
ନବୀନ ଦାଶ(ବରଗଡ଼) :ବରଗଡ଼ ଜିଲ୍ଲା ଭଟଲି ବ୍ଲକ କମ୍ ଗାଁ ପଞ୍ଚାୟତ କର୍ଲା ଯୋରୀ ଠାରେ ଓଡିଶା ରାଜ୍ୟ କୃଷକ ସଂଗଠନ ପକ୍ଷରୁ ଅକ୍ଷୟ ତୃତୀୟା ପାଳିତ ହୋଇଯାଇଛି।ଏହି ଅବସରରେ ଗ୍ରାମର ରୋହିତ ଖମାରୀ ମୁଠି ଅନୁକୂଳ କରିଥିଲେ।ପୂର୍ବ ପ୍ରଚଳିତ ବିଧି ଅନୁସାରେ ଏହି ଦିନ ବିହନ ବୁଣିଲେ ବିହନ ଅକ୍ଷୟ ହୋଇଥାଏ,ଚାରା ରୋଗ ପୋକ ଦାଉରୁ ରକ୍ଷା ପାଇଥାଏ।ଏହି କୃଷି ଭିତ୍ତିକ ପର୍ବରେ ଗ୍ରାମର ଅନେକ ଚାଷୀ ଯୋଗଦାନ କରିଥିଲେ।
ପ୍ରକାଶ ନାଏକ ହଲ ଧରି ଜମି କର୍ଷଣ କରିଥିଲେ।ଏଥିରେ ଗ୍ରାମର ମନବୋଧ ନାଏକ,ସନତ ନାଏକ,ଜନ୍ମେଜୟ ବାଗ,ବନ୍ଦୋବସ୍ତ ଦୁଆନ୍,ପ୍ରଫୁଲ୍ଲ ନାଏକ,ଯୁବରାଜ ସାହୁ ପ୍ରମୁଖ ଚାଷୀ ଯୋଗ ଦେଇଥିଲେ।ସଂଗଠନ ପକ୍ଷରୁ ରାଜ୍ୟ ସଭାପତି ଷଢ଼ାନନ ଭୋଇ,ସଂପାଦକ ଲୋକେଶ୍ଵର୍ ପ୍ରଧାନ,ଉପଦେଷ୍ଟା ବୃଷଭାନୁ ସାହୁ,ବସନ୍ତ ବାରିକ୍,ହୁର୍ଶି ପ୍ରଧାନ,ଶ୍ରୀପତି ଭୋଇ ପ୍ରମୁଖ ଙ୍କ ସକ୍ରିୟ ଉପସ୍ଥିତି ରହିଥିଲା।
ମୁଠି ଅନୁକୂଳ ସ୍ଥାନରେ ଓଡ଼ିଶା ରାଜ୍ୟ ର ସମସ୍ତ ଚାଷୀ ଙ୍କ ଫସଲ କୁ ବଞ୍ଚାଇବା ପାଇଁ ଇନ୍ଦ୍ର ଦେବତା ଙ୍କୁ ପ୍ରାର୍ଥନା କରିଥିଲେ।ଧରିତ୍ରୀ ମାତା ଙ୍କୁ ଫସଲ ଉପୁଜାଇବା ପାଇଁ ପ୍ରାର୍ଥନା କରାଯାଇଥିଲା।ହଲ ନଙ୍ଗଲ ସାହାଯ୍ୟରେ ଜମି ଚାଷ କଲେ ଖର୍ଚ୍ଚ କମ ହେବା ସଙ୍ଗେ ସଙ୍ଗେ ଚାଷୀ ଆତ୍ମ ନିର୍ଭର ହୋଇପାରିବେ ବୋଲି ସଂଗଠନ ତରଫରୁ ଗ୍ରାମବାସୀ ତଥା ଉପସ୍ଥିତ ଥିବା ଚାଷୀ ମାନଙ୍କୁ ପରାମର୍ଶ ଦିଆଯାଇଥିଲା।



