
ଦେବକାନ୍ତ ମହାନ୍ତି(ଚାନ୍ଦବାଲି):୦୫//୦୫//୨୦୨୨ଚାନ୍ଦବାଲି ବ୍ଲକରେ ଅତ୍ୟନ୍ତ ଅସୁରକ୍ଷିତ ଏବଂ ବିପଦ ସଂକୁଳ ଅବସ୍ଥାରେ ଥିବା ୧୦ଟି ରାଜସ୍ବ ନିରୀକ୍ଷକଙ୍କ କାର୍ଯ୍ୟାଳୟର ହେବ ନବୀକରଣ ।ଚାନ୍ଦବାଲି ବ୍ଲକ ରେ ପ୍ରତେକ ରାଜସ୍ବ ନିରୀକ୍ଷକ ଙ୍କ କାର୍ଯ୍ୟାଳୟ ପାଇଁ ଖର୍ଚ୍ଚ ହେବ ସାଢେ ଚାରିକୋଟିରୁ ଉର୍ଦ୍ଧ୍ବ ଟଙ୍କା ।
ଆଜି ଚାନ୍ଦବାଲି ବିଧାୟକ ଡ଼ଃ ବ୍ୟାମକେଶ ରାୟ ଓ ତହସିଲଦାର ସୁଶାନ୍ତ କୁମାର ସୁତାର , ଅତିରିକ୍ତ ତହସିଲଦାର ପ୍ରଶାନ୍ତ ମହାରଣା ଓ ଚେୟାରମ୍ୟାନ ଙ୍କ ପ୍ରତିନିଧି ପଟେଲ ସୁତାର, ଦୁଇ ନମ୍ବର ଜୋନ ର ଜିଲ୍ଲା ପରିଷଦ ପ୍ରାର୍ଥୀ ରଞ୍ଜନ ସାହୁ ପ୍ରମୁଖ ଉପସ୍ଥିତ ରହି ବିଭିନ୍ନ ରାଜସ୍ବ ନୂତନ କାର୍ଯ୍ୟାଳୟ ଗୃହର ଭିତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତି ।

ମତୋ ଏବଂ ନାଲଗୁଣ୍ଡା ,ଚଡଦିଆ ରେ ଅନୁଷ୍ଠିତ ଭିତ୍ତିପ୍ରସ୍ତର ସ୍ଥାପନ ଉତ୍ସବରେ,ମତୋ ଗ୍ରାମପଞ୍ଚାୟତର ସରପଞ୍ଚ ଙ୍କ ପ୍ରତିନିଧି ପ୍ରଦୀପ କୁମାର ପଲାଇ ,ଭାଟପଡା ସରପଞ୍ଚ ଙ୍କ ପ୍ରତିନିଧି ପ୍ରଭାସ ନାୟକ ଖେରଙ୍ଗ ପଞ୍ଚାୟତ ର ସରପଞ୍ଚ ଜିତେନ୍ଦ୍ର କୁମାର ବିଶ୍ୱାଳ, ଜଳେଶ୍ବର ପୁର ପଞ୍ଚାୟତର ସରପଞ୍ଚ ପ୍ରଫୁଲ୍ଲ ବେହୁରା, ସମେତ ବହୁ ଜନ ପ୍ରତିନିଧି ଓ ଆର .ଇ ,ଏଆର ଆଇ , ସୁପରଭାଇଜ ଉପସ୍ଥିତ ଥିଲେ ।



