ଗୋଟିଏ ରାତିରେ ୩ଟି ଘରୁ କଳାକନା ବୁଲାଇଲେ ଲୁଟେରା…

ଶୁଭ୍ରକାନ୍ତ ରାଉତରାଏ(ଭଦ୍ରକ) ୦୪.୦୫ :ଗୋଟିଏ ରାତିରେ ୩ଟି ଘରୁ କଳାକନା ବୁଲାଇଲେ ଲୁଟେରା । ଭଦ୍ରକ ଜିଲ୍ଲା ଟାଉନ୍‌ ଥାନା ବୈକୁଣ୍ଠବିହାର ସ୍ଥିତ ଏକ କଲୋନୀରୁ ଏପରି ଲୁଟ୍‌ ହୋଇଛି । ପୋଲିସ ଘଟଣା ସ୍ଥଳରେ ପହଂଚି ଛାନ୍‌ଭିନ୍‌ ଜାରି ରଖିଛି ।

ସୂଚନା ଅନୁଯାଇ,ଗତକାଲି (ମଙ୍ଗଳବାର)ବିଳମ୍ବିତ ରାତିରେ କଲୋନୀର ଅନିମା ମହାନ୍ତି ଘର ପଛ ପଟ ଝରକା ଭାଙ୍ଗି ଭଡ଼ା ଘରେ ରହୁଥିବା ବିଭୂତି ମଲ୍ଲିକଙ୍କ ଗଡରେଜ୍‌ ଭାଙ୍ଗି ସୁନା ଅଳଙ୍କାର ସହ ଅନ୍ୟାନ୍ୟ ମୁଲ୍ୟବାନ ସାମଗ୍ରୀ ଲୁଟିନେଇଛନ୍ତି । ସେହିପରି ସେହି ଅଞ୍ଚଳର ଜିତେନ୍ଦ୍ର ଶର୍ମାଙ୍କଘରୁ ମଧ୍ୟ ସୁନା ଗହଣା ଓ ନଗଦ ଟଙ୍କା ଲୁଟ୍‌ ହୋଇଛି ।

ସେହି ରାତିରେ ଅନ୍ୟ ଗୋଟିଏ ଘରେ ଗ୍ରୀଲ ତାଡି ଲୁଟ୍ କରୁଥିଲେ । ଏହି ସମୟରେ ଘର ଲୋକ ଉଠି ପାଟି କରିବାକୁ ୬ଜଣ ଲୁଟେରା ଦୌଡି ପଳାଇଥିଲେ । ଲୁଟ୍‌ ପରେ ଟାଉନ୍‌ ଥାନାରେ ଅଭିଯୋଗ ପରେ, ପୋଲିସ ତଦନ୍ତ ଆରମ୍ଭ କରିଛି ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

୨୮ ବର୍ଷ ପରେ 'ଲଡଲା'ଯୋଗୀ ଆଦିତ୍ୟନାଥ ଘରକୁ ଫେରିଥିଲେ,ମାଙ୍କୁ ଭେଟିବା ସେ ଭାବପ୍ରବଣ ହୋଇଗଲେ

Wed May 4 , 2022
ବାସ୍ତବବ୍ୟୁରୋ:ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ପ୍ରାୟ ୨୮ ବର୍ଷ ପରେ ତାଙ୍କ ପୈତୃକ ଘର ପଞ୍ଚୁର ଗ୍ରାମରେ ପହଞ୍ଚିଥିଲେ | ଯୋଗୀ ଉତ୍ତରାଖଣ୍ଡର ପୋଡି ଜିଲ୍ଲାର ଯମକେଶ୍ୱରର ପଞ୍ଚୁରରେ ପହଞ୍ଚିବା ମାତ୍ରେ ସମଗ୍ର ଗାଁ ଉତ୍ସବ ମୁଖର ଉଠିଥିଲା । ବିଶେଷକରି ଯୋଗୀଙ୍କ ପରିବାର ପାଇଁ, ଏହି ଉତ୍ସବ ଖୁସିର ବର୍ଷା ଠାରୁ କମ୍ ନୁହେଁ | ଯୋଗୀ ଆଦିତ୍ୟନାଥ ତାଙ୍କ ମାତା ସାବିତ୍ରୀ ଦେବୀଙ୍କ ପାଦ ଛୁଇଁଲେ […]

You May Like

Pin It on Pinterest