ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୯ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨୮୭୯୮୯ ଜଣକୁ ବୃଦ୍ଧି ପାଇଛି ।ଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୧୨୮୭୯୮୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୮୩ଟି ଆକ୍ଟିଭ୍ କେସ୍ ରହିଥିବା ବେଳେ ୧୨୭୮୭୨୯ ଜଣ ସୁସ୍ଥ ହୋଇଛନ୍ତି ।
ମନମୁଖୀ ଅଧିକ ବିଦ୍ୟୁତ୍ ବିଲ ଦେବା ଓ ଗ୍ରୀଷ୍ମ କାଳରେ ବିଦ୍ୟୁତ୍ କାଟ ପାଇଁ ଊପଭୋକ୍ତାମାନେ ହନ୍ତସନ୍ତ ହେଉଛନ୍ତି। ଏଭଳି ଅବ୍ୟବସ୍ଥାକୁ ତୁରନ୍ତ ବନ୍ଦ କରାଯାଇ ନିରବଚ୍ଛିନ୍ନ ବିଦ୍ୟୁତ୍ ଯୋଗାଇବା ବ୍ୟବସ୍ଥା କରନ୍ତୁ ବୋଲି କହିଛି ଓଡ଼ିଶା ଜନଶକ୍ତି ମଞ୍ଚ(ଓଜେଏମ୍)। ଏ ନେଇ ଆଜି ମାଷ୍ଟରକ୍ୟାଣ୍ଟିନ୍ ଠାରେ ସଂଘ ପକ୍ଷରୁ କରାଯାଇଥିବା ବିକ୍ଷୋଭରେ ଏଭଳି ଦାବି କରିଛନ୍ତି ଓଜେଏମ୍ ଆବାହକ ଅଶୋକ ନନ୍ଦ । ତା’ ସହ ଗତ ଦୁଇ ଦଶନ୍ଧି ଧରି ଯେଉଁ ଅଧିକ ଶୁକ୍ଳ ଜନସାଧାରଣ ମାନଙ୍କ ଠାରୁ ଆଦାୟ କରାଯାଇଛି, ତାହା ଫେରାଇବାକୁ ମଧ୍ୟ ସେ ଦାବି କରିଛନ୍ତି। ସେ ହକିଛନ୍ତି, ଓଡ଼ିଶାରେ କୃଷି ଉନ୍ନତି ପାଇଁ ମାଗଣାରେ କୃଷି କ୍ଷେତ୍ରକୁ ଓ କୃଷିଭିତ୍ତିକ ଶିଳ୍ପକୁ ବିଦ୍ୟୁତ ସଂଯୋଗ କରାଯାଉ।
ଜଳୁଛି ଚନ୍ଦକା-ଡମପଡ଼ା ଅଭୟାରଣ୍ୟ । ଗତ ସପ୍ତାହକ ମଧ୍ୟରେ ୧୬ଟି ସ୍ଥାନରେ ନିଆଁ ଲାଗିଲାଣି । ଶୁକ୍ରବାର ୧୩ଟି ସ୍ଥାନରେ ନିଆଁ ଲାଗିଥିବା ଫରେଷ୍ଟ ସର୍ଭେ ଅଫ୍ ଇଣ୍ଡିଆ ରିପୋର୍ଟରୁ ପ୍ରକାଶ ପାଇଛି ।
ପାଣିପାଗର ପୂର୍ବାନୁମାନ ଯାହା, ଆଗକୁ ଆହୁରି ଭୟଙ୍କର ରୂପ ନେବ ଗ୍ରୀଷ୍ମ ପ୍ରବାହ । ଆସନ୍ତା ୩ ଦିନ ଭିତରେ ତାପମାତ୍ରା ଆହୁରି ୩ରୁ ୫ ଡିଗ୍ରୀ ବଢ଼ିଯିବ । ଆସନ୍ତା ୮/୯ ଦିନ ପର୍ଯ୍ୟନ୍ତ ଏମିତି ଅସମ୍ଭାଳ ତାତି ଜାରି ରହିବ । ଗ୍ରୀଷ୍ମ ପ୍ରବାହ ନେଇ ସ୍ୱତନ୍ତ୍ର ରିଲିଫ୍ କମିଶନର (ଏସଆରସି)ଙ୍କ କାର୍ଯ୍ୟାଳୟ ପକ୍ଷରୁ ଜିଲ୍ଲା ପ୍ରଶାସନ ଓ ରାଜ୍ୟବାସୀଙ୍କୁ ସତର୍କ କରାଯାଇଛି । ଦିନ ୧୧ଟାରୁ ଅପରାହ୍ନ ସାଢ଼େ ୩ଟା ଭିତରେ ପଦାକୁ ବାହାରିବାକୁ ଥିଲେ ଘରୁ ଆବଶ୍ୟକ ସତର୍କତା ପଦକ୍ଷେପ ଗ୍ରହଣ କରିବାକୁ କୁହାଯାଇଛି ।
ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୨୫୯୩ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।ଏବେସୁଦ୍ଧା ଦେଶରେ ପ୍ରାୟ ୪ କୋଟି ୩୦ ଲକ୍ଷ ୫୪ ହଜାରରୁ ଅଧିକ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେହିପରି ୧୫୮୭୩ ସକ୍ରିୟ ମାମଲା ରହିଛି ଏବଂ ପ୍ରାୟ ୪ କୋଟି ୨୫ ଲକ୍ଷ ୧୯ ହଜାର ୪୯୭ ଜଣ ସୁସ୍ଥ ହୋଇ ଫେରିଛନ୍ତି । ଏହା ବ୍ୟତୀତ ୫୨୨୧୯୩ ସଂକ୍ରମିତ ପ୍ରାଣ ହରାଇଛନ୍ତି ।
ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜାମ୍ମୁ-କାଶ୍ମୀର ଗସ୍ତ କରି ସେଠାରେ ଏକ ରାଲିକୁ ସମ୍ବୋଧନ କରିବାର କାର୍ଯ୍ୟକ୍ରମ ରହିଛି। ମୋଦୀଙ୍କ ଗସ୍ତ ପୂର୍ବରୁ ଯେଉଁଠି କାର୍ଯ୍ୟକ୍ରମ ଆୟୋଜିତ ସ୍ଥାନରୁ ୧୨ କିମି ଦୂରରେ ବିସ୍ଫୋରଣ ହୋଇଛି। ମାଟିତଳେ ଏହି ବିସ୍ଫୋରକ ସାମଗ୍ରୀ ପୋତାଯାଇଥିଲା ବୋଲି ସୂଚନା ମିଳିଛି। ଜାମ୍ମୁ ଜିଲ୍ଲାର ଲାଲିଆଣା ଗାଁରେ ଏହି ବିସ୍ଫୋରଣ ହୋଇଛି।
ଉତ୍ତର ପ୍ରଦେଶରେ କରୋନା ସଂକ୍ରମଣ ପୁଣି ଥରେ ବଢ଼ିବାରେ ଲାଗିଛି । ସଂକ୍ରମଣ ବୃଦ୍ଧିକୁ ନେଇ ସରକାର ସ୍କୁଲପିଲାଙ୍କ ପାଇଁ ନୂଆ ଗାଇଡଲାଇନ୍ ଜାରି କରିଛନ୍ତି । ଏହି ଗାଇଡଲାଇନରେ ସମସ୍ତ ସ୍କୁଲ ପାଇଁ ମାସ୍କ ବାଧ୍ୟତାମୂଳକ କରିଦିଆଯାଇଛି । ଏଥି ସହିତ ସମସ୍ତ ସ୍କୁଲରେ ସଂକ୍ରମଣ ରୋକିବା ପାଇଁ ବୃହତ୍ତ ସ୍ତରରେ ଅଭିଯାନ ଆରମ୍ଭ ହୋଇଯାଇଛି । କୋଭିଡ ସହାୟତ ଡେକ୍ସ ଆରମ୍ଭ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।
ଦକ୍ଷିଣ-ପୂର୍ବ ନାଇଜେରିଆର ଏକ ବେଆଇନ୍ ତେଲ ରିଫାଇନେରୀରେ ବିସ୍ଫୋରଣ ହୋଇଛି । ଏଥିରେ ଶତାଧିକ ଲୋକଙ୍କର ମୃତ୍ୟୁ ହୋଇଛି । ସେହିପରି ବହୁ ସଂଖ୍ୟାରେ ଲୋକ ଆହତ ହୋଇଛନ୍ତି । ଅଧିକାରୀମାନେ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି ।



