ଗଭୀର ଅବପାତ ବାତ୍ୟା ‘ଅସାନି’ର ରୂପ ନେଲା ଏବେ ପୁରୀଠୁ ୧୦୩୦ କିମି ଦୂରରେ…

ଭୁବନେଶ୍ୱର ୦୮।୦୫ : ବଙ୍ଗୋପସାଗରରେ ଗତ କାଲି ଗଭୀର ଅବପାତର ରୂପ ନେଇଥିବା ଲଘୁଚାପ ଆଜି ବାତ୍ୟା ଅସାନି’ର ରୂପ ନେଇ ସାରିଛି ।ଆଞ୍ଚଳିକ ପାଣିପାଗ କେନ୍ଦ୍ର ସୂଚନା ଅନୁଯାଇ, ପୁରୀରୁ ୧୦୩୦ କିମି ଦୂରରେ କେନ୍ଦ୍ରୀଭୂତ ହୋଇଛି ‘ଅସାନି’ ।

ମିଳିଥିବା ତଥ୍ୟ ଅନୁସାରେ, ବାତ୍ୟା ସମୁଦ୍ରରେ ପଳାଇବ। ଓଡ଼ିଶାକୁ ବିପଦ ନାହିଁ । ବାତ୍ୟାର ରୂପ ନେବା ପରେ ସମୁଦ୍ର ଭିତରେ ଏହାର ପ୍ରଭାବରେ ୧୦୫ ରୁ ୧୧୫ କିମି ବେଗରେ ପବନ ବହିବ । ଉତ୍ତର ପଶ୍ଚିମ ଦିଗରେ ଗତିକରୁଥିବା ବାତ୍ୟା ୧୦ ତାରିଖରୁ ଦିଗ ପରିବର୍ତ୍ତନ କରିବ । ଦିଗ ବଦଳାଇ ଉତ୍ତର-ଉତ୍ତର ପୂର୍ବ ଦିଗକୁ ଗତି କରିବ ।

IMD ଆକଳନ ଅନୁସାରେ,ଏହି ବାତ୍ୟା ଓଡ଼ିଶା ହେଉ କି ଆନ୍ଧ୍ର କେଉଁଠିବି, ଲ୍ୟାଣ୍ଡଫଲ କରିବ ନାହିଁ । ସ୍ଥଳଭାଗ ଠାରୁ ବହୁ ଦୂରରେ ଅତିକ୍ରମ କରିବ ବାତ୍ୟା । ଏହାର ପ୍ରଭାବରେ ୧୦ ତାରିଖରୁ ଦୁଇ ଦିନ ଧରି ଓଡିଶା ଉପକୂଳରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ସବୁ ବନ୍ଦରରେ ୧ ନମ୍ବର ବିପଦ ସଙ୍କେତ ଜାରି କରାଯାଇଛି । ଏହି ସମୟରେ ସମୁଦ୍ର ଅଶାନ୍ତ ରହୁଥିବାରୁ ୯ ରୁ ୧୧ ତାରିଖ ପର୍ଯ୍ୟନ୍ତ ମତ୍ସ୍ୟଜୀବୀ ଙ୍କୁ ସମୁଦ୍ର ମଧ୍ୟକୁ ନ ଯିବାକୁ ପରାମର୍ଶ ଦିଆଯାଇଛି ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

୧୩ଟି ବିଭାଗର ୩୨ଟି ପ୍ରତିଶ୍ରୁତି ଉପରେ ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ...

Sun May 8 , 2022
ପ୍ରମୋଦ ନାୟକ(ଭୁବନେଶ୍ୱର): ୦୮।୦୫ -୧୩ଟି ବିଭାଗର ୩୨ଟି ପ୍ରତିଶ୍ରୁତି ଉପରେ ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମେ ୨୯ ତାରିଖରେ ନବୀନ ସରକାର ପଞ୍ଚମ ପାଳିର ତୃତୀୟ ବର୍ଷ ପୁରଣ ହେବ। ଗତ ନିର୍ବାଚନରେ ଦିଆଯାଇଥିବା ପ୍ରତିଶ୍ରୁତିକୁ ୩ ବର୍ଷରେ କେଉଁ ବିଭାଗ କେତେ ପାଳନ କରିଛି, ତାହାର ହିସାବ ମାଗିଛନ୍ତି ରାଜ୍ୟ ସରକାର। ସୂଚନା ଅନୁଯାଇ ,ପଞ୍ଚମ ପାଳିର ପ୍ରଥମ କ୍ୟାବିନେଟରେ ଯେଉଁସବୁ ନିଷ୍ପତ୍ତି ନିଆଯାଇଥିଲା, […]

You May Like

Pin It on Pinterest