ଓଡ଼ିଶାରେ ନୂତନ ମେମୁ ଟ୍ରେନ ସେବା

√■ ଫେବୃୟାରୀ ୧୧ ତାରିଖ ରୁ ପୁରୀ-ଅନୁଗୁଳ-ପୁରୀ ମେମୁ ୧୬ ଟି କୋଚ ରେ ଚଳାଚଳ କରିବ I ଏହା ଓଡ଼ିଶାରେ ଲମ୍ବା ଦୂରତ୍ୱ ବିଶିଷ୍ଟ ମେମୁ ଟ୍ରେନ  I

√■ ଫେବୃୟାରୀ ୧୨ ତାରିଖ ରୁ କେନ୍ଦୁଝରଗଡ଼ ପାସେଞ୍ଜର ବଦଳରେ ମେମୁ ଟ୍ରେନ ଚଳାଚଳ କରିବ I
 
√■ ଖୋର୍ଦ୍ଧା ରୋଡ଼ ରେଳ ମଣ୍ଡଳରେ ଏହା ୮ମ ମେମୁ  I

√■ ଯାତ୍ରା ସମୟରେ ମେମୁ ଟ୍ରେନ ସମୟାନୁବର୍ତ୍ତିତା ପ୍ରତି ସହାୟକ ହେବ  I

√■ ଏବେ, ପୂର୍ବ ଟ୍ରେନ ତୁଳନାରେ ମେମୁ ଟ୍ରେନ ମାନଙ୍କରେ ଅଧିକ ଯାତ୍ରୀ ଯାତାୟାତ କରିପାରିବେ I ସମସ୍ତ ମେମୁ ଟ୍ରେନରେ ଯାତ୍ରୀ ଭିଡ଼ ପରିଲକ୍ଷିତ ହେଉଛି  I**
 

ଚଳିତ ମାସ ୧୨ ତାରିଖ ଠାରୁ ଭୁବନେଶ୍ୱର ଓ କେନ୍ଦୁଝରଗଡ ମଧ୍ୟରେ ୫୮୪୨୫/୫୮୪୨୬ କେନ୍ଦୁଝରଗଡ଼-ଭୁବନେଶ୍ୱର-କେନ୍ଦୁଝରଗଡ଼ ପାସେଞ୍ଜର ଟ୍ରେନ ବଦଳରେ ମେମୁ ଟ୍ରେନ ଚଳାଚଳ କରିବାକୁ ସ୍ଥିର କରାଯାଇ ଅଛି I

ଏହି ମାର୍ଗରେ ନୂତନ ମେମୁ ଟ୍ରେନ ପ୍ରଚଳନ ହେବାପରେ ପୂର୍ବରୁ ଚଳାଚଳ କରୁଥିବା ପାସେଞ୍ଜର ଟ୍ରେନ କୁ ଅପସାରିତ କରାଯିବ I ଏହି ମେମୁ ଟ୍ରେନ ୬୮୪୨୫/୬୮୪୨୬ କେନ୍ଦୁଝରଗଡ଼-ଭୁବନେଶ୍ୱର-କେନ୍ଦୁଝରଗଡ଼ ମେମୁ ଭାବେ ଭୁବନେଶ୍ୱର ଠାରୁ ଚଳିତ ମାସ ୧୨ ତାରିଖ ଠାରୁ ଏବଂ ୧୩ ତାରିଖ ଠାରୁ କେନ୍ଦୁଝରଗଡ଼ରୁ ଚଳାଚଳ କରିବ I   ଏହି ମେମୁ ପୂର୍ବ ପାସେଞ୍ଜର ଟ୍ରେନର ସ୍ଥିରୀକୃତ ଷ୍ଟେସନ ଓ ସମୟ ସାରଣୀ ଅନୁଯାୟୀ ଭୁବନେଶ୍ୱର ଓ କେନ୍ଦୁଝରଗଡ ମଧ୍ୟରେ ଚଳାଚଳ କରିବ I    

ଅନୁଗୁଳ-ପୁରୀ ମେମୁ ଟ୍ରେନ ରେ ୪ଟି ଅତିରିକ୍ତ କୋଚ ସଂଯୋଗ ସହ ୧୬ଟି କୋଚ ରେ ଚଳାଚଳ କରିବ –

ଅନୁଗୁଳ ଓ ପୁରୀ ମଧ୍ୟରେ ଚଳାଚଳ କରୁଥିବା ୬୮୪୨୨/୬୮୪୨୧ ପୁରୀ-ଅନୁଗୁଳ-ପୁରୀ ମେମୁ ଟ୍ରେନ ରେ ଦୈନନ୍ଦିନ ଯାତ୍ରୀମାନଙ୍କର ଭିଡକୁ ଦୃଷ୍ଟିରେ ରଖି ପୂର୍ବତଟ ରେଳପଥ ପକ୍ଷରୁ ଏହି ଟ୍ରେନ ରେ ଆହୁରି ୪ଟି ଅତିରିକ୍ତ ବଗି ସ୍ଥାୟୀ ଭାବେ ସଂଯୋଗ କରିବା ପାଇଁ ସ୍ଥିର କରାଯାଇଅଛି I  ଏହି ଟ୍ରେନ ଭୁବନେଶ୍ୱର ଠାରୁ ଚଳିତ ମାସ ୧୧ ତାରିଖ ଠାରୁ ଭୁବନେଶ୍ୱର ଠାରୁ ଏବଂ ୧୨ ତାରିଖ ଠାରୁ ଅନୁଗୁଳ ରୁ ଏହାର ପୂର୍ବ ଗଠନ ୧୨ କୋଚ ବଦଳରେ ୧୬ଟି କୋଚ ରେ ଚଳାଚଳ କରିବ ଇ ଏହା ଓଡିଶା ଅଞ୍ଚଳରେ ଦୀର୍ଘ ପଥ ମେମୁ ଟ୍ରେନ ଅଟେ  I  

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଉତ୍କଳ ଭାରତୀଙ୍କ ଜୟନ୍ତୀ ଅବସରରେ ମାଲ୍ୟାର୍ପଣ ପର୍ବ

Sat Feb 8 , 2020
ଉତ୍କଳ ଭାରତୀ କୁନ୍ତଳା କୁମାରୀ ଙ୍କ ଏକଶତ ଉଣେଇଶି ତମ ଜୟନ୍ତୀ ଅବସରରେ କେନ୍ଦ୍ରାପଡା ଅର୍ବାନ୍ ବ୍ୟାଙ୍କ ସନ୍ନିକଟ ନାରୀ କବିଙ୍କ ପୂର୍ଣ୍ଣାବୟବ ପ୍ରତିମୂର୍ତ୍ତି ରେ ସାମୂହିକ ମାଲ୍ୟାର୍ପଣ କରାଯାଇଥିଲା । କୁନ୍ତଳାକୁମାରୀ ପ୍ରତିଭା ସମିତି ଆନୁକୂଲ୍ୟରେ ପ୍ରାୟୋଜିତ ମାଲ୍ୟାର୍ପଣ ପର୍ବରେ ପ୍ରଫେସର ନନ୍ଦ କିଶୋର ପରିଡ଼ା , ସମିତିର ସଭାପତି ଆଡଭୋକେଟ କୁଞ୍ଜବିହାରୀ ପରିଡ଼ା , ସଂପାଦକ ଆଶୁକବି ହେମନ୍ତ ଜେନା , ବିଶିଷ୍ଟ ପରିବେଶବିତ୍ କାଶୀନାଥ ରାଉତରାୟ […]

You May Like

Pin It on Pinterest