ନିରବି ଗଲା ପ୍ରେରଣାଦାୟୀ ମା’ଙ୍କ ପ୍ରେରଣାର ସ୍ୱର… ସାମ୍ବାଦିକ ନବୀନ ଦାଶଙ୍କ ମାତୃ ବିୟୋଗରେ ଗଭୀର ଶ୍ରଦ୍ଧାଞ୍ଜଳୀ…

ବାସ୍ତବ ବ୍ୟୁରୋ:ରାତି ପାହିଲେ ଖବର କାଗଜ ପଢ଼ିବାର ନିଶା ବା ଆଗ୍ରହ ପ୍ରକାଶ କରିବା ସାଧାରଣତଃ ଗୃହିଣୀଙ୍କ କ୍ଷେତ୍ରରେ ନିଆରା ।ଏମିତି ଜଣେ ମହିଳା ଥିଲେ ଏନ୍ ଏ ସି ୱାର୍ଡ ନମ୍ୱର୍ ୧୦ ରେ,ଯିଏ ସକାଳ ପାହିଲେ ଖବର କାଗଜ ପଢ଼ିବା ସହ ସାଧାରଣଙ୍କ ମଣିଷର ସ୍ୱରକୁ ଲୋକଲୋଚନକୁ ଆଣିବା ପାଇଁ ସାମ୍ବାଦିକ ମାନଙ୍କୁ ପ୍ରେରଣା ଦେଉଥିଲେ,ଲୋକଙ୍କର ଦୁଃଖ ଖବର ପଢ଼ି ନିଜେ କାନ୍ଦି ପକାଉଥିଲେ, ସେ ହେଲେ ଅତାବିରା ଲlଦେରପାଳି ଶ୍ରୀବତ୍ସ ଦାଶ ଙ୍କ ଧର୍ମ ପତ୍ନୀ ପୁଷ୍ପାଞ୍ଜଳି ଦାଶ।

ଆଜି ସେ ୬୨ ବର୍ଷରେ ମୃତ୍ୟୁ ପଥର ଯାତ୍ରୀ ପାଲଟି ଯାଇଛନ୍ତି। ଜଣେ ନାରୀ ଯେତେବେଳେ ତାର ମହତ୍ ଉଦ୍ଦେଶ୍ୟକୁ ଚରିତାର୍ଥ କରିପାରେ ନାହିଁ,ତାର ସନ୍ତାନ ମାନଙ୍କ ଦ୍ଵାରା ତାହା ପୂର୍ଣ୍ଣ କରିବାକୁ ଚେଷ୍ଟା କରେ।ଠିକ୍ ସେହିପରି ଏହି ମହିୟସୀ ମହିଳା ତାଙ୍କର ମହତ୍ ଚିନ୍ତାଧାରାକୁ ତାଙ୍କ ପୁତ୍ର ଦ୍ଵାରା ଚରିତାର୍ଥ କରିପାରିଥିଲେ। ପୁଅକୁ ସାମ୍ବାଦିକ କରାଇ,ତାଙ୍କୁ ସଦା ସର୍ବଦା ପ୍ରେରଣା ଯୋଗାଇ ନିରପେକ୍ଷ ସମ୍ବାଦ ପ୍ରକାଶ କରି ସାଧାରଣ ମଣିଷ ପ୍ରତି ହେଉଥିବା ଅନ୍ୟାୟ ଅତ୍ୟାଚାର କୁ ଲୋକ ଲୋଚନକୁ ଆଣିବା,ତାକୁ ତାର ହକ ପ୍ରଦାନ କରିବା,ନ୍ୟାୟ ପ୍ରଦାନ କରିବା ଆଦି ପାଇଁ ସେ ସବୁବେଳେ ପ୍ରେରଣା ଦେଉଥିଲେ।

ଯାହାର ପ୍ରେରଣାରେ ପୁଅ ନବୀନ ଦାଶ ଜଣେ ସୁଯୋଗ୍ୟ ସାମ୍ବାଦିକ ଭାବରେ ନିଜକୁ ପ୍ରତିଷ୍ଠିତ କରିପାରିଛନ୍ତି,ଉତ୍ସାହ ଓ ସାହସ ପାଇଛନ୍ତି ।ଆଜି ସେଇ ପ୍ରେରଣାଦାୟୀ ସ୍ୱର ସବୁଦିନ ପାଇଁ ନିରବି ଯାଇଛି।ଦୁଇ ପୁଅ ,ଝିଅ, ପାଞ୍ଚ ଟି ନାତି ନାତୁଣୀ ସର୍ବୋପରି ତାଙ୍କ ଜୀବନ ସାଥି / ସ୍ବାମୀଙ୍କୁ ଶୋକ ସାଗରରେ ଭସେଇ ଦେଇ ସେ ଚାଲିଯାଇଛନ୍ତି ।ତାଙ୍କରି ବିୟୋଗରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।ସେ ଜଣେ ସ୍ପଷ୍ଟ ବାଦିନୀ,ଧର୍ମ ପରାୟଣl,ପରୋପକାରୀ ମହିଳା ଥିଲେ।ଅଞ୍ଚଳ ବିଭିନ୍ନ ପ୍ରାନ୍ତରୁ ସାମ୍ବାଦିକ,ବୁଦ୍ଧିଜୀବୀ ,ବିଭିନ୍ନ ଅନୁଷ୍ଠାନ ତଥା ବନ୍ଧୁ ବର୍ଗ ତାଙ୍କର ଶେଷ ଦର୍ଶନ କରି ତାଙ୍କ ଅମର ଆତ୍ମାର ସଦଗତି କାମନା କରିଥିଲେ ।ନିକଟସ୍ଥ ଝାଉଁ ନଦୀ କୂଳରେ ଥିବା ସ୍ବର୍ଗ ଦ୍ଵାରରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଯାଇଛି । ବଡ ପୁଅ ନବୀନ ଦାଶ ମୁଖାଗ୍ନୀ ଦେଇଥିଲେ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

UGC NET ୨୦୨୨ : ଜାତୀୟ ଯୋଗ୍ୟତା ପରୀକ୍ଷା ପାଇଁ ପଞ୍ଜୀକରଣ ଆଜି ଠାରୁ ଆରମ୍ଭ...

Sun May 1 , 2022
UGC NET ୨୦୨୨ : ଜାତୀୟ ପରୀକ୍ଷା ଏଜେନ୍ସି (NTA) ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (UGC) ଜାତୀୟ ଯୋଗ୍ୟତା ପରୀକ୍ଷା ୨୦୨୨ (NET 2022) ପାଇଁ ପଞ୍ଜୀକରଣ ପ୍ରକ୍ରିୟା ଆରମ୍ଭ କରିଛି | ଏଥର NTA UGC NET ଡିସେମ୍ବର ୨୦୨୧ ଏବଂ UGC NET ଜୁନ୍ ୨୦୨୨ ମିଶ୍ରଣ କରି ଏକକାଳୀନ ପଞ୍ଜୀକରଣ ଆରମ୍ଭ କରିଛି | UGC NET ୨୦୨୨ ରେ ଅଂଶଗ୍ରହଣ କରିବାକୁ ଆଗ୍ରହୀ ପ୍ରାର୍ଥୀମାନେ […]

You May Like

Pin It on Pinterest