ଚାନ୍ଦବାଲି ସ୍ୱାସ୍ଥ୍ୟ କେନ୍ଦ୍ରରେ ମୋବାଇଲ ଲାଇଟ୍ ହିଁ ଭରଷା, ଘଣ୍ଟା ଘଣ୍ଟା ବିଦ୍ୟୁତ୍ କାଠରେ ରୋଗି ହନ୍ତସନ୍ତ…

ଦେବକାନ୍ତ ମହାନ୍ତି (ଚାନ୍ଦବାଲି) ୦୪//୦୫//୨୦୨୨ ।ରାଜ୍ୟ ସରକାର ସ୍ୱାସ୍ଥ୍ୟ କ୍ଷତ୍ରରେ ବ୍ୟ।ପକ ପରିବର୍ତ୍ତନର ଡିଣ୍ଡିମ ପିଟୁଛନ୍ତି । ହେଲେ ଏବେବି କରେଣ୍ଟ ଚାଲିଗରେ ଚିକିତ୍ସା କରିବାକୁ ମୋବାଇଲ ଫୋନ ଲାଇଟ୍ ର ସାହାରା ନେଉଛନ୍ତି ଡାକ୍ତର । ଏକେଉଁ ଉପାନ୍ତ ଅଞ୍ଚଳର କଥା ନୁହେଁ ଭଦ୍ରକ ଜିଲ୍ଲାର ଚାନ୍ଦବାଲି ବିଜ୍ଞାପିତ ଅଞ୍ଚଳର ଚାନ୍ଦବାଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଏମିତି ଅଭାବନୀୟ ଚିତ୍ର ଦେଖିବାକୁ ମିଳିଥିଲା ।

ବିଦ୍ୟୁତ ନଥିବାରୁ ମେଡିକାଲ ସାରା ଅନ୍ଧାର ଆଉ ରୋଗୀଙ୍କ ସମ୍ପର୍କୀୟଙ୍କ ମୋବାଇଲ ହିଁ ଏକମାତ୍ର ଜୀବନ ବଞ୍ଚାଇବାକୁ ଡାକ୍ତର ର ସାହାରା ପାଲଟିଛି ।ମେଡିକାଲର ସବୁ ୱାର୍ଡରେ ଖାଲି ମାଳ ମାଳ ମୋବାଇଲି । ମେଡିକାଲରେ ଗତକାଲି ସନ୍ଧ୍ୟା ୬ଘଟିକରୁ ବିଦ୍ୟୁତ ଚାଲିଯାଇଥିଲା ହେଲେ ୯ଟା ପର୍ଯ୍ୟନ୍ତ ଦେଖାନଥିଲା ଆଲୁଅ । ଗର୍ଭବତୀଙ୍କ ଠାରୁ ପ୍ରସୂତି ମହିଳା ଗରମରେ ହାତ ବିଞ୍ଚଣା ଆଉ ମୋବାଇଲ ଲାଇଟି ରେ ଚିକିତ୍ସିତ ହେଉଛନ୍ତି ।ସେ ମହିଳା ହେଉ କି ପୁରୁଷ ୱାର୍ଡ ସବୁଥିରେ ୨୦ରୁ ଉର୍ଦ୍ଧ ରୋଗୀ ଆଡିମିଶନ ହୋଇ ଅଛନ୍ତି ।

ଭିଡିଓ ଟିକୁ ସଂପୂର୍ଣ୍ଣ ଦେଖନ୍ତୁ

କିନ୍ତୁ ସମସ୍ତଙ୍କୁ ଏମିତି ହିନସ୍ତା ହେବାକୁ ପଡୁଛି ।ଗତକାଲି ୨ଜଣ ଯୁବକ ସଡକ ଦୃଘଟଣାରେ ଗୁରୁତ୍ୱର ହୋଇ ମେଡିକାଲକୁ ଆସିଲେ ହେଲେ ଡାକ୍ତର ତାଙ୍କୁ ମୋବାଇଲି ଲାଇଟିରେ ଚିକିତ୍ସା କରୁକରୁ ମୃତ୍ୟୁ ଘୋଷଣା କରିଥିଲେ । ମେଡିକାରେ ଇଂନଭଟର ଓ ଏକ ବଡ ଡିଜି ଅଛି ହେଲେ ସେ ଖରାପ ।ନାହିଁ ନଥିବା ଅସୁବିଧା ରେ ସମୁଖୀନ ହୋଇଛନ୍ତି ରୋଗୀ । ଚାନ୍ଦବାଲି ର ହେବିୱଏଟ଼ ବିଧାୟକ କିପରି ମେଡିକାଲ୍ ର ଏ ଅବସ୍ଥା ବିଷୟରେ ଯାଣିପାରୁ ନାହାଁନ୍ତି,ଏହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରୁଛି। ବୁଦ୍ଧିଜୀବୀ ମାନଙ୍କ ମତରେ ଦୀପତଳ ଅଂଧାର, ସାଧାରଣ ଜନତା ଙ୍କ ଜୀବନ ସହ ଖେଳ ଖେଳୁଛନ୍ତି ସରକାର, ଶିକ୍ଷା ଓ ସ୍ବାସ୍ଥ୍ୟସେବା ରେ ଓଡ଼ିଶା ଆଗରେ ଖାଲି କଥା ରେ ହେଲେ କାମରେ ଯାହା ଆପଣ ମାନେ ଦେଖୁଛନ୍ତି ।

ଅଳ୍ପ ଦିନ ପୁର୍ବରୁ ଆମେ ଆପଣଙ୍କ ନଜରକୁ ଆଣି ଥିଲୁ ଚାନ୍ଦବାଲି ମେଡିକାଲ୍ ରେ ଜଣେ ଡାକ୍ତର ଙ୍କ ଉପରେ ନିର୍ଭର କରି କିପରି ହନ୍ତସନ୍ତ ହେଉଛନ୍ତି ରୋଗୀ ।ଆଉ ଆଜି ଏ ଅବସ୍ଥା। ଦେଖିବାକୁ ବାକି ରହିଲା ବିଧାୟକ ଓ ସରକାରୀ ବାବୁମାନଙ୍କ କେବେ ସୁଦୃଷ୍ଟି ପଡ଼ୁଚି ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ପବିତ୍ର ଅକ୍ଷୟ ତୃତୀୟା ଦିବସ ଅବସରରେ ଜିଲ୍ଲା ସ୍ତରୀୟ କୃଷକ ଦିବସ ପାଳନ ସମାରୋହ...

Wed May 4 , 2022
ଯୁଗୋପଯୋଗୀ ଚାଷ ଉପରେ ଗୁରୁତ୍ୱ ଦେବାକୁ ଚାଷୀଙ୍କୁ ପରାମର୍ଶ – ସୁବର୍ଣ୍ଣପୁର(ନାମୋଗୁରୁ): ଜିଲ୍ଲାସ୍ତରୀୟ ପବିତ୍ର ଅକ୍ଷୟ ତୃତୀୟା ଦିବସ (କୃଷକ ଦିବସ) ପାଳନ ସମାରୋହ ସ୍ଥାନୀୟ କୃଷି ବିଜ୍ଞାନ କେନ୍ଦ୍ର ପରିସରରେ ଅନୁଷ୍ଠିତ ହୋଇଯାଇଛି l ଆଜି ସକାଳ ଘଂ 0୭-୩0 ମି ସମୟରେ ପୁଜା ପାଠ ପୂର୍ବକ ଜିଲ୍ଳାପରିଷଦ ଅଧ୍ୟକ୍ଷା ଶ୍ରୀମତୀ ସୁପାର ଠେଲା ଙ୍କ ହାତମୁଠାରେ ଅକ୍ଷୀମୁ୍ଠୀ ଅନୁକୂଳ କରାଯାଇଥିଲା l ଅକ୍ଷୀମୁ୍ଠୀ ଅନୁକୂଳ ସମୟରେ ଅତିରିକ୍ତ […]

You May Like

Pin It on Pinterest