
ଭୁବନେଶ୍ବର:ଆଜିବି ଜଳୁଛି ସାରା ଓଡିଶା,ଅପରାହ୍ନ ସାଢ଼େ ୨ଟାରେ ରାଜଧାନୀ ଭୁବନେଶ୍ବରରେ ୩୮ ଡିଗ୍ରି ତାପାମାତ୍ରା ରେକର୍ଡ ହୋଇଛି। ଭୁବନେଶ୍ବରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ, ଆଜି ଦିନ ସାଢ଼େ ୨ଟାରେ ଝାରସୁଗୁଡ଼ା ସହରରେ ସର୍ବାଧିକ ୪୩.୬ ଡିଗ୍ରି ତାପମାତ୍ରା ରେକର୍ଡ ହୋଇଥିବା ବେଳେ ସମ୍ବଲପୁରରେ ୪୨.୬, ହୀରାକୁଦରେ ୪୧.୮, କେନ୍ଦୁଝରରେ ୪୦.୨ ଡିଗ୍ରି ତାପମାତ୍ରା ରେକର୍ଡ କରାଯାଇଥିବା କୁହାଯାଇଛି।
ଗ୍ରୀଷ୍ମ ପ୍ରବାହ ଜାରି ଥିବାରୁ ରାଜ୍ୟ ସରକାର,ସ୍କୁଲ ଓ କଲେଜ ବନ୍ଦ କରିବାକୁ ଘୋଷଣା କରି ଦେଇଛନ୍ତି। ତେବେ ପିଲାଙ୍କ ପରୀକ୍ଷା ଯେମିତି ଚାଲିବା କଥା ସେମିତି ଚାଲିବ।ଜାରି ଗ୍ରୀଷ୍ମ ପ୍ରବାହ ପାଇଁ ପାଣିପାଗ ବିଭାଗ ଅନେକ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି।
ଆଗାମୀ ୨୪ ଘଣ୍ଟା ମଧ୍ୟରେ ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ଅନୁଗୁଳ, ଦେବଗଡ଼, ସୁବର୍ଣ୍ଣପୁର, ବଲାଙ୍ଗୀର ଓ ମୟୁରଭଞ୍ଜ ଆଦି ଜିଲ୍ଲାରେ ଗ୍ରୀଷ୍ମ ପ୍ରବାହ ଜାରି ହେବାର ସମ୍ଭାବନା ରହିଛି। ଏଥିପାଇଁ ଉକ୍ତ ଜିଲ୍ଲାଗୁଡ଼ିକକୁ ପାଣିପାଗ ବିଭାଗ ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।