
ଶୁଭ୍ରକାନ୍ତ ରାଉତରାୟ:ଭଦ୍ରକ (କଲେଇ )ରାଜ୍ୟରେ ପ୍ରତିବର୍ଷ ମାର୍ଚ୍ଚ 5 ତାରିଖରେ ପଞ୍ଚାୟତରାଜ ଦିବସ ପାଳନ କରାଯାଉଥିବାବେଳେ ଜାତୀୟ ପଞ୍ଚାୟତରାଜ ଦିବସ ଏପ୍ରିଲ 24 ରେ ପାଳନ କରାଯାଉଛି | ଆଜି ଜାତୀୟ ପଞ୍ଚାୟତରାଜ ଦିବସ ଉପଲକ୍ଷେ ଭଦ୍ରକ ବ୍ଲକ କଲେଇ ପଂଚାୟତରେ ସ୍ୱତନ୍ତ୍ର ଗ୍ରାମସଭା ଅନୁଷ୍ଠିତ ହୋଇଯାଇଛି |
ଏହି ସଭାରେ କଲେଇ ପଞ୍ଚାୟତର ସରପଞ୍ଚ ଶ୍ରୀଯୁକ୍ତ ନିରଞ୍ଜନ ମଳିକ, ସମିତି ସଭ୍ୟା ଅହଲ୍ୟା ମଳିକ, ଶିକ୍ଷକ ନେତା ବାବୁଲା ରାଉତ,ନୋଡାଲ ଅଫିସର ସସ୍ମିତା ନାୟକ ଙ୍କ ସହ ୱାର୍ଡ ସଭ୍ୟା ଓ ଅନେକ ଗ୍ରାମବାସୀ ଉପସ୍ଥିତ ଥିଲେ | ଆଜିର ସ୍ୱତନ୍ତ୍ର ଗ୍ରାମସଭାର ବିଶେଷତ୍ୱ ବିଷୟରେ ପ୍ରଥମେ ସରପଞ୍ଚ ନିରଞ୍ଜନ ମଳିକ ଅବଗତ କରାଇଵା ସହ ବିଗତ ଦିନରେ ପଂଚାୟତରେ ଦୁର୍ନୀତି କୁ ପର୍ଦାଫାଶ କରି ଏ ପଞ୍ଚାୟତ କୁ ଏକ ଆଦର୍ଶ ପଞ୍ଚାୟତ ରୂପେ ଗଢ଼ୀତୋଳିବା ପାଇଁ ପଣ କରିଥିଲେ |

ତତ୍ପରେ ନୋଡାଲ ଅଫିସର ସସ୍ମିତା ନାୟକ ପଞ୍ଚାୟତ କୁ ଆସୁଥିବା ସରକାରୀ ସହାୟତା କେମିତି ସଠିକ ଭାବରେ ଲୋକଙ୍କ ପାଖରେ ପହଂଚିବ ଏବଂ କେଉଁ କେଉଁ ଯୋଜନା ରେ ଲୋକମାନେ ଉପକୃତ ହେବେ ସେ ବିଷୟରେ ବୁଝାଇ କହିଥିଲେ |ଉପସ୍ଥିତ ଥିବା ୱାର୍ଡ ସଭ୍ୟା ଓ ପଞ୍ଚାୟତବାସି ନିଜର ମତରଖିବା ପରେ ସଭାର ସଭାପତି ସରପଞ୍ଚ ନିରଞ୍ଜନ ମଳିକ ସମସ୍ତଙ୍କୁ ଧନ୍ୟବାଦ ଦେଇ ସଭା ସାଙ୍ଗ କରିଥିଲେ |



