ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୭ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨୮୮୦୨୪ ଜଣକୁ ବୃଦ୍ଧି ପାଇଛି ।ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୧୨୮୮୦୨୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୮୦ଟି ଆକ୍ଟିଭ୍ କେସ୍ ରହିଥିବା ବେଳେ ୧୨୭୮୭୬୭ ଜଣ ସୁସ୍ଥ ହୋଇଛନ୍ତି ।
ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ ଯୁକ୍ତ୨ କଳା, ବିଜ୍ଞାନ, ବାଣିଜ୍ୟ, ଧନ୍ଦାମୂଳକ ପାଠ୍ୟକ୍ରମର ଥିଓରି ପରୀକ୍ଷା ଆଜିଠୁ ଆରମ୍ଭ ହେବ। ପ୍ରଥମ ଦିନ କଳା ଓ ବାଣିଜ୍ୟ ବିଭାଗର ଓଡ଼ିଆ ବିଷୟ ପରୀକ୍ଷା ରହିଛି। ମେ’ ୯ରୁ ବିଜ୍ଞାନ ଓ ଧନ୍ଦାମୂଳକ ବିଭାଗର ପରୀକ୍ଷା ଆରମ୍ଭ ହେବ। ପ୍ରତିଦିନ ପୂର୍ବାହ୍ନ ୯ଟାରୁ ପରୀକ୍ଷା ଆରମ୍ଭ ହେବ । ୩୦ ମିନିଟ୍ ପୂର୍ବରୁ ପରୀକ୍ଷାର୍ଥୀ କେନ୍ଦ୍ର ଭିତରକୁ ପ୍ରବେଶ କରିବେ ।
ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୩୩୦୩ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏବେସୁଦ୍ଧା ଦେଶରେ ପ୍ରାୟ ୪ କୋଟି ୩୦ ଲକ୍ଷ ୬୮ ହଜାରରୁ ଅଧିକ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେହିପରି ୧୬୯୮୦ ସକ୍ରିୟ ମାମଲା ରହିଛି ଏବଂ ପ୍ରାୟ ୪ କୋଟି ୨୫ ଲକ୍ଷ ୨୮ ହଜାର ୧୨୬ ଜଣ ସୁସ୍ଥ ହୋଇ ଫେରିଛନ୍ତି । ଏହା ବ୍ୟତୀତ ୫୨୩୬୯୩ ସଂକ୍ରମିତ ପ୍ରାଣ ହରାଇଛନ୍ତି ।
ଉତ୍ତରପ୍ରଦେଶର ବିଭିନ୍ନ ଧର୍ମସ୍ଥଳୀରୁ ହଟିଲା ହଜାର ହଜାର ଲାଉଡ୍ସ୍ପିକର୍ । ଗତ ୪ ଦିନ ଭିତରେ ୟୁପିର ବିଭିନ୍ନ ସ୍ଥାନରେ ଥିବା ମନ୍ଦିର, ମସ୍ଜିଦ୍, ଚର୍ଚ୍ଚ ଓ ଗୁରୁଦ୍ୱାରରୁ ପ୍ରାୟ ୧୧ ହଜାର ଲାଉଡ୍ ସ୍ପିକର୍ ହଟାଯାଇଛି । ଏଥିସହ ୩୫ ହଜାରରୁ ଅଧିକ ଲାଉଡ୍ ସ୍ପିକରର ଶବ୍ଦ କମ୍ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ପ୍ରତ୍ୟେକ ଧର୍ମସ୍ଥଳକୁ ଯାଇ ପୁଲିସଓ ପ୍ରଶାସନିକ ଅଧିକାରୀମାନେ କେତୋଟି ଲାଉଡ୍ ସ୍ପିକର୍ ଲାଗିଛି ଓ ସେଥିରୁ ଦିନ ଓ ରାତିରେ କେତେ ଡେସିବଲ୍ ଶବ୍ଦ ବାହାରୁଛି ଯାଞ୍ଚ କରାଯାଇଥିଲା ।
କଶ୍ମୀରର ଦକ୍ଷିଣ ପ୍ରାନ୍ତର ପୁଲ୍ୱାମା ଜିଲ୍ଲା ଅନ୍ତର୍ଗତ ମିତ୍ରିଗାମ୍ ଗ୍ରାମରେ ଆତଙ୍କବାଦୀ ନିରୋଧୀ ଅଭିଯାନ ବେଳେ ଗୁଳି ବିନିମୟ ଘଟି ‘ଅଲ୍-ବଦର୍’ ସଙ୍ଗଠନର ୨ଜଣ ସ୍ଥାନୀୟ ଆତଙ୍କବାଦୀ ନିହତ ହୋଇଥିବା କଥା ଆଜି ପୁଲିସ ଅଧିକାରୀମାନେ କହିଛନ୍ତି।
ଫ୍ରାନ୍ସ୍ର ରାଷ୍ଟ୍ରପତି ଭାବେ ଦ୍ବିତୀୟ ଥର ନିର୍ବାଚିତ ହେବା ପରେ ପ୍ରଥମ ଥର ପାଇଁ ପ୍ୟାରିସ୍ର ଚେର୍ଗି-ପଇଣ୍ଟୋଇଜ୍ କୁ ଯାଇଥିବା ବେଳେ ଇମ୍ମାନୁଏଲ୍ ମାକ୍ରୋନ୍ଙ୍କ ଆଡ଼କୁ କେହି ଜଣେ ‘ଚେରି ଟମାଟୋ’ ଫିଙ୍ଗିଥିଲେ। ଟମାଟୋ ସବୁ ମାକ୍ରୋନ୍ଙ୍କ ଉପରେ ବାଜି ନ ଥିଲେ ମଧ୍ୟ ତାଙ୍କ ମୁହଁର ଅତି ନିକଟ ଦେଇ ଅତିକ୍ରମ କରିଯାଇଥିଲା। ଇମ୍ମାନୁଏଲ୍ କିନ୍ତୁ, ବିରକ୍ତି ଭାବ ପ୍ରକାଶ କରି ନ ଥିଲେ। ବରଂ ମାଡ଼ଗୋଳ କରନାହିଁ କହି ଘଟଣାସ୍ଥଳରୁ ଚାଲିଯାଇଥିଲେ ।
ଟ୍ୱିଟରକୁ କିଣିବାର ଦିନକ ପରେ ଏଲନ ମସ୍କ ତାଙ୍କର ନୂଆ ଯୋଜନା ସମ୍ପର୍କରେ ଘୋଷଣା କରିଛନ୍ତି। ଆଉଟ୍ ସ୍ପୋକେନ୍ ଟେଲସାର ସିଇଓ ଥିବା ଏଲନ ମସ୍କ ତାଙ୍କର ଅଭିଯାନ ସମ୍ପର୍କରେ ଖୁଲାସା କରିଛନ୍ତି। ଆଗକୁ ସେ ମୃଦୁପାନୀୟ କମ୍ପାନୀ ‘କୋକାକୋଲା’କୁ କିଣିବେ ବୋଲି ଟ୍ୱିଟରରେ ଘୋଷଣା କରିଛନ୍ତି। ଗୋଟିଏ ବାକ୍ୟରେ “ମୁଁ ଏବେ କୋକା କୋଲାକୁ କିଣିବି” ବୋଲି ଲେଖିଛନ୍ତି।