
ଭୁବନେଶ୍ୱର: ୨୮/୦୪-ଆଜିଠାରୁ ଯୁକ୍ତ ଦୁଇ ପରୀକ୍ଷା । ଏଥର ଅନଲାଇନ ନୁହେଁ ଅଫଲାଇନ ମୋଡରେ ହେବ ଯୁକ୍ତ ଦୁଇ ପରୀକ୍ଷା। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ପରୀକ୍ଷା ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ୩ ଲକ୍ଷ ୨୧ ହଜାର ୫୦୮ ଜଣ ଛାତ୍ର ଛାତ୍ରୀ ପରିୀକ୍ଷା ଦେବା ପାଇଁ ଏ ବର୍ଷ ବ୍ୟବସ୍ଥା କରାଯାଇଛି । କଳାରେ ୨ ଲକ୍ଷ ୧୩ ହଜାର ୪୩୨, ବିଜ୍ଞାନରେ ୭୮ ହଜାର ୭୭, ବାଣିଜ୍ୟରେ ୨୪ ହଜାର ୧୩୬ ଓ ଧନ୍ଦାମୂଳକ ବିଭାଗରେ ୫ ହଜାର ୮୬୩ ପରିକ୍ଷାର୍ଥୀ ପରିକ୍ଷା ଦେବେ ।
ଏଥିପାଇଁ ରାଜ୍ୟର ୧,୧୩୩ଟି ପରୀକ୍ଷା କେନ୍ଦ୍ର ସହ ୨୦୨ଟି ପରୀକ୍ଷା ପରିଚାଳନା ହବ କରାଯାଇଛି । ପ୍ରତିଦିନ ପୂର୍ବାହ୍ନ ୯ଟାରୁ ପରୀକ୍ଷା ଆରମ୍ଭ ହେବ। ୩୦ ମିନିଟ୍ ପୂର୍ବରୁ ପରୀକ୍ଷାର୍ଥୀ କେନ୍ଦ୍ର ଭିତରକୁ ପ୍ରବେଶ କରିବେ । ୧୦ ମିନିଟ୍ ପୂର୍ବରୁ ପରୀକ୍ଷାର୍ଥୀଙ୍କୁ ପ୍ରଶ୍ନପତ୍ର ଦିଆଯିବ । ୫ ମିନିଟ୍ ପୂର୍ବରୁ ଉତ୍ତର ଖାତା ଦିଆଯିବ। ପରୀକ୍ଷା କେନ୍ଦ୍ରରେ ସିସିଟିଭି ସହ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯିବ। କେନ୍ଦ୍ର ଭିତରକୁ ପରୀକ୍ଷାର୍ଥୀ ମୋବାଇଲ୍ ନେବା ମନା ।
ପ୍ରଥମ ଦିନ କଳା ଓ ବାଣିଜ୍ୟ ବିଭାଗର ଏମ୍ଆଇଏଲ୍(ଓଡ଼ିଆ) ବିଷୟ ପରୀକ୍ଷା । କୋଭିଡ୍ କଟକଣା ମଧ୍ୟରେ ପରୀକ୍ଷା ହେବ । ୧୫ଟି ସେଣ୍ଟ୍ରାଲ ସ୍କବାର୍ଡ ଗଠନ କରାଯାଇଛି ।ସିଏଚଏସଇ ପରୀକ୍ଷା ନିୟନ୍ତ୍ରକଙ୍କ ସୂଚନା ଅନୁଯାଇ ପୋଲିସ ଦ୍ବାରା ପରୀକ୍ଷା ପରିଚଳନା ହବକୁ ସୁରକ୍ଷା ଯୋଗାଇ ଦିଆଯାଇଛି ।