ନର୍ଲା ଜେ ଏମ୍ ଏଫ୍ ସି କୋର୍ଟ ସ୍ଥାପନ ହେବାରେ ବିଳମ୍ୱ ହେତୁ ବଢୁଛି ଜନ ଅସନ୍ତୋଷ…

ନର୍ଲା(ସନ୍ତୋଷ ପାତ୍ର) : ରାଜ୍ୟ ସରକାର ୨୦୧୫ ମସିହାରେ ସାଧାରଣ ଜନତାଙ୍କ ନ୍ୟାୟ ବ୍ୟବସ୍ଥା ର ସୁବିଧା ସକାଶେ ପ୍ରତେକ ବ୍ଲକ ରେ ଗୋଟିଏ ଗୋଟିଏ (ଜେ, ଏମ୍ ଏଫ୍, ସି )କୋର୍ଟ ସ୍ଥାପନ ପାଇଁ ସରକାର ନିଷ୍ପତ୍ତି ନେଇଥିଲେ । ହେଲେ ଅଦ୍ୟାବଧି ଓଡ଼ିଶା ର କେତୋଟି ବ୍ଲକ୍ ରେ କୋର୍ଟ ସ୍ଥାପନ ପାଇଁ ରାଜ୍ୟ ସରକାର ଅନୁମତି ଦେଇଥିବା ବେଳେ କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ୍ କୁ ରାଜ୍ୟ ସରକାର (ଜେ ଏମ, ଏଫ୍, ସି) କୋର୍ଟ ସ୍ଥାପନ ପାଇଁ କାହିକି ଅଣଦେଖା କରୁଛନ୍ତି ତାହାର ଜବାବ୍ ମାଗୁଛି ନର୍ଲା ଅଞ୍ଚଳର ସାଧାରଣ ଜନତା l

ପ୍ରକାଶ ଥାଉକିଯେ,ନର୍ଲା ଏକ ବିଧାନସଭା ମଣ୍ଡଳୀ ଉକ୍ତ କୋର୍ଟ ପାଇଁ ସମସ୍ତ ପ୍ରକାର ଆବଶ୍ୟକୀୟ ଭିତ୍ତିଭୂମି ପ୍ରଦାନ କରାଯାଇ ଥିଲେ ମଧ୍ୟ ସରକାରୀ କଳର ଆନ୍ତରିକତା ଅଭାବରୁ ସାଧାରଣ ଲୋକେ ନ୍ୟାୟ ବ୍ୟବସ୍ଥା ପାଇବାରୁ ବଞ୍ଚିତ ରହୁଛନ୍ତି । ନର୍ଲା ର ବିଭିନ୍ନ କୋଣ ଅନୁକୋଣ ରୁ ପ୍ରାୟ ୩୦ କିଲୋମିଟର ଭବାନୀପାଟଣା ଓ ମ, ରାମପୁର ସାଧାରଣ ଜନତା ନ୍ୟାୟ ପାଇଁ ଯିବା ଆସିବେ,ଖର୍ଚ୍ଚାନ୍ତ ରେ ପଡୁଥିବାବେଳେ ଦଲାଲ୍ ମାନଙ୍କ କବଜାରେ ପଡ଼ି ହନ୍ତସନ୍ତ ହେଉଛନ୍ତି ।

୨୦୧୮ ମସିହାରେ ନର୍ଲା ଓକିଲ ସଂଘ ପକ୍ଷରୁ ବିଭିନ୍ନ ସଙ୍ଗଠନ ର ଦସ୍ତଖତ ସମ୍ବଳିତ ଜେ ଏମ୍ ଏଫ୍ ସି କୋର୍ଟ ସ୍ଥାପନ ପାଇଁ ରାଜ୍ୟ ସରକାର ଙ୍କୁ ଦାବୀ ପତ୍ର ପ୍ରଦାନ କରାଯାଇଥିଲା, ଏବଂ ଉଚ୍ଚ ନ୍ୟାୟାଳୟ ର ଦ୍ୱାରସ୍ଥ ହୋଇଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ ।ଏଣୁ ଏ ଦିଗରେ ନର୍ଲା ଅଞ୍ଚଳର ସମସ୍ତ ଲୋକପ୍ରତିନିଧି ଦଳମତ ନିର୍ବିଶେଷରେ କାର୍ଯ୍ୟ କରି ଅଞ୍ଚଳର ଜନସାଧାରଣ ଙ୍କୁ ନ୍ୟାୟ ସେବା ଯୋଗାଇଦେବା ପାଇଁ ଦାବୀ ହେଉଛି । ବିଶେଷ କରି ନର୍ଲା ବିଧାୟକ ଓ ସାଂସଦ ଓ ପଞ୍ଚାୟତ ସମିତି ଅଧ୍ୟକ୍ଷ ପ୍ରମୁଖ ଭୂମିକା ନିଭାଇବା ପାଇଁ ସାଧାରଣରେ ମତ୍ତ ପ୍ରକାଶ ପାଉଛି । ନତୁବା ଆଗାମୀ ଦିନରେ ରାଜରାସ୍ତାକୁ ଓହ୍ଲାଇବେ ନର୍ଲାର ଆବାଳବୃଦ୍ଧବନିତା ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଗୋଟିଏ ରାତିରେ ୩ଟି ଘରୁ କଳାକନା ବୁଲାଇଲେ ଲୁଟେରା...

Wed May 4 , 2022
ଶୁଭ୍ରକାନ୍ତ ରାଉତରାଏ(ଭଦ୍ରକ) ୦୪.୦୫ :ଗୋଟିଏ ରାତିରେ ୩ଟି ଘରୁ କଳାକନା ବୁଲାଇଲେ ଲୁଟେରା । ଭଦ୍ରକ ଜିଲ୍ଲା ଟାଉନ୍‌ ଥାନା ବୈକୁଣ୍ଠବିହାର ସ୍ଥିତ ଏକ କଲୋନୀରୁ ଏପରି ଲୁଟ୍‌ ହୋଇଛି । ପୋଲିସ ଘଟଣା ସ୍ଥଳରେ ପହଂଚି ଛାନ୍‌ଭିନ୍‌ ଜାରି ରଖିଛି । ସୂଚନା ଅନୁଯାଇ,ଗତକାଲି (ମଙ୍ଗଳବାର)ବିଳମ୍ବିତ ରାତିରେ କଲୋନୀର ଅନିମା ମହାନ୍ତି ଘର ପଛ ପଟ ଝରକା ଭାଙ୍ଗି ଭଡ଼ା ଘରେ ରହୁଥିବା ବିଭୂତି ମଲ୍ଲିକଙ୍କ ଗଡରେଜ୍‌ ଭାଙ୍ଗି […]

You May Like

Pin It on Pinterest