
ଦେବକାନ୍ତ ମହାନ୍ତି(ଚାନ୍ଦବାଲି):୨୪//୦୪//୨୦୨୨।ଭଦ୍ରକ ଜିଲ୍ଲାର ଗୋଟିଏ ପରେ ଗୋଟିଏ ବ୍ଲକରେ ଅନୁଷ୍ଠିତ ହେଉଛି ସ୍ୱାସ୍ଥ୍ୟ ମେଳା । ଉକ୍ତ ସ୍ୱାସ୍ଥ୍ୟମେଳାରେ ବିଭିନ୍ନ ବିଭାଗର ଅଭିଜ୍ଞ ଡାକ୍ତର ମାନଙ୍କ ଦ୍ୱାରା ରୋଗୀ ମାନଙ୍କୁ ମାଗଣାରେ ଚିକିତ୍ସା ସହ ଔଷଧ ଯୋଗାଇ ଦିଆଯାଉଛି ।
ଏହି ଉତ୍ସବରେ ଯକ୍ଷ୍ମା ରୋଗ ର ନିରାକରଣ ବିଷୟରେ ଏକ ଆଶା ସାଥି ମାନଙ୍କ ଦ୍ୱାରା ଏକ ନାଟକ ମଧ୍ୟ ପରିବେଷଣ କରାଯାଇଥିଲା, ଏହି ନାଟକ ଟିକୁ ତ୍ରିଲୋଚନ ପଣ୍ଡା ନିର୍ଦ୍ଦେଶନା ଦେଇଥିଲେ।
ଶ୍ରୀ ଜଗନ୍ନାଥ ପ୍ରାଥମିକ ବିଦ୍ୟାଳୟ , ପାଞ୍ଚପଡା, ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ଉକ୍ତ ସ୍ୱାସ୍ଥ୍ୟ ମେଳାକୁ ଭଦ୍ରକ ସାଂସଦ ଶ୍ରୀମତି ମଞ୍ଜୁଲତା ମଣ୍ଡଳ ଉଦଘାଟନ କରିଥିଲେ ।
ମୁଖ୍ୟଅତିଥି ରୂପେ ଚାନ୍ଦବାଲି ବିଧାୟକ ଡ଼ଃ ବ୍ୟାମକେଶ ରାୟ , ସମ୍ମାନିତ ଅତିଥି ଭାବେ ଜିଲ୍ଲା ମୁଖ୍ୟ ସ୍ୱାସ୍ଥ୍ୟ ଅଧିକାରୀ ଡ଼ଃ ସନ୍ତୋଷ କୁମାର ପାତ୍ର ,ତହସିଲଦାର ସୁଶାନ୍ତ ସୁତାର , ବିଡ଼ିଓ ଜ୍ୟୋତି ବିକାଶ ଦାସ , ବ୍ଳକ ଅଧକ୍ଷା ମିନତୀ ସୁତାର, ଏନ ଏ ସି ଅଧକ୍ଷା ଶାନ୍ତି ଲତା ସେଠି । ଜିଲ୍ଲା ପରିଷଦ ସଭ୍ୟ ରଞ୍ଜନ ସାହୁ ପ୍ରମୁଖ ଯୋଗ ଦେଇ ଗରିବ ଲୋକମାନଙ୍କର ସ୍ୱାସ୍ଥ୍ୟର ଉନ୍ନତି ପାଇଁ ସରକାର ଯୋଗାଉ ଥିବା ବିଭିନ୍ନ ସୁବିଧାର ସୁଯୋଗ ନେବାକୁ ଅନୁରୋଧ କରିଥିଲେ ।



