
ମାନସ ଦାସ(କଟକ) ୦୭/୦୫: କଟକ କେନ୍ଦ୍ରାଞ୍ଚଳ ଅଵକାରୀ ଗୁଇନ୍ଦା ବିଭାଗର ବଡ ସଫଳତା । ଦୁଇଟି ଭିନ୍ନ ଭିନ୍ନ ସ୍ଥାନରେ ଅଵକାରୀ ଗୁଇନ୍ଦା ବିଭାଗ ଚଢାଉ କରି,୧୩ ଲକ୍ଷ ଟଙ୍କାର ଵ୍ରାଉନସୁଗାର ଓ ୭ଲକ୍ଷ ଟଙ୍କାର ଗଞ୍ଜେଇ ଜଵତ୍ କରିଛି । କଟକର ନିଆଳୀ ଅନ୍ତର୍ଗତ ସିଠାଳ ଅଞ୍ଚଳରୁ ୧୩୦ ଗ୍ରାମ ବ୍ରାଉନ ସୁଗାର୍ ଜବତ କରିଥିବା ଵେଳେ, କଟକ ଜିଲ୍ଲା ଟାଙ୍ଗୀ ଟୋଲଗେଟ ନିକଟରୁ ୧କ୍ଵିଣ୍ଟାଲ ୨୫ ଗଞ୍ଜେଇ ଜବତ କରିବାରେ ସଫଳ ନାଇଛନ୍ତି ।
ସୂଚନା ଅନୁଯାଇ,ବ୍ରାଉନ ସୁଗାର୍ ବେପାରୀ ଜଣକ ସିଠାଳ ଅଞ୍ଚଳର ହୋଇଥିବା ବେଳେ ଗଞ୍ଜେଇ ଚାଲାଣକାରୀ କନ୍ଧମାଳ ଅଞ୍ଚଳର ଵୋଲି ଜଣାପଡିଛି । କଟକ କେନ୍ଦ୍ରାଞ୍ଚଳ ଅଵକାରୀ ଗୁଇନ୍ଦା ବିଭାଗ ଟିମ୍ ସଦସ୍ୟ ନିଜେ ଗ୍ରାହକ ସାଜି ଏହି ଗଞ୍ଜେଇ ଓ ବ୍ରାଉନ ସୁଗାର ଵେପାରୀଙ୍କ ପାଖରେ ପହଞ୍ଚିଵାରେ ସଫଳ ହୋଇଥିଲା ।



