
ନିରଞ୍ଜନ ଓଝା (ମହାକାଳପଡ଼ା): ମହାକାଳପଡ଼ା ଭାରତୀୟ ଜନତା ପାର୍ଟି ତରଫରୁ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ପ୍ରତିବାଦରେ ଥାନା ଘେରାଉ ଏବଂ ମହାକାଳପଡ଼ା ଥାନା ଅଧିକାରୀ ଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି |
ସୂଚନାରୁ ପ୍ରକାଶ ତିନିଦିନ ଆଗରୁ ମହାକାଳପଡ଼ା ଛକ ନିକଟରେ ଥିବା ମଦ କାଉଣ୍ଟର ପାଖରେ ଲକ୍ଷ୍ମଣ କୁମାର ମଲ୍ଲିକଙ୍କୁ ଦିନ ଦ୍ୱିପ୍ରହରରେ ଗୁଳିମାଡ କରିଥିଲେ କିଛି ଦୁର୍ବୃତ୍ତ |ଏହି ଘଟଣା ଘଟାଇଥିବା ଦୁର୍ବୃତ୍ତ ମାନଙ୍କୁ ଦୀର୍ଘ ସମୟ ଧରି ଧରା ଯାଇ ନଥିବା ନେଇ ,ଭାରତୀୟ ଜନତା ପାର୍ଟିର ନେତା ଡଃ. ସୌଭାଗ୍ୟ କୁମାର ପରିଡ଼ା ଓରଫ ଟୁଲୁ ଭାଇ ଙ୍କ ନେତୃତ୍ୱରେ ଆଜି ବିଶାଳ ରାଲୀ, ମହାକାଳପଡ଼ା ଥାନା ଅଧିକାରୀ ମନୋରଞ୍ଜନ ଚୌଧୁରୀ ଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି |