ଆଜିର ଖାସ୍ ଖବର

୧-ବିଜୁ ପଟ୍ଟନାୟକଙ୍କ ୧୦୪ତମ ଜନ୍ମ ଜୟନ୍ତୀକୁ ଏକ ସପ୍ତାହ ପର୍ଯ୍ୟନ୍ତ ପାଳନ କରିବାକୁ ବିଜେଡିର ନିଷ୍ପତ୍ତି।

୨-ଫେବୃଆରୀ ୧୯ ତାରିଖରୁ ମାଟ୍ରିକ ପରୀକ୍ଷା, ସୁପରିଚାଳନା ପାଇଁ ସମସ୍ତ ପ୍ରସ୍ତୁତି ହୋଇଛି ଚୂଡ଼ାନ୍ତ।

୩-ବିଦ୍ୟୁତ ଦର ବଢ଼ାଇବାକୁ କସରତ୍ : ୟୁନିଟ୍ ପିଛା ୭ ପଇସା ବୃଦ୍ଧି ପାଇଁ ଓଏଚ୍‌ପିସିର ଦାବି, ଯୁକ୍ତି ସହ ବିରୋଧ କଲେ ଉପଭୋକ୍ତ ସଂଘ ଓ ଯନ୍ତ୍ରୀ।

୪-ରାଜଧାନୀରେ ବେଆଇନ୍ କଲ୍ୟାଣ ମଣ୍ଡପରେ ପଡ଼ିଲା ତାଲା: ପ୍ରଥମ ଦିନରେ ସିଲ୍ ହେଲା ୭ ମଣ୍ଡପ।

୫-ଜଳବାୟୁ କର୍ମୀ ଗ୍ରେଟା ଥନବର୍ଗ ନୋବେଲ ଶାନ୍ତି ପୁରସ୍କାର ଲାଗି ନାମାଙ୍କିତ।

୬-କୃଷି ଉଦ୍ୟାନ ବିଭାଗର ନିଲମ୍ବିତ ଆଇଏଏସ୍‌ ବିଜୟ କେତନ ଉପାଧ୍ୟାୟଙ୍କୁ ମିଳିଲା ଜାମିନ, ସର୍ତ୍ତମୂଳକ ବେଲ୍‌ ଦେଲେ ହାଇକୋର୍ଟ।

୭-ପଟ୍ଟାମୁଣ୍ଡାଇ:ଭଣଜା ଦେଲା ସିନ୍ଦୂର ସ୍ୱାମୀ ହେଲା ପର , ଚର୍ଚ୍ଚାରେ ମାଇଁ-ଭଣଜା ପ୍ରେମ କାହାଣୀ।

୮-୯ ଯାଏଁ ମେଘୁଆ ପାଗ, ବର୍ଷା ସମ୍ଭାବନା।

୯-କେରଳରେ କରୋନାର ଭୟାବହତା, ରାଜ୍ୟ ବିପତ୍ତି ଘୋଷିତ, ସରକାର ଜାରି କଲେ ହାଇ ଆଲର୍ଟ।

୧୦-ଉତ୍ତର ବୁର୍କିନାରେ ଜିହାଦିଙ୍କ ତାଣ୍ଡବଲୀଳା, ବିରାଟ ଧରଣର ଆକ୍ରମଣରେ ନେଇଗଲେ ୧୮ ଜଣଙ୍କ ଜୀବନ।

୧୧-ଭଦ୍ରକ ଜିଲ୍ଲା ମଞ୍ଜୁରୀରୋଡ଼ସ୍ଥିତ ଆରଆଇ ଅଫିସ : ବାଲିମାଫିଆଙ୍କ ଆକ୍ରମଣ, ଅତିରିକ୍ତ ତହସିଲଦାର ଓ RIଙ୍କ ସହ ୩ ଆହତ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଆଜିର ଖାସ୍ ଖବର

Wed Feb 5 , 2020
୧-ବେଆଇନ ନିର୍ମାଣ ବିରୋଧରେ ସର୍ବକ୍ଷମା ଆବେଦନ ଅବଧି ୧୫ ଦିନ ବୃଦ୍ଧି କଲେ ରାଜ୍ୟ ସରକାର। ୨-ବେଜିଂ: ମୃତ୍ୟୁ ସଂଖ୍ୟା ୪୨୭ଜଣ,୨୦୪୩୮ଜଣ ଆକ୍ରାନ୍ତ, କରୋନା ଆତଙ୍କରେ ଥରୁଛି ଚୀନ୍‌, ସାରା ବିଶ୍ବରେ ସତର୍କତା: ଭୟଙ୍କର ଭୂତାଣୁକୁ ଚେକ୍‌ ଦେବାକୁ ପ୍ରତିଷେଧକ ପଦକ୍ଷେପ ଜୋରଦାର। ୩-ସର୍ବଭାରତୀୟ ଚାଟାର୍ଡ ଆକାଉଣ୍ଟସ ଫାଉଣ୍ଡେସନ ପରୀକ୍ଷାରେ କଳାହାଣ୍ଡିର ସାଇନା ଅଗ୍ରୱାଲ ଟପ୍ପର। ୪-ଭୁବନେଶ୍ୱର: ସର୍ଭେ ଆରମ୍ଭ କଲା ASI, ଶିଶୁପାଳଗଡ଼ ଭାଗ୍ୟ ବଦଳିବ। ୫-ଭୁବନେଶ୍ୱର:ଏଣିକି ଗୋଟିଏ […]

You May Like

Pin It on Pinterest