ବ୍ରହ୍ମପୁର ବିଶ୍ବବିଦ୍ୟାଳୟର କୁଳପତି ଭାବେ ପ୍ରଫେସର୍ ଗୀତାଞ୍ଜଳି ଦାଶଙ୍କୁ ମିଳିଲା ନିଯୁକ୍ତି…

ଭୁବନେଶ୍ବର:ବ୍ରହ୍ମପୁର ବିଶ୍ବବିଦ୍ୟାଳୟର କୁଳପତି ଭାବେ ପ୍ରଫେସର୍ ଗୀତାଞ୍ଜଳି ଦାଶ ନିଯୁକ୍ତ ହୋଇଛନ୍ତି। ଓଡ଼ିଶା ୟୁନିଭର୍ସିଟି ଆକ୍ଟ ୧୯୮୯ର ଧାରାରେ ଦିଆଯାଇଥିବା କ୍ଷମତାର ବ୍ୟବହାରରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ପ୍ରଫେସର ଗୀତାଞ୍ଜଳି ଦାଶଙ୍କୁ ବ୍ରହ୍ମପୁର ବିଶ୍ବବିଦ୍ୟାଳୟର କୁଳପତି ଭାବେ ନିଯୁକ୍ତି ଦେଇଛନ୍ତି।ସେ ଚାରିବର୍ଷର ଅବଧି ପାଇଁ କାର୍ଯ୍ୟଭାର ଗ୍ରହଣ କରିବା ଦିନଠାରୁ କିମ୍ବା ଏହା ପୂର୍ବରୁ ଯାହା ଆଦେଶ ଥିବ ସେ ପର୍ଯ୍ୟନ୍ତ ଏହି ନିଯୁକ୍ତି କାର୍ଯ୍ୟକାରୀ ହେବ।

ଫକୀର ମୋହନ ବିଶ୍ୱବିଦ୍ୟାଳୟର ରାଜନୀତି ବିଜ୍ଞାନର ଅବସରପ୍ରାପ୍ତ ପ୍ରଫେସର ଗୀତାଞ୍ଜଳି ଦାଶଙ୍କର ୩୬ ବର୍ଷରୁ ଅଧିକ ସମୟର ଶିକ୍ଷାଦାନ ଅଭିଜ୍ଞତା ରହିଛି। ସେ ୧୨ ବର୍ଷ ଧରି ପ୍ରଫେସର ଭାବରେ କାର୍ଯ୍ୟ କରିଛନ୍ତି। ସେ ୫ଟି ପୁସ୍ତକ ରଚନା କରିଛନ୍ତି। ଏହାଛଡ଼ା ସେ ସଫଳତାର ସହିତ ୪ ଜଣ ପିଏଚଡି ଏବଂ ୩୫ ଜଣ ଏମଫିଲ୍ ସ୍କଲାରଙ୍କୁ ମାର୍ଗଦର୍ଶନ କରିଛନ୍ତି।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଆସନ୍ତା ୨୪ ଘଣ୍ଟା ପାଇଁ ଏହି ସବୁ ଜିଲ୍ଲା ଗୁଡିକୁ କାଳବୈଶାଖୀ ଜନିତ ୟେଲୋଓ୍ଵାର୍ଣ୍ଣିଂ ଜାରି...

Fri May 6 , 2022
ଭୁବନେଶ୍ୱର:କାଳବୈଶାଖୀର କହର ଜାରି, ଓଡ଼ିଶାର ଅଧିକାଂଶ ଜିଲାରେ ତାତିରୁ ମିଳିଛି ଟିକେ ଆଶସ୍ଥ । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଅର୍ଥାତ୍‌ ୭ ତାରିଖ ଶନିବାର ଅପରାହ୍ନ ସୁଦ୍ଧା ରାଜ୍ୟର ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ଯାଜପୁର, ଭଦ୍ରକ, ବାଲେଶ୍ୱର, ଗଜପତି, ଗଞ୍ଜାମ ଓ ରାୟଗଡ଼ା ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ କାଳବୈଶାଖୀ ଜନିତ ବର୍ଷା ସହିତ ବଜ୍ରପାତର ସମ୍ଭାବନା ରହିଛି।ଏହି ସବୁ ଜିଲ୍ଲା ଗୁଡିକରେ କାଳବୈଶାଖୀ ସମୟରେ ଘଣ୍ଟା […]

You May Like

Pin It on Pinterest