ରାଜ୍ୟ ସରକାରଙ୍କ ଶ୍ରମ ଓ କମର୍ଚାରୀ ରାଜ୍ୟ ବୀମା ବିଭାଗ ତରଫରୁ ଆନ୍ତର୍ଜାତୀୟ ଶ୍ରମିକ ଦିବସ- ୨୦୨୨ ପାଳିତ…


ପ୍ରମୋଦ ନାୟକ(ବାସ୍ତବବ୍ୟୁରୋ):ରାଜ୍ୟ ସରକାରଙ୍କ ଶ୍ରମ ଓ କମର୍ଚାରୀ ରାଜ୍ୟ ବୀମା ବିଭାଗ ତରଫରୁ ମଇ ୧ ତାରିଖରେ ରାଜ୍ୟସ୍ତରୀୟ ଆନ୍ତର୍ଜାତିକ ଶ୍ରମିକ ଦିବସ ଭୁବନେଶ୍ଵରସ୍ଥିତ ଜୟଦେବ ଭବନରେ ପାଳିତ ହୋଇଯାଇଛି ।ଏହି ସମାରୋହକୁ ମାନ୍ୟବର ମନ୍ତ୍ରୀ, ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ଏବଂ ଗ୍ରାମ୍ୟ ଉନ୍ନୟନ, ଓଡ଼ିଶା ଶ୍ରୀ ସୁଶାନ୍ତ ସିଂ ମୁଖ୍ୟଅତିଥ୍‌ ଭାବେ ଯୋଗ ଦେଇ ଶୁଭ ଉଦ୍‌ଘାଟନ କରିଥିଲେ ।

ଓଡ଼ିଶା ସରକାରଙ୍କଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ବିଭାଗ ରାଜ୍ୟରେ କାର୍ଯ୍ୟରତ ଶ୍ରମିକମାନଙ୍କର ସାମାଜିକ ଓ ଅର୍ଥନୈତିକ ବିକାଶ ନିମନ୍ତେ ନିରନ୍ତର ଭାବେ କାର୍ଯ୍ୟ କରୁଅଛି । ନିର୍ମାଣଶ୍ରମିକମାନଙ୍କର କଲ୍ୟାଣ ପାଇଁ ଓଡ଼ିଶା କୋଠାବାଡ଼ି ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ଼ ଗଠନ କରାଯାଇ ଅଦ୍ୟାବଧୂ ୩୫ ଲକ୍ଷରୁ ଊର୍ଦ୍ଧ୍ବ ନିର୍ମାଣ ଶ୍ରମିକଙ୍କୁ ଏହି ବୋର୍ଡ଼ ଅଧ୍ଵନରେ ପଞ୍ଜିକୃତ କରାଯାଇମୋଟ ୨୬୬୦ କୋଟି ଟଙ୍କାର ସହାୟତା ରାଶି ପ୍ରଦାନ କରାଯାଇଅଛି ।

ପଞ୍ଜିକୃତ ନିର୍ମାଣ ଶ୍ରମିକ ତଥାସେମାନଙ୍କ ପରିବାରଙ୍କୁ ଶିକ୍ଷାବୃତି, ବିବାହ, ପ୍ରସୂତି, ମୃତ୍ୟୁ, ଅତ୍ୟେଷ୍ଟିକ୍ରିୟା ସକାଶେ ଆର୍ଥିକ ସହାୟତାପ୍ରଦାନ କରାଯାଉଅଛି । ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗର ସହଭାଗିତାରେ ଏହି କଲ୍ୟାଣ ବୋର୍ଡ଼ ମାଧ୍ୟମରେ ‘ ନିର୍ମାଣ ଶ୍ରମିକ ପକ୍କାଘର ଯୋଜନା’, ‘ନିର୍ମାଣ ଶ୍ରମିକ ପେନସନ୍ ଯୋଜନା’, ସରକାରୀଆଇ.ଟି.ଆଇ ଓ ଡିପ୍ଲୋମା ଅନୁଷ୍ଠାନରେ ଶିକ୍ଷା ନିମନ୍ତେ ‘ ନିର୍ମାଣ କୁସୁମ ଯୋଜନା’ କାର୍ଯ୍ୟକାରୀକରାଯାଉଅଛି ।

ସେହିପରି ଅଣସଂଗଠିତ କ୍ଷେତ୍ରରେ କାର୍ଯ୍ୟ କରୁଥିବା ଶ୍ରମିକମାନଙ୍କ ପାଇଁ ‘ ଓଡ଼ିଶା ଅଣସଂଗଠିତ ଶ୍ରମିକ ସାମାଜିକ ସୁରକ୍ଷା ବୋର୍ଡ଼’ ଗଠନ କରାଯାଇ ବିଭିନ୍ନ ଯୋର୍ଜନା କାର୍ଯ୍ୟକାରୀ ହେଉଅଛି ।ପ୍ରବାସୀ ଶ୍ରମିକମାନଙ୍କର ସୁରକ୍ଷା ପାଇଁ ସ୍ଵତନ୍ତ୍ର ଦୃଷ୍ଟି ଦିଆଯିବା ସହ ରାଜ୍ୟର ୪ଗୋଟି ପ୍ରବାସୀ ଶ୍ରମିକ ପ୍ରବଣ ଜିଲ୍ଲା ଯଥା ବଲାଙ୍ଗୀର, ବରଗଡ଼, କଳାହାଣ୍ଡି ଓ ନୂଆପଡ଼ାର ୪୭୭ ଗୋଟି ପଂଚାୟତରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସହାୟତା ପ୍ୟାକେଜ୍ କାର୍ଯ୍ୟକାରୀ ହେଉଅଛି ।


ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଚାନ୍ଦବାଲି ଥାନା ପକ୍ଷରୁ ପଥଚାରୀଙ୍କ ପାଇଁ ଜଳଛତ୍ର ଉଦଘାଟିତ...

Sun May 1 , 2022
ଦେବକାନ୍ତ ମହାନ୍ତି( ଚାନ୍ଦବାଲି) ୧/୫/୨୦୨୨-ପ୍ରଚଣ୍ଡ ରୁଦ୍ରତାପରୁ ରକ୍ଷା ପାଇବା ପାଇଁ ଜିଲ୍ଲା ପୋଲିସ ଆରକ୍ଷୀଙ୍କ ନିର୍ଦେଶରେ ଚାନ୍ଦବାଲି ଥାନା ପକ୍ଷରୁ ଚାନ୍ଦବାଲି ଅଟୋ ଷ୍ଟାଣ୍ଡରେ ଏକ ଜଳଛତ୍ର ଷ୍ଟଲର ଉଦ୍‌ଘାଟନ ହୋଇଯାଇଛି l ଚାନ୍ଦବାଲି ଥାନା ପକ୍ଷରୁ ଥାନା ଅଧିକାରୀ କରୁଣାକର ରାଉତ ଏହି ଜଳଛତ୍ର ଷ୍ଟଲକୁ ଫିତା କାଟି ଉଦ୍‌ଘାଟନ କରିଛନ୍ତି । ଏହି ଜଳଛତ୍ର ଉଦ୍‌ଘାଟାନ ଉତ୍ସବରେ ଚାନ୍ଦବାଲି ଥାନାର ଏସ.ଆଇ ବି ବି ନାୟକ, ଅନୁରାଗ […]

You May Like

Pin It on Pinterest