ଆଜିର ଖାସ୍ ଖବର

ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୯ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨୮୮୦୦୭ ଜଣକୁ ବୃଦ୍ଧି ପାଇଛି ।ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୧୨୮୮୦୦୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୮୦ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୧୨୭୮୭୫୦ ଜଣ ସୁସ୍ଥ ହୋଇଛନ୍ତି । 

ଆଜି ସକାଳ ୬ଟା ୫୦ରେ ଝଙ୍କଡ଼ବାସିନୀ ମା ଶାରଳାଙ୍କ ମନ୍ଦିରରେ ୫ଟି ସଚିବ ଭି.କେ ପାଣ୍ଡିଆନ ପହଞ୍ଚିଛନ୍ତି । ସଚିବ ମନ୍ଦିର ପରିସର ବୁଲି ଦେଖିବା ସହ ସେବାୟତଙ୍କ ସହ ଆଲୋଚନା କରିଥିଲେ। ମନ୍ଦିରରେ ଥିବା ବିଭିନ୍ନ ସମସ୍ୟା ଯେମିତିକି ଚନ୍ଦନ ପୋଖରୀର ପୁନଃଉଦ୍ଧାର, ଛାତରୁ ପାଣି ଖସିବା, ମାର୍କେଟ କମ୍ପ୍ଲେକ୍ସର ହସ୍ତାନ୍ତର ଆଦି ନେଇ ସଚିବଙ୍କ ସୃଷ୍ଟି ଆକର୍ଷଣ କରିଥିଲେ। ତୁରନ୍ତ ଏ ଦିଗରେ ଆଲୋଚନା କରାଯାଇ ପଦକ୍ଷେପ ନିଆଯିବ ବୋଲି ସଚିବ ସମସ୍ତ ସେବାୟତଙ୍କୁ କହିଛନ୍ତି।

ଆଜିଠୁ ଆରମ୍ଭ ହେଉଛି ସିବିଏସ୍ଇର ଦଶମ ଓ ଦ୍ୱାଦଶ ଶ୍ରେଣୀ ଲାଗି ଟର୍ମ-୨ ପରୀକ୍ଷା । ଓଡ଼ିଶାରୁ ଚଳିତବର୍ଷ ଦ୍ୱାଦଶ ଶ୍ରେଣୀ ପରୀକ୍ଷାରେ ୧୮ ହଜାର ପିଲା ଅଂଶଗ୍ରହଣ କରୁଥିବା ବେଳେ ୧୦ମ ଶ୍ରେଣୀରେ ୩୦ ହଜାର ଛାତ୍ରଛାତ୍ରୀ ପରୀକ୍ଷା ଦେବେ। ଦଶମରେ ୨୨,୭୩୨ ସ୍କୁଲର ଛାତ୍ରଛାତ୍ରୀ ୭ ହଜାର ୪୦୬ କେନ୍ଦ୍ରରେ ପରୀକ୍ଷା ଦେବେ ଓ ଦ୍ୱାଦଶରେ ୧୫,୦୮୦ ସ୍କୁଲର ଛାତ୍ରଛାତ୍ରୀ ୬,୭୨୦ କେନ୍ଦ୍ରରେ ପରୀକ୍ଷା ଦେବେ ।

ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୨୪୮୩ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏବେସୁଦ୍ଧା ଦେଶରେ ପ୍ରାୟ ୪ କୋଟି ୩୦ ଲକ୍ଷ ୬୨ ହଜାରରୁ ଅଧିକ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେହିପରି ୧୫୬୩୬ ସକ୍ରିୟ ମାମଲା ରହିଛି ଏବଂ ପ୍ରାୟ ୪ କୋଟି ୨୫ ଲକ୍ଷ ୨୩ ହଜାର ୩୧୧ ଜଣ ସୁସ୍ଥ ହୋଇ ଫେରିଛନ୍ତି । ଏହା ବ୍ୟତୀତ ୫୨୩୬୨୨ ସଂକ୍ରମିତ ପ୍ରାଣ ହରାଇଛନ୍ତି ।

ଏଣିକି କେଭିରେ ମାଗଣା ପାଠ ପଢିବେ କୋଭିଡରେ ବାପା ମାଆଙ୍କୁ ହରାଇଥିବା ପିଲା । କୋଭିଡ ଅନାଥ କୋଟାରେ ଆଡମିଶନ କରିଥିବା ପିଲା ମାଗଣା ପାଠ ପଢିବେ । ଖାସ କରି ପିଏମ୍ କେୟାର୍ସ ଅଧୀନରେ ପିଲାମାନଙ୍କୁ ମିଳିବ ଏହି ସୁଯୋଗ ।ପ୍ରଥମରୁ ଦ୍ୱାଦଶ ପର୍ଯ୍ୟନ୍ତ ମାଗଣାରେ ପଢିବେ କୋଭିଡ୍ ଅନାଥ ଶିଶୁ । ବାର୍ଷିକ ୧୦ ଜଣ କୋଭିଡ଼ ଅନାଥଙ୍କୁ କେନ୍ଦ୍ରୀୟ ବିଦ୍ୟାଳୟରେ ଆଡମିଶନ ମିଳିବ । ପିଲାମାନଙ୍କର କମ୍ପ୍ୟୁଟର ଫଣ୍ଡ, ଟ୍ୟୁସନ୍ ଫିସ୍ ସବୁକିଛି ଛାଡ କରାଯିବାକୁ ନିଷ୍ପତ୍ତି କରାଯାଇଛି।

ବିଶ୍ୱର ସବୁଠୁ ଧନୀ ବ୍ୟକ୍ତି ଏଲନ ମସ୍କ ଆଜି(ମଙ୍ଗଳବାର) ସୋସିଆଲ ମିଡିଆ ପ୍ଲାଟଫର୍ମ ଟ୍ବିଟ୍‌ରକୁ ୪୪ ବିଲିୟନ ଡଲାରରେ କିଣିଛନ୍ତି । ବ୍ୟାପକ ମୁଲଚାଲ ପରେ ସେୟାର ହୋଲ୍ଡରଙ୍କୁ ପ୍ରତି ସେୟାର ମୂଲ୍ୟ ବାବଦରେ ସେ ୫୪.୨୦ ଡଲାର ନଗଦ ଦେବାକୁ ପ୍ରସ୍ତାବ ଦେଇଥିଲେ । ତାଙ୍କର ଏହି ପ୍ରସ୍ତାବକୁ ଟ୍ବିଟ୍‌ରର ଗ୍ରହଣ କରିଛି ।

ଆସନ୍ତା ମେ’ ମାସରେ ନାଟୋ ସଦସ୍ୟତା ନିମନ୍ତେ ସ୍ୱେଡ଼େନ୍ ଓ ଫିନଲ୍ୟାଣ୍ଡ ଆବେଦନ କରିବେ। ଆସନ୍ତା ମେ’ ୧୬ରୁ ୨୦ ତାରିଖ ଭିତରେ ଏହି ଦୁଇଦେଶ ନାଟୋରେ ସଦସ୍ୟତା ନିମନ୍ତେ ଆବେଦନ କରିବେ ବୋଲି ଜଣାପଡ଼ିଛି।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଆଜିବି ଜଳୁଛି ସାରା ଓଡିଶା,ଅପରାହ୍ନ ସାଢ଼େ ୨ଟାରେ ୩୮ ଡିଗ୍ରି ଉପରେ ରାଜଧାନୀ ଭୁବନେଶ୍ବରରେ ଝାରସୁଗୁଡ଼ା ସହରରେ ସର୍ବାଧିକ ୪୩.୬ ଡିଗ୍ରି ତାପମାତ୍ରା ରେକର୍ଡ...

Tue Apr 26 , 2022
ଭୁବନେଶ୍ବର:ଆଜିବି ଜଳୁଛି ସାରା ଓଡିଶା,ଅପରାହ୍ନ ସାଢ଼େ ୨ଟାରେ ରାଜଧାନୀ ଭୁବନେଶ୍ବରରେ ୩୮ ଡିଗ୍ରି ତାପାମାତ୍ରା ରେକର୍ଡ ହୋଇଛି। ଭୁବନେଶ୍ବରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ, ଆଜି ଦିନ ସାଢ଼େ ୨ଟାରେ ଝାରସୁଗୁଡ଼ା ସହରରେ ସର୍ବାଧିକ ୪୩.୬ ଡିଗ୍ରି ତାପମାତ୍ରା ରେକର୍ଡ ହୋଇଥିବା ବେଳେ ସମ୍ବଲପୁରରେ ୪୨.୬, ହୀରାକୁଦରେ ୪୧.୮, କେନ୍ଦୁଝରରେ ୪୦.୨ ଡିଗ୍ରି ତାପମାତ୍ରା ରେକର୍ଡ କରାଯାଇଥିବା କୁହାଯାଇଛି। ଗ୍ରୀଷ୍ମ ପ୍ରବାହ ଜାରି ଥିବାରୁ ରାଜ୍ୟ ସରକାର,ସ୍କୁଲ ଓ […]

You May Like

Pin It on Pinterest