ଉତ୍କଳ ଭାରତୀ କୁନ୍ତଳା କୁମାରୀ ଙ୍କ ଏକଶତ ଉଣେଇଶି ତମ ଜୟନ୍ତୀ ଅବସରରେ କେନ୍ଦ୍ରାପଡା ଅର୍ବାନ୍ ବ୍ୟାଙ୍କ ସନ୍ନିକଟ ନାରୀ କବିଙ୍କ ପୂର୍ଣ୍ଣାବୟବ ପ୍ରତିମୂର୍ତ୍ତି ରେ ସାମୂହିକ ମାଲ୍ୟାର୍ପଣ କରାଯାଇଥିଲା । କୁନ୍ତଳାକୁମାରୀ ପ୍ରତିଭା ସମିତି ଆନୁକୂଲ୍ୟରେ ପ୍ରାୟୋଜିତ ମାଲ୍ୟାର୍ପଣ ପର୍ବରେ ପ୍ରଫେସର ନନ୍ଦ କିଶୋର ପରିଡ଼ା , ସମିତିର ସଭାପତି ଆଡଭୋକେଟ କୁଞ୍ଜବିହାରୀ ପରିଡ଼ା , ସଂପାଦକ ଆଶୁକବି ହେମନ୍ତ ଜେନା , ବିଶିଷ୍ଟ ପରିବେଶବିତ୍ କାଶୀନାଥ ରାଉତରାୟ , ସମାଜସେବୀ ସ୍ମୃତି ରଞ୍ଜନ ଦ୍ଵିବେଦୀ , ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଶିକ୍ଷକ କବି ଶୁଭାଂଶୁ କୁମାର ଦାସ , ଶିକ୍ଷାବିତ୍ କୈଳାସ ଚନ୍ଦ୍ର ବାରିକ , ଗୀତିକାର ତଥା ସଂଗୀତଜ୍ଞ ବିମଳ ପ୍ରସାଦ ପରିଡ଼ା , ସଂଗୀତ ନିର୍ଦ୍ଦେଶକ ସତ୍ୟପ୍ରିୟ ଦାସ , ଆଡଭୋକେଟ ତମସା ପାତ୍ର , ଇଂ ବିଜୟ କୁମାର ସାହୁ , ପତ୍ରକାର ଅମର ବର ବିଶ୍ଵାଳ , ସାମ୍ବାଦିକ ଅସିତ୍ କୁମାର ପଣ୍ଡା , ପ୍ରକାଶକ ଚିନ୍ମୟ ଚିର ସୁନ୍ଦର ଷେଣ୍ଢ , ଉଦ୍ଘୋଷକ ଉମାକାନ୍ତ ଜେନା , କବି ରଞ୍ଜନ କୁମାର ରଣା , ସମାଜସେବୀ ପ୍ରଦୀପ କୁମାର ନାୟକ ପ୍ରମୂଖ ଉତ୍କଳ ଭାରତୀ ଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରିଥିଲେ ।
