ଶାଳ ବଣରେ ଝୁଲୁଛି ଯୁବକଙ୍କ ମୃତଦେହ…

ଦୁଃଶାସନ ପୃଷ୍ଟି(ଭୁବନ) ୨୮।୦୪ – ଶାଳ ବଣରେ ଝୁଲୁଛି ଯୁବକଙ୍କ ମୃତଦେହ । ଢେଙ୍କାନାଳ ଜିଲ୍ଲା ଭୂବନ ଥାନା ଓଡିଶ ପଞ୍ଚାୟତ ରଗଡ଼ିପଡ଼ା ଗାଁରେ ନିକଟରେ ଘଟିଛି ଘଟଣା । ମୃତକ ଅଁଳାଝରୀ ଗାଁର ତିର୍ଥବାସୀ ପାତ୍ରଙ୍କ ପୁଅ ଦଣ୍ଡୁଆ ପାତ୍ର ।ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ସୂଚନା ଅନୁଯାୟୀ,ମୃତକ ଅଁଳାଝରୀ ଗାଁର ଦଣ୍ଡୁଆ ପାତ୍ରଏକ ମାସ ପୂର୍ବରୁ ଓଡିଶ ପଞ୍ଚାୟତର ରଗଡିପଡାସ୍ଥିତ ପିଉସା ଘରକୁ ଆସିଥିଲେ । କିନ୍ତୁ ଗୁରୁବାର ସକାଳେ ରଗଡିପଡା ଗ୍ରାମ ନିକଟ ଝରଣା ଶାଳ ଜଙ୍ଗଲରେ ଏକ ଗଛରେ ଦଣ୍ଡୁଆର ଝୁଲନ୍ତା ମୃତ ଦେହ ଲୋକେ ଦେଖିଥିଲେ ।

ଗ୍ରାମବାସୀ ଭୁବନ ଥାନାକୁ ଖବର କରିବା ପରେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଶବକୁ ଜବତ କରି ଭୁବନ ମେଡିକାଲକୁ ବ୍ୟବଛେଦ ପାଇଁ ପଠାଇ ତଦନ୍ତ ଜାରି ରଖିଛନ୍ତି ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଚାନ୍ଦବାଲି- ବ୍ଲକ ସ୍ତରୀୟ ସ୍ୱାସ୍ଥ୍ୟ ମେଳା ଅନୁଷ୍ଠିତ

Thu Apr 28 , 2022
ଦେବକାନ୍ତ ମହାନ୍ତି(ଚାନ୍ଦବାଲି):୨୪//୦୪//୨୦୨୨।ଭଦ୍ରକ ଜିଲ୍ଲାର ଗୋଟିଏ ପରେ ଗୋଟିଏ ବ୍ଲକରେ ଅନୁଷ୍ଠିତ ହେଉଛି ସ୍ୱାସ୍ଥ୍ୟ ମେଳା । ଉକ୍ତ ସ୍ୱାସ୍ଥ୍ୟମେଳାରେ ବିଭିନ୍ନ ବିଭାଗର ଅଭିଜ୍ଞ ଡାକ୍ତର ମାନଙ୍କ ଦ୍ୱାରା ରୋଗୀ ମାନଙ୍କୁ ମାଗଣାରେ ଚିକିତ୍ସା ସହ ଔଷଧ ଯୋଗାଇ ଦିଆଯାଉଛି । ଏହି ଉତ୍ସବରେ ଯକ୍ଷ୍ମା ରୋଗ ର ନିରାକରଣ ବିଷୟରେ ଏକ ଆଶା ସାଥି ମାନଙ୍କ ଦ୍ୱାରା ଏକ ନାଟକ ମଧ୍ୟ ପରିବେଷଣ କରାଯାଇଥିଲା, ଏହି ନାଟକ ଟିକୁ ତ୍ରିଲୋଚନ […]

You May Like

Pin It on Pinterest