
କଟକ ୦୩।୦୫: କଟକ ଡେପୁଟି ମେୟରଙ୍କ ଘର ଭାଙ୍ଗିବ ଇଡକୋ ।ଏ ନେଇ ଡେପୁଟି ମେୟରଙ୍କ କାନ୍ଥରେ ଲାଗିଲା ଉଚ୍ଛେଦ ନୋଟିସ। ୭ ଦିନ ମଧ୍ୟରେ ଜଗା ଖାଲି କରିବାକୁ ଇଡକୋ ପକ୍ଷରୁ ନୋଟିସରେ ଉଲ୍ଲେଖ କରାଯାଇଛି ।ଅର୍ଥାତ ମେ ୧୦ ତାରିଖରେ ସିଏମ୍ସି ଏନ୍ଫୋର୍ସମେଣ୍ଟ ଟିମ୍ ଡେପୁଟି ମେୟରଙ୍କ ଘର ଉଚ୍ଛୋଦ କରିବ।
ସୂଚନା ଅନୁଯାୟୀ, କଟକ ଜଗତପୁର ଶିଳ୍ପାଞ୍ଚଳରେ ଇଡକୋ ଜାଗାରେ ଥିବା ଘର ଗୁଡ଼ିକ ଉଚ୍ଛେଦ ପାଇଁ ଏହି ନୋଟିସ ଜାରି କରାଯାଇଛି। ତେଣୁ ଏହି ବସ୍ତିରେ ଥିବା ସିଏମ୍ସି ଡେପୁଟୀ ମେୟର ଦମୟନ୍ତୀ ମାଝୀଙ୍କ ଘରେ ଉଚ୍ଛେଦ ଲାଗି ନୋଟିସ ମରାଯାଇଛି ।ସମସ୍ତଙ୍କୁ ଘର ଖାଲି କରିବାକୁ ୭ ଦିନ ସମୟ ଦିଆଯାଇଛି। ଆସନ୍ତା ୧୦ ତାରିଖ ସୁଦ୍ଧା ଜାଗା ଖାଲି କରି ଛାଡିବାକୁ କୁହାଯାଇଛି। ଯଦି ଏହି ସମୟରେ ଘର ଖାଲି ନକରାଯାଏ । ତେବେ ଆସନ୍ତା ମଙ୍ଗଳବାର ଦିନ ଇଡକୋ ଜମିରେ ଥିବା ବେଆଇନ ନିର୍ମାଣ ଗୁଡ଼ିକୁ ଭାଙ୍ଗି ଦିଆଯିବ ।