
ତପ୍ତପାଣି: ୦୫।୦୫:କାଳବୈଶାଖୀ ପ୍ରଭାବରେ ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ପାଟପୁର ଥାନା ଅନ୍ତର୍ଗତ ତପ୍ତପାଣି ଘାଟି ନିକଟ ଦସେଇପୁର ଏବଂ ଖେମୁଣ୍ଡିଖୋଲ ନିକଟ ମୁଖ୍ୟ ରାସ୍ତାରେ ବିରାଟକାୟ ଗଛ ପଡି ରାସ୍ତା ଅବରୋଧ ହୋଇଛି ।
ବାତ୍ୟା ପୂର୍ବରୁ ପ୍ରବଳ ବର୍ଷା ସାଙ୍ଗକୁ ପବନ ମାଡ଼ରେ ମୁଖ୍ୟ ରାସ୍ତାରେ ଏକ ଘଣ୍ଟା ଧରି ପଡିରହିଛି ଏହି ବୃକ୍ଷ । ଗଞ୍ଜାମ ଗଜପତି ସୀମାନ୍ତ ତଥା ଉଭୟ ପଟରୁ ସହ ସହ ଯାନ ବାହାନ ଗଛର ଉଭୟ ପାଖରେ ଅଟକି ରହିଛି । ହଜାର ହଜାର ଯାତ୍ରୀ ହନ୍ତ ସନ୍ତ ହେଉଥିବା ବେଳେ ଘଟଣା ସ୍ଥଳରେ ସାନଖେମୁଣ୍ଡି ଅଗ୍ନିଶମ ବିଭାଗ ପହଂଚି ରାସ୍ତାରେ ପଡିରହିଥିବା ଗଛକୁ ବାହାର କରୁବାକୁ ଚେଷ୍ଟା କରୁଛନ୍ତି । ସୂଚନା ଥାଉକି ଦୀର୍ଘ ୨ଘଣ୍ଟା ଧରି ବର୍ଷା ଉକ୍ତ ଅଂଚଳରେ ଲାଗି ରହିଥିଲା ।



