ପବିତ୍ର ଅକ୍ଷୟ ତୃତୀୟା ଦିବସ ଅବସରରେ ଜିଲ୍ଲା ସ୍ତରୀୟ କୃଷକ ଦିବସ ପାଳନ ସମାରୋହ…

ଯୁଗୋପଯୋଗୀ ଚାଷ ଉପରେ ଗୁରୁତ୍ୱ ଦେବାକୁ ଚାଷୀଙ୍କୁ ପରାମର୍ଶ

ସୁବର୍ଣ୍ଣପୁର(ନାମୋଗୁରୁ): ଜିଲ୍ଲାସ୍ତରୀୟ ପବିତ୍ର ଅକ୍ଷୟ ତୃତୀୟା ଦିବସ (କୃଷକ ଦିବସ) ପାଳନ ସମାରୋହ ସ୍ଥାନୀୟ କୃଷି ବିଜ୍ଞାନ କେନ୍ଦ୍ର ପରିସରରେ ଅନୁଷ୍ଠିତ ହୋଇଯାଇଛି l ଆଜି ସକାଳ ଘଂ 0୭-୩0 ମି ସମୟରେ ପୁଜା ପାଠ ପୂର୍ବକ ଜିଲ୍ଳାପରିଷଦ ଅଧ୍ୟକ୍ଷା ଶ୍ରୀମତୀ ସୁପାର ଠେଲା ଙ୍କ ହାତମୁଠାରେ ଅକ୍ଷୀମୁ୍ଠୀ ଅନୁକୂଳ କରାଯାଇଥିଲା l ଅକ୍ଷୀମୁ୍ଠୀ ଅନୁକୂଳ ସମୟରେ ଅତିରିକ୍ତ ଜିଲ୍ଳାପାଳ (ରାଜସ୍ବ) ଶ୍ରୀଯୁକ୍ତ ସୂର୍ଯ୍ୟନାରାୟଣ ଦାଶ, ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ପ୍ରମିଲ ସ୍ୱାଇଁ, ଏବଂ ଅନ୍ୟ ବିଭାଗର ପଦସ୍ଥ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ l

ଅକ୍ଷୀମୁ୍ଠୀ ଅନୁକୂଳ ପରେ ପରେ କୃଷି ବିଜ୍ଞାନ କେନ୍ଦ୍ର ସଭା ଗୃହରେ ଜିଲ୍ଲାର ଚାଷୀ ମାନଙ୍କ ପାଇଁ ବିଭିନ୍ନ ବିଭାଗ ର କୃଷି ଓ କୃଷକ ସମ୍ୱନ୍ଧୀୟ ବିଭିନ୍ନ ଯୋଜନା ଉପରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା l ଦିବସ ପରିପ୍ରେକ୍ଷୀରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଦ୍ୱାରା ଅନୁଷ୍ଠିତ ଏହି ସମାରୋହ ବୈଠକରେ ମାନ୍ୟବର ମନ୍ତ୍ରୀ ଅର୍ଥ ଓ ଅବକାରୀ, ଓଡିଶା ଶ୍ରୀଯୁକ୍ତ ନିରଞ୍ଜନ ପୂଜାରୀ ମୁଖ୍ୟ ଅତିଥି ଭାବେ ଯୋଗଦାନ କରିଥିବା ବେଳେ ଆଲୋଚନା ଚକ୍ରରେ ଅନ୍ୟ ମାନଙ୍କ ମଧ୍ୟରେ,ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ସୁପାର ଠେଲା,ଅତିରିକ୍ତ ଜିଲ୍ଲପାଳ (ରାଜସ୍ବ) ଶ୍ରୀ ସୂର୍ଯ୍ୟନାରାୟଣ ଦାଶ, କୃଷି ବିଜ୍ଞାନ କେନ୍ଦ୍ର ମୁଖ୍ୟ, ଡ଼ ଜୀବନ ଜ୍ୟୋତି ସେନ, ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଶ୍ରୀ ପ୍ରମିଲ ସ୍ୱାଇଁ, ସୋନପୁର ପଞ୍ଚାୟତ ସମିତି ଅଧ୍ୟକ୍ଷ ଶ୍ରୀ ପ୍ରହଲ୍ଲାଦ ନାୟକ, ଡୁଙ୍ଗୁରିପାଲି ପଞ୍ଚାୟତ ସମିତି ଉପାଧ୍ୟକ୍ଷ ଶ୍ରୀ ମକରଧ୍ବଜ ସାହୁ, ପ୍ରମୁଖ ଉପସ୍ଥିତ ଥିଲେ l

ଏହି ଆଲୋଚନା ଚକ୍ର ବୈଠକରେ ଜିଲ୍ଲାର ସମସ୍ତ ବ୍ଲକରୁ ୨୫0 ଜଣ ଚାଷୀ ଉପସ୍ଥିତ ଥିଲେ l ବୈଠକରେ ରେ ମୁଖ୍ୟଅତିଥି ମାନ୍ୟବର ମନ୍ତ୍ରୀ ଅର୍ଥ ଓ ଅବକାରୀ, ଓଡିଶା ଶ୍ରୀଯୁକ୍ତ ନିରଞ୍ଜନ ପୂଜାରୀ ଯୋଗଦାନ କରି ଜିଲ୍ଲାର ଚାଷୀ ଓ ଚାଷ ରାଜ୍ୟର ଗର୍ବ ଗୌରବ ବୋଲି କହିବା ସହ ରାଜ୍ୟ ସରକାରଙ୍କ କୃଷି ଓ ଆନୁସଙ୍ଗିକ ବିଭାଗର ପ୍ରତ୍ୟେକ ଯୋଜନା କୁ ଆପଣେଇବାକୁ ଚାଷୀ ମାନଙ୍କୁ ପରାମର୍ଶ କରିଛନ୍ତି l ଜିଲ୍ଲାର କୃଷକ ମାନେ ପାରମ୍ପରିକ ଧାନ ଚାଷ ପରିବର୍ତ୍ତେ ଅଣଧାନ ଚାଷ ଏବଂ ମାଟିର ସୁରକ୍ଷା ଓ ଉର୍ବରତା ଉପରେ ଗୁରୁତ୍ୱ ଦେବା ଏବଂ ଆଗାମୀ ଦିନରେ ଯୁଗୋପଯୋଗୀ ଚାଷ ଉପରେ ମନୋନିବେଶ ହେବା ସହିତ ବହୁବିଧ ଚାଷ କୁ ଗୁରୁତ୍ୱ ଦେବାକୁ ଉପସ୍ଥିତ ଅତିଥି ବୃନ୍ଦ ପରାମର୍ଶ କରିଛନ୍ତି l ବୈଠକରେ ଜିଲ୍ଲାର ସମସ୍ତ ଜିଲ୍ଲାପରିଷଦ ସଦସ୍ୟ ସଦସ୍ୟା ଯୋଗଦାନ କରିଥିବା ବେଳେ ସମସ୍ତ ବ୍ଲକ କୃଷି ଅଧିକାରୀ ଓ ସହକାରୀ କୃଷି ଅଧିକାରୀ ତଥା ଗ୍ରାମ୍ୟ କୃଷି କର୍ମଚାରୀ ପ୍ରମୁଖ ଯୋଗଦାନ କରିଥିଲେ l

ଡ଼ ସୁରଜ୍ୟୋତି ପ୍ରଧାନ ବୈଜ୍ଞାନିକା କେ ଭି କେ ସଂଯୋଜନା କରିଥିବା ବେଳେ ବୈଜ୍ଞାନିକା ଗୀତାଞ୍ଜଳି ଧନ୍ୟବାଦ ଅର୍ପଣ କରିଥିଲେ l ଆଲୋଚନା ଚକ୍ର ରେ ସହକାରୀ ଉଦ୍ୟାନ କୃଷି ନିର୍ଦେଶକ ହୃଷିକେଶ ଦାଶ, ମଣ୍ଡଳୀୟ ପ୍ରାଣୀ ଚିକିତ୍ସା ଅଧିକାରୀ ଡ଼ ଅଶୋକ କୁମାର କର, ଜିଲ୍ଲା ମତ୍ସ୍ୟ ଅଧିକାରୀ ପ୍ରସନ୍ନ ପଟ୍ଟନାୟକ, ପ୍ରକଳ୍ପ ନିର୍ଦେଶକ ଜାଳବିଭାଜିକା ରମେଶ ଚନ୍ଦ୍ର ଦେହୁରୀ, ସହକାରୀ ନିର୍ବାହୀ ଯନ୍ତ୍ରୀ ଉଠା ଜଳସେଚନ ଗିରିଶ ଚନ୍ଦ୍ର ମୁଣ୍ଡା, ନିର୍ବାହୀ ଯନ୍ତ୍ରୀ ବୃହତ ଜଳ ପ୍ରକଳ୍ପ ସୁରେନ୍ଦ୍ର କୁମାର ସେଠ, ବିଶିଷ୍ଟ କୃଷିବିତ, ସୁବର୍ଣ୍ଣପୁର କରମଚାନ୍ଦ ମହାନ୍ତି,ଗୋଡାଉନ ମାର୍କଫେଡ଼ ଗଣେଶ୍ୱର ମହାପାତ୍ର ଉପସ୍ଥିତ ରହିଥିଲେ l

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

୨୪ଟି ଜିଲ୍ଲାକୁ କାଳବୈଶାଖୀ ବର୍ଷା ନେଇ ୟେଲୋ ୱାର୍ଣ୍ଣିଙ୍ଗ ଜାରି...

Thu May 5 , 2022
ଭୁବନେଶ୍ୱର ୦୫।୦୫ : ୨୪ଟି ଜିଲ୍ଲାକୁ କାଳବୈଶାଖୀ ବର୍ଷା ନେଇ,ପାଣିପାଗ ବିଭାଗ ପକ୍ଷରୁ ୟେଲୋ ୱାର୍ଣ୍ଣିଙ୍ଗ ଜାରି । ପ୍ରବଳ ବିଜୁଳି ଘଡ଼ଘଡ଼ି ସାଙ୍ଗକୁ ସ୍ଵଳ୍ପରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା। ଗୋଟିଏରୁ ଦୁଇଟି ସ୍ଥାନରେ ପବନର ବେଗ ଘଣ୍ଟାପ୍ରତି ୪୦ରୁ ୫୦ କି.ମି ରହିପାରେ । ପାଣିପାଗ ବିଭାଗର ସୂଚନା ଅନୁଯାଇ, କାଳବୈଶାଖୀ ହେବାର ସମ୍ଭାବନା ଥିବା ଜିଲ୍ଲା ଗୁଡିକ ହେଲା -ବାଲେଶ୍ବର,ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, କଟକ, […]

You May Like

Pin It on Pinterest