ଆସନ୍ତା ୨୪ ଘଣ୍ଟା ପାଇଁ ଏହି ସବୁ ଜିଲ୍ଲା ଗୁଡିକୁ କାଳବୈଶାଖୀ ଜନିତ ୟେଲୋଓ୍ଵାର୍ଣ୍ଣିଂ ଜାରି…

ଭୁବନେଶ୍ୱର:କାଳବୈଶାଖୀର କହର ଜାରି, ଓଡ଼ିଶାର ଅଧିକାଂଶ ଜିଲାରେ ତାତିରୁ ମିଳିଛି ଟିକେ ଆଶସ୍ଥ । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଅର୍ଥାତ୍‌ ୭ ତାରିଖ ଶନିବାର ଅପରାହ୍ନ ସୁଦ୍ଧା ରାଜ୍ୟର ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ଯାଜପୁର, ଭଦ୍ରକ, ବାଲେଶ୍ୱର, ଗଜପତି, ଗଞ୍ଜାମ ଓ ରାୟଗଡ଼ା ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ କାଳବୈଶାଖୀ ଜନିତ ବର୍ଷା ସହିତ ବଜ୍ରପାତର ସମ୍ଭାବନା ରହିଛି।ଏହି ସବୁ ଜିଲ୍ଲା ଗୁଡିକରେ କାଳବୈଶାଖୀ ସମୟରେ ଘଣ୍ଟା ପ୍ରତି ୩୦ରୁ ୪୦ କିଲୋମିଟର ବେଗରେ ଘୂର୍ଣ୍ଣିଝଡ଼ ହେବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ସୂଚିତ କରିଛି ।

ଏହି ସମୟରେ ଉପକୂଳ ଓଡ଼ିଶାର ଜିଲ୍ଲା ସମେତ ଦେବଗଡ଼, ଅନୁଗୁଳ, ଢ଼େଙ୍ଗାନାଳ, କୋରାପୁଟ ଓ ମାଲକାନଗିରି ଜିଲ୍ଲାରେ ବଜ୍ରପାତର ଆଶଙ୍କା ମଧ୍ୟ ରହିଛି। ଏହାକୁ ଦୃଷ୍ଟିରେ ରଖି ପାଣିପାଗ ବିଭାଗ ଏହି ସବୁ ଜିଲ୍ଲା ପାଇଁ ୟେଲୋଓ୍ଵାର୍ଣ୍ଣିଂ ଜାରି କରିବା ସହ କାଳବୈଶାଖୀ ସମୟରେ ପଦାକୁ ନ ବାହାରିବା ପାଇଁ ଲୋକଙ୍କୁ ପରାମର୍ଶ ଦେଇଛି ।

ଉପକୂଳ ଓଡ଼ିଶା, ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ଦେବଗଡ଼, କୋରାପୁଟ ଓ ମାଲକାନଗିରି ଜିଲ୍ଲାର କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ବର୍ଷା/ ବଜ୍ରପାତ ହେବାର ସମ୍ଭାବନା ରହିଛି। ଏହି ଜିଲ୍ଲାଗୁଡ଼ିକର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ବଜ୍ରପାତ ହେବାର ମଧ୍ୟ ସମ୍ଭାବନା ରହିଛି ବୋଲି ଭାରତୀୟ ପାଣିପାଗ ବିଭାଗର ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଜାରି ଏକ ସତର୍କ ସୂଚନାରେ କୁହାଯାଇଛି।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ମୟୁରଭଞ୍ଜ ଜିଲ୍ଲା ସ୍ତରୀୟ ପେନସନ୍ ଅଦାଲତ ଆସନ୍ତା ଜୁଲାଇ ମାସଠାରୁ ଅନଲାଇନ ମାଧ୍ୟମରେ ପେନସନ ପାଇଁ ଆବେଦନ...

Fri May 6 , 2022
ବାରିପଦା ୦୬/୦୫/୦୨୨ – ମୟୁରଭଞ୍ଜ ଜିଲ୍ଲା ପ୍ରଶାସନ ଆନୁକୂଲ୍ୟରେ ପ୍ରଧାନ ମହାଲେଖାକାର(ଏ. ଜି )ଓ ଲେଖା ନିୟନ୍ତ୍ରକ ସହଯୋଗରେ ଜିଲ୍ଲାସ୍ତରୀୟ ପେନସନ ଅଦାଲତ ଆଜି ବାରିପଦାସ୍ଥିତ ପ୍ରୟାସ ସମ୍ମିଳନୀ କକ୍ଷ ଠାରେ ଉଦଯାପିତ ହୋଇଯାଇଛି l ବରିଷ୍ଠ ଉପ ମହାଲେଖାକାର ଶ୍ରୀରାଜ ଅଶୋକ ଅଧ୍ୟକ୍ଷତାରେ ଅନୁଷ୍ଠିତ ପେନସନ ଅଦାଲତରେ ଜିଲ୍ଲାପାଳ ଭିନୀତ ଭରଦ୍ୱାଜ, ମୁଖ୍ୟ ଅତିଥି, ସହକାରୀ ମହାଲେଖାକାର ମୁକୁଲ ଜାମଲୋଖୀ, ସୁଶ୍ରୀ ତାନ୍ୟା ଆମ୍ଭସ୍ତା, ଅତିରିକ୍ତ ଜିଲ୍ଲାପାଳ ରୁଦ୍ର […]

You May Like

Pin It on Pinterest