ଆଜିର ଖାସ୍ ଖବର

୧-ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ଆଭ୍ୟନ୍ତରୀଣ ଓ ଉପକୂଳ ଓଡ଼ିଶାରେ ବର୍ଷା ସମ୍ଭାବନା।

୨-ନୂଆ ଦିଲ୍ଲୀ:ସଦର୍ଣ୍ଣ ଆର୍ମି କମାଣ୍ଡର ଭାବେ ଦାୟିତ୍ୱ ନେଲେ ଓଡ଼ିଆ ଲେଫ୍ଟନାଣ୍ଟ ଜେନେରାଲ୍ ଚଣ୍ଡି ପ୍ରସାଦ ମହାନ୍ତି।

୩-ପୁରୀ ସହର ହେବ ଭିକାରିମୁକ୍ତ- ଭିକାରୀଙ୍କୁ ମିଳିବ ଧନ୍ଦାମୂଳକ ପ୍ରଶିକ୍ଷଣ , କିନ୍ନରଙ୍କୁ ମିଳିବ ପେନସନ।

୪-ରାଜ୍ୟରେ ନାହାନ୍ତି କରୋନା ସନ୍ଦିଗ୍ଧ, ଚିହ୍ନଟ ହେଲେ ପୁନେକୁ ରକ୍ତ ପରୀକ୍ଷା ପାଇଁ ପଠାଯିବ- ସ୍ଵାସ୍ଥ୍ୟ ସଚିବ ନିକୁଞ୍ଜ ଧଳ।

୫-ଫେବୃଆରୀ ୧ରୁ ବନ୍ଦ ହୋଇଯିବ ମ୍ୟାଗ୍ନେଟିକ୍ ଷ୍ଟ୍ରାଇପ୍ ଏଟିଏମ କାର୍ଡ଼, ଶୀଘ୍ର ବଦଳାଇ ଦିଅନ୍ତୁ ଇଏମଭି ଚିପ୍ ଥିବା ଏଟିଏମ କାର୍ଡକୁ।

୬-କେରଳରେ ଭାରତର ପ୍ରଥମ କରୋନା ଭାଇରସ୍‌ ଆକ୍ରାନ୍ତ ଚିହ୍ନଟ।

୭-ବଜାଜ ଅଟୋର ନିର୍ଦ୍ଦେଶକ ପଦରୁ ହଟିବେ ରାହୁଲ ବଜାଜ, ଶେୟାର ମାର୍କେଟକୁ ଜଣାଇଲା କମ୍ପାନୀ।

୮-ଆଜି ଭାରତ-ନ୍ୟୁଜିଲାଣ୍ଡ ୪ର୍ଥ ଟ୍ବେଣ୍ଟି-୨୦ : ବିଜୟଧାରା ବଜାୟ ଲକ୍ଷ୍ୟରେ ଭାରତ।

୯-ଜେରୁଜେଲମ:ହମାସ ସେନା ଠିକଣା ଉପରେ ଇସ୍ରାଏଲ ବାୟୁସେନାର ଭୀଷଣ ଆକ୍ରମଣ, ଗାଜାରୁ ପଠାଉଥିଲେ ବିସ୍ଫୋରକ ଭରା ବେଲୁନ।

୧୦-ବଦଳିଲା ନିଷ୍ପତ୍ତି,ଏ ବର୍ଷ ଯୁକ୍ତ ଦୁଇ ପ୍ରଥମ ବର୍ଷ ପରୀକ୍ଷାରେ ଲାଗୁ ହେବ ନାହିଁ ୩୩ ପ୍ରତିଶତ ପାସ୍‌ ନିୟମ।

୧୧-ଜଗନ୍ନାଥ ପ୍ରେମୀଙ୍କ ଭାବାବେଗ ସହ ଖେଳ ! ମୁମ୍ୱାଇରେ ଅଦିନିଆ ରଥଯାତ୍ରା ବାହାର କଲା ଇସ୍କନ।

୧୨-ନୂଆ ଦିଲ୍ଲୀ:ଆଜିଠୁ ବଜେଟ୍ ଅଧିବେଶନ, ପ୍ରଧାନମନ୍ତ୍ରୀ କହିଲେ ବିରୋଧୀଙ୍କ ସବୁ ପ୍ରଶ୍ନର ଉତ୍ତର ଦେବାକୁ ପ୍ରସ୍ତୁତ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଆଜିର ଖାସ୍ ଖବର

Sat Feb 1 , 2020
୧-ଆଜି ସଂସଦରେ ଉପସ୍ଥାପନ ହେବ ସାଧାରଣ ବଜେଟ:୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ଅଭିବୃଦ୍ଧି ହାର ୬ରୁ ୬.୫ପ୍ରତିଶତ ଲକ୍ଷ୍ୟ। ୨-ଏଣିକି OJEEରେ ହେବ ଅନଲାଇନ ଟେଷ୍ଟ। ୩-ଏଥର ମାଟ୍ରିକରେ ୬ଲକ୍ଷ ୬୦ ହଜାର ୮୯୧ଜଣ ପରୀକ୍ଷାର୍ଥୀ,୨୮୮୮ପରୀକ୍ଷା ସେଣ୍ଟର,୩୦୭ ନୋଡାଲ କେନ୍ଦ୍ର। ୪-ଫୁଲବାଣୀ: କନ୍ଧମାଳରେ କରୋନା ଭାଇରସ, ଆଶଙ୍କାରେ ଚୀନ ଫେରନ୍ତା ଡାକ୍ତରୀ ଛାତ୍ର, ପରୀକ୍ଷା ପାଇଁ SCB ପଠାଗଲା। ୫-ଭୁବନେଶ୍ୱର: ବାହାରେ ଗୋରୁଗାଈ ଛାଡ଼ିଲେ ମାଲିକ ଗଣିବେ ୫ ହଜାର […]

You May Like

Pin It on Pinterest