
ନବୀନ ଦାଶ( ଅତାବିରା):ବରଗଡ଼ଜିଲ୍ଲା ଅତାବିରାବ୍ଲକ ଲରମ୍ଭା ମହାବିଦ୍ୟାଳୟ ଠାରେ ଆଠ ଦିନ ଧରି ଚାଲିଥିବା ଆତ୍ମ ସୁରକ୍ଷା ତାଲିମ ଶିବିର ଉଦଯାପିତ ହୋଇଯାଇଛି।
ମହା ବିଦ୍ୟାଳୟ ର ଅଧ୍ୟକ୍ଷ ଡ଼ଃ ପ୍ରମୋଦ କୁମାର ଭୋଇ ଙ୍କ ଅଧ୍ୟକ୍ଷତା ରେ ଜୀବ ବିଜ୍ଞାନ ପ୍ରାଧ୍ୟାପିକା ଡଃ ଅମୃତା ସାମନ୍ତ,ପରିଚାଳକ ହରିଶ୍ ପାତ୍ର,ଟ୍ରେନର ସୁଜାତା ଭୋଇ, ଅଧ୍ୟାପକ ସରୋଜ କୁମାର ନାୟକ, ଅଧ୍ୟାପକ ପବିତ୍ର ମହାଣା ପ୍ରମୁଖ ଯୋଗ ଦେଇ ଛାତ୍ରଛାତ୍ରୀ ମାନଙ୍କୁ ପ୍ରମାଣ ପତ୍ର ବଣ୍ଟନ କରି ଉତ୍ସାହିତ କରିଥିଲେ।

ଶିବିର ରେ ୨୧୩ଜଣ ଛାତ୍ରୀ ତାଲିମ ଗ୍ରହଣ କରିଥିବାବେଳେ ଆଗାମୀ ଦିନରେ ନିଜେ ନିଜ ସହ ଆବଶ୍ୟକ ସ୍ଥଳେ ଅନ୍ୟ ର ସୁରକ୍ଷା ପାଇଁ ଉଚିତ୍ ସାମର୍ଥ୍ୟ ହାସଲ କରି ପାରିଛନ୍ତି ଓ ଆଗକୁ ତାର ସାମ୍ନା କରି ପାରିବେ ବୋଲି ମତ ପ୍ରକାଶ କରିଥିଲେ।