ତତଲା ତାୱାରେ ସାରା ଓଡ଼ିଶା ଗ୍ରୀଷ୍ମ ପ୍ରବାହ ନେଇ ୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କଲା ପାଣିପାଗ ବିଭାଗ

ଭୁବନେଶ୍ୱର- ତାତିରୁ ମିଳିବନି ନିସ୍ତାର, ଗ୍ରୀଷ୍ମ ପ୍ରବାହ ନେଇ ୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କଲା ପାଣିପାଗ ବିଭାଗ । ୨୪ ଘଣ୍ଟା ମଧ୍ୟରେ ୫ ଜିଲ୍ଲାରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହେବାର ସମ୍ଭାବନା ରହିଛି । ଏନେଇ ସୋନପୁର, ବୌଦ୍ଧ, ବଲାଙ୍ଗିର, ଖୋର୍ଦ୍ଧା ଓ ନୟାଗଡ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ କେନ୍ଦ୍ର ।ଏହି ଗ୍ରୀଷ୍ମ ପ୍ରବାହ ସମୟରେ ନବଜାତ, ବୃଦ୍ଧ ଓ ଅସୁସ୍ଥ ଲୋକଙ୍କ ଅଧିକ ଯତ୍ନ ନେବାକୁ ହେବ। ଜରୁରୀ ନଥିଲେ ଦିନ ୧୧ରୁ ୩ଟା ପର୍ଯ୍ୟନ୍ତ ବାହାରକୁ ନବାହାରିବା ପାଇଁ କୁହାଯାଇଛି ।

ସେହିପରି ଏପ୍ରିଲ ୨୬ରୁ ୨୭ ତାରିଖ ମଧ୍ୟରେ ସୁବର୍ଣ୍ଣପୁର, ବୌଦ୍ଧ, ଅନୁଗୁଳ, ବଲାଙ୍ଗୀର ଆଦି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଥିବା ବେଳେ ଏପ୍ରିଲ ୨୭ରୁ ୨୮ ତାରିଖ ମଧ୍ୟରେ ଝାରସୁଗୁଡ଼ା, ସମ୍ବଲପୁର, ସୁବର୍ଣ୍ଣପୁର, ବଲାଙ୍ଗୀର, ଅନୁଗୁଳ ଓ ବୌଦ୍ଧ ଆଦି ଜିଲ୍ଲାରେ ଗ୍ରୀଷ୍ମ ପ୍ରବାହ ଜାରି ହେତୁ ୟେଲୋ ୱାର୍ଣ୍ଣିଂ କରାଯାଇଛି। ଏଥିସହିତ ଏପ୍ରିଲ ୨୯ରୁ ୩୦ ତାରିଖ ମଧ୍ୟରେ ବଲାଙ୍ଗୀର, ଖୋର୍ଧା, ସୁବର୍ଣ୍ଣପୁର, ବୌଦ୍ଧ ଓ ନୂଆପଡ଼ା ଆଦି ଜିଲ୍ଲାକୁ ବି ଗ୍ରୀଷ୍ମ ପ୍ରବାହ ପାଇଁ ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ରପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଆୟ ବହିର୍ଭୁତ ସଂପତ୍ତି ଠୁଳ ମାମଲାରେ ଭିଜିଲାନ୍ସ ଜାଲରେ ଜିଆରଏସ୍‌ ବାବୁଲି ଚରଣ ପଢ଼ିଆରୀ

Mon Apr 25 , 2022
ଭୁବନେଶ୍ୱର: ଭୁବନେଶ୍ୱର- କଳାରାହାଙ୍ଗ ଗ୍ରାମପଞ୍ଚାୟତର ଜିଆରଏସ୍‌ ବାବୁଲି ଚରଣ ପଢ଼ିଆରୀଙ୍କ ଆୟ ବହିର୍ଭୁତ ସଂପତ୍ତି ଭିଜିଲାନ୍ସ ବିଭାଗ କୁ ଚକିତ କରିଛି । ଭିଜିଲାନ୍ସ ବିଭାଗର ଚଢ଼ଉ ଜାରି ଥିବା ବେଳେ ଏପର୍ଯ୍ୟନ୍ତ ଜିଆରଏସ୍‌ ଶ୍ରୀ ପଢ଼ିହାରୀଙ୍କ ୫୯ଟି ପ୍ଲଟ ଠାବ ହୋଇଛି। ଏଥିରୁ ଭୁବନେଶ୍ୱରରେ ୫୮ଟି ପ୍ଲଟ ଥିବା ବେଳେ କଟକରେ ଗୋଟିଏ ପ୍ଲଟ ଠାବ ହୋଇଛି। ଶ୍ରୀ ପଢ଼ିଆରୀଙ୍କ ନନ୍ଦନକାନନ ନିକଟ ରଘୁନାଥପୁରରେ ଏକ ତିନି ମହଲା […]

You May Like

Pin It on Pinterest