
ନବୀନ ଦାଶ(ଅତାବିରା): ବରଗଡ଼ଜିଲ୍ଲା ଅତାବିରାବ୍ଲକ ସିଲେଟ ପଞ୍ଚାୟତ ସିଲେଟ ଗ୍ରାମରେ ଦେବଦେବ ମହାଦେବ ତ୍ରିଲୋଚନ ବାବା ଙ୍କ ନବ ନିର୍ମିତ ମନ୍ଦିର ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହୋଇ ଯାଇଅଛି।
ଏହି ଅବସରରେ ନିକଟସ୍ଥ ଜଳାଶୟକୁ ବିଧିପୂର୍ବକ (ବନ୍ଧବିବାହ) କରାଯାଇଛି।କର୍ତ୍ତା ଆସନରେ ଭାବରେ ଶିଶିର ସାହୁ ସପତ୍ନିକ ଲଳିତା ସାହୁ,ଭୁବନ ଓ ଧନମତୀ କାର୍ଯ୍ୟ ତୁଳାଇ ଥିଲେ।ପ୍ରତିଷ୍ଠା ଉତ୍ସବ ଚାରି ଦିନ ଧରି ଅନୁଷ୍ଠିତ ହୋଇଥିବା ବେଳେ ମୁଖ୍ୟ ପୂଜକ ଭାବରେ ପଣ୍ଡିତ ପ୍ରଶାନ୍ତ ଦାଶ,ଅସିତ ପାଢୀ ଓ ତାଙ୍କର ସହଯୋଗୀ ପ୍ରମୁଖ ଯୋଗ ଦେଇଥିଲେ।
ସୁବିଜ୍ଞ ପଣ୍ଡିତ ମାନଙ୍କ ଦ୍ଵାରା ବିଧିବିଧାନ ସହ ସମସ୍ତ କାର୍ଯ୍ୟ ସମ୍ପାଦନ ହୋଇଥିବାବେଳେ ସାଂସ୍କୃତିକ କାର୍ଯ୍ୟକ୍ରମ ଜଳନ୍ଧର ବଧ ଦର୍ଶକଙ୍କୁ ଆକର୍ଷିତ କରିଥିଲା।ଗ୍ରାମର ଚକ୍ରଧର ଥପା,ଇନ୍ଦ୍ରଜିତ ମିର୍ଧା,ହାଡୁ ବଗର୍ତୀ,ଅଜିତ ପଶାୟତ ପ୍ରମୁଖ ସହ ଗ୍ରାମବାସୀ ଙ୍କ ସକ୍ରିୟ ସହଯୋଗ ରହିଥିଲା।ଆଖ ପାଖରୁ ବହୁ ଶ୍ରଦ୍ଧାଳୁ ଭକ୍ତ ମାନଙ୍କ ସମାବେଶ ଦେଖିବାକୁ ମିଳିଥିଲା।