ଓଡ଼ିଶାରେ ଏବେ ୪-୫ଜଣ ଅଫିସରଙ୍କ ଦ୍ୱାରା ଶାସନ ଚାଲିଛି : ରାହୁଲ

ଭୁବନେଶ୍ୱର : ଆଜି ଦିନକିଆ ଓଡ଼ିଶା ଗସ୍ତରେ ଆସି ଜୟପୁରରେ ପ୍ରଥମେ ମହିଳା ସମାବେଶ ଓ ପରେ ଚାଷୀ ସମାବେଶରେ ଯୋଗ ଦାନକରିଛନ୍ତି ରାହୁଲ । ତାହାଛଡ଼ା । କଂଗ୍ରେସ କ୍ଷମତାକୁ ଆସିଲେ ୧୦ଦିନ ମଧ୍ୟରେ ଓଡ଼ିଶାରେ ଋଣ ଛାଡ଼ ହେବ। ଛତିଶଗଡ଼ରେ ଧାନ କ୍ୱିଣ୍ଟାଲ ୨୫୦୦ ଟଙ୍କାରେ ମିଳୁଛି। କିନ୍ତୁ ଏଠି ମାତ୍ର ୧୬୦୦ଟଙ୍କା। କଂଗ୍ରେସ ରାଜ୍ୟରେ କ୍ଷମତାକୁ ଆସିଲେ ୨୬ ଶହ ଟଙ୍କାରୁ କମ୍ ଏମ୍ଏସ୍ପି ଦିଆଯିବ ନାହିଁ ବୋଲି ରାହୁଲ ଗାନ୍ଧି କହିଛନ୍ତି। ଓଡ଼ିଶା ଦେଶର ସବୁଠୁ ଗରିବ ରାଜ୍ୟ ଆଦିବାସୀଙ୍କ ସ୍ୱାର୍ଥ ରକ୍ଷା ପାଇଁ କଂଗ୍ରେସ ସର୍ବଦା ଲଢ଼େଇ କରି ଆସିଛି। କିନ୍ତୁ ଆଦିବାସୀ ଓ ଚାଷୀଙ୍କ ଜମିକୁ ଶିଳ୍ପ ପାଇଁ ମୋଦିଙ୍କ ସହ ମିଶି ନବୀନବାବୁ ଛଡ଼ାଇ ନେଉଛନ୍ତି। କଂଗ୍ରେସ ଛତିଶଗଡ଼ରେ ନିୟମ କରିଛୁ ଶିଳ୍ପ ନହେଲେ ଜମି ଫେରସ୍ତ କରିବାକୁ ହେବ। ଆଦିବାସୀ ଓ ଚାଷୀଙ୍କ ବିନା ଅନୁମତିରେ, ପଂଚାୟତର ବିନା ଅନୁମୋଦନରେ ସରକାର ଜମି ଅଧିଗ୍ରହଣ କରିପାରିବେ ନାହିଁ। ଆଉ ଆଦିବାସୀଙ୍କୁ ନିଜ ଜମି ପାଇଁ ବଜାର ଦର ତୁଳନାରେ ୪ ଗୁଣ ଅଧିକ ଦର ମିଳିବ।

ଚାଷୀଙ୍କୁ ଏବେ କେନ୍ଦ୍ରର ମୋଦି ସରକାର ଦିନକୁ ସାଢ଼େ ୩ ଟଙ୍କା ଦେଉଛନ୍ତି। ଚାଷୀଙ୍କ ପ୍ରତି ଉପହାସ କରାଯାଉଛି। କିନ୍ତୁ କଂଗ୍ରେସ କ୍ଷମତାକୁ ଆସିଲେ ପ୍ରତ୍ୟେକ ଗରିବଙ୍କୁ ସର୍ବନିମ୍ନ ନିଶ୍ଚିତ ଉପାର୍ଜନ ଦେବ। ପ୍ରତିମାସରେ ସେମାନଙ୍କ ବ୍ୟାଙ୍କ ଆକାଉଂଟକୁ ଏହି ଅର୍ଥ ଯିବ, ଯେପର‌୍ୟ୍ୟନ୍ତ ତାଙ୍କର ଆର୍ଥିକ ସ୍ଥିତିରେ ସୁଧାର ନହୋଇଛି। ଓଡ଼ିଶାରେ ଏବେ ୪-୫ଜଣ ଅଫିସରଙ୍କ ଦ୍ୱାରା ଶାସନ ଚାଲିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବନ୍ଧୁମାନେ କୋଟିପତି ପାଲଟୁଛନ୍ତି। ବଡ଼ବଡ଼ ବ୍ୟବସାୟ କରୁଛନ୍ତି ଓ ପ୍ଲେନରେ ବୁଲୁଛନ୍ତି। ଗରିବ, ଖଟିଖିଆ, ଆଦିବାସୀ, ଦୁର୍ବଳ ବର୍ଗ ଓ ମା’-ଭଉଣୀଙ୍କ ସରକାର ଚାଲିନି କିମ୍ବା ସେମାନଙ୍କ କଥା ଶୁଣାଯାଉନି। କଂଗ୍ରେସ ପୂର୍ବରୁ ମନରେଗା, ଖାଦ୍ୟ ସୁରକ୍ଷା ଯୋଜନା, ଚାଷୀ ଋଣ ଛାଡ଼, କମ୍ପ୍ୟୁଟର କ୍ରାନ୍ତି ଭଳି କାର‌୍ୟ୍ୟକ୍ରମ ସଫଳତାର ସହ କାର‌୍ୟ୍ୟକାରୀ କରିଥିଲା। ତେଣୁ କଂଗ୍ରେସ ସର୍ବଦା ଗରିବ,ଦଳିତ, ଦୁର୍ବଳ ବର୍ଗ ଓ ମା-ଭଉଣୀଙ୍କ ସ୍ୱାର୍ଥ ପାଇଁ କାମ କରୁଛି।
କଂଗ୍ରେସ ଜଦି ଓଡ଼ିଶାରେ କ୍ଷମତାକୁ ଆସେ ତାହେଲେ ଓଡ଼ିଶାରେ ପରିବର୍ତ୍ତନ ହେବ ବୋଲି ରାହୁଲ କହିଛନ୍ତି ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଫେରିଲା ମା’ର ମମତା !

Sat Mar 9 , 2019
ଫେରିଲା ମା’ କୋଳକୁ ୪ଦିନର ଶିଶୁ ପୁତ୍ର । ମା’ର ମମତା ଆଗରେ ହାରମାନିଲା ପିଲା ଚୋର । ପାଟଣାଗଡ଼ ପିଲା ଚୋରି ଘଟଣାରେ ଆଜି ଅଭିଯୁକ୍ତା ମହିଳାକୁ ଗିରଫ କରିଛି ପାଟଣାଗଡ ପୋଲିସ୍ । ସିସିଟିଭି ଫୁଟେଜକୁ ଆଧାରକରି ପାଟଣାଗଡ ପୋଲିସକୁ ବଡ଼ ସଫଳତା ମିଳିଛି । ଗତ ୬ ତାରିଖରେ ପାଟଣାଗଡ଼ ଉପଖଣ୍ଡ ଡ଼ାକ୍ତରଖାନାରୁ ମାତ୍ର ୪ଦିନର ନବଜାତ ଶିଶୁକୁ ଜଣେ ମହିଳା ଆଶାକର୍ମୀ ବେଶରେ ଆଶି […]
maa

You May Like

Pin It on Pinterest