ.ପ୍ରା ବିଦ୍ୟାଳୟ ରେ ବିଗତ ଦୁଇ ମାସ ଧରି ଜଣେ ଶିକ୍ଷୟତ୍ରୀ ପାଠ ନ ପଢାଇ ଲଗାତାର ଛୁଟି ରେ ରହିବା ଘଟଣାକୁ ଗ୍ରାମ୍ୟ ଶିକ୍ଷା କମିଟି ସହଜରେ ଗ୍ରହଣ କରି ପାରୁ ନାହାନ୍ତି | ପ୍ରଧାନ ଶିଷୟିତ୍ରୀ ଓ ଶିକ୍ଷା ପରିଚାଳନା କମିଟି କୁ ଉକ୍ତ ଶିକ୍ଷୟିତ୍ରୀ ଅସମ୍ମାନ ପ୍ରଦର୍ଶନ କରୁଥିବାରୁ ଅଭିଭାବକ ମହଲରେ ଘୋର ଅସନ୍ତୋଷ ଦେଖା ଦେଇଛି |

ଏପରି ସ୍ଥଳେ ସେହି ସ୍କୁଲ ର ଅନ୍ୟ ଜଣେ ବରିଷ୍ଠ ଶିକ୍ଷୟିତ୍ରୀ ମଧ୍ୟ ଦୀର୍ଘ ୧୫ ବର୍ଷ ରୁ ଉର୍ଦ୍ଧ୍ବ ସମୟ ଧରି ପାଠ ନ ପଢ଼ାଇ ଦରମା ଖଣ୍ଡିକ ନେଉଛନ୍ତି, ଏଭଳି ଭାବରେ ଦୁଇ ଜଣ ଶିକ୍ଷୟିତ୍ରୀ ଛାତ୍ର ଛାତ୍ରୀ ମାନଙ୍କୁ ଶିକ୍ଷା ଦେବାରେ ଅବହେଳା କରିଆସୁଛନ୍ତି, ଏହି ବିଷୟରେ ଗ୍ରାମର ଶିକ୍ଷା କମିଟି ବାରମ୍ବାର ବ୍ଲକ ଶିକ୍ଷା ଅଧିକାରୀ ଙ୍କୁ ଲିଖିତ ଓ ମୌଖିକ ଜଣାଇଥିଲେ ମଧ୍ୟ କାର୍ଯ୍ୟାନୁଷ୍ଠାନ ହେଉନାହିଁ କିନ୍ତୁ ବଦଳରେ ଆଡଜଷ୍ଟ କରନ୍ତୁ ବୋଲି କହିବା କେତେ ଦୂର ଯୁକ୍ତିଯୁକ୍ତ ବୋଲି ଶିକ୍ଷା କମିଟି ମତ ପ୍ରକାଶ କରିଛନ୍ତି ।

କାର୍ଯ୍ୟରେ ଅବହେଳା କରୁଥିବା ଶିକ୍ଷକ ଙ୍କୁ ଅଧିକାରୀ ଘଣ୍ଟ ଘୋଡାଇବେ ତା ହେଲେ ଛାତ୍ରଛାତ୍ରୀ ଙ୍କ ଭବିଷ୍ୟତ କଣ ହେବ ତାହା ସାଧାରଣ ରେ ବେଶ ଅନୁମାନ କରାଯାଇପାରେ ? ଏହି ବିଷୟରେ ଶିକ୍ଷା କମିଟି ଅଭିଯୋଗ ଆଣିବା ସହ ଏଥି ପ୍ରତି ଜିଲ୍ଲାପାଳ କଳାହାଣ୍ଡି ଓ ଜିଲ୍ଲା ଶିକ୍ଷା ଅଧିକାରୀ ବିଧିବଦ୍ଧ ତଦନ୍ତ କରି ଶିକ୍ଷାଦାନ ରେ ଅବହେଳା କରୁଥିବା ଶିକ୍ଷକ କିମ୍ବା ଶିକ୍ଷୟତ୍ରୀ ଙ୍କୁ ଏବଂତାଙ୍କୁ ସହଯୋଗ କରୁଥିବା ଅଧିକାରୀ ଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଶିକ୍ଷା ପରିଚାଳନା କମିଟି ଦାବି ଜଣାଇଛନ୍ତି ।

ଏହି ବିଷୟରେ ଆମେ ଏବିଇଓ ଶ୍ରୀଯୁକ୍ତ ନିଆଲ୍ ଙ୍କ ପଟିକ୍ରୀୟା ନେବାରୁ ସେ କହିଥିଲେ, ବର୍ତ୍ତମାନ ବି ଇ ଓ ଅଫିସ୍ କାର୍ଯ୍ୟରେ ଯାଇଛନ୍ତି, ଆସିଲେ ଏହାର ବ୍ୟବସ୍ଥା କରାଯିବ ବୋଲି ମତ ପ୍ରକାଶ କରିଥିଲେ |

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ମାଟ୍ରିକ୍‌ ଓ ଯୁକ୍ତ ଦୁଇ ପରୀକ୍ଷାକୁ ନେଇ ସମୀକ୍ଷା ବୈଠକ...

Fri Apr 22 , 2022
ଭୁବନେଶ୍ୱର, ୨୨/୦୪:ମୁଖ୍ୟ ଶାସନ ସଚିବ ମାଟ୍ରକ ଓ ଯୁକ୍ତ ଦୁଇ ପରୀକ୍ଷା କୁ ନେଇ ସମୀକ୍ଷା କରିଛନ୍ତି । ସୁ ଵେବସ୍ଥା ମଧ୍ୟରେ ସୁଚାରୁରୂପେ ପରୀକ୍ଷା ସମାପନ କରିବା ପାଇଁ ଜିଲ୍ଲା ପ୍ରଶାସନ ଏବଂ ପୋଲିସ ପ୍ରଶାସନ ସହ ଆଜି ଆଲୋଚନା କରିଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର । ପରୀକ୍ଷା କେନ୍ଦ୍ରରେ ଉପଯୁକ୍ତ ସୁରକ୍ଷା ଏବଂ ସୁପରିଚାଳନା ପାଇଁ ପରାମର୍ଶ ଦେଇଛନ୍ତି ସିଏସ୍‌ । ସମୀକ୍ଷା ବୈଠକରେ […]

You May Like

Pin It on Pinterest