ପରଲୋକରେ ବିଶିଷ୍ଟ ସାହିତ୍ୟିକ,ବାଗ୍ମୀ ତଥା ପଦ୍ମଶ୍ରୀ ରଜତ କର…

ପ୍ରମୋଦ ନାୟକ(ଭୁବନେଶ୍ଵର): ପରଲୋକରେ ବିଶିଷ୍ଟ ସାହିତ୍ୟିକ,ବାଗ୍ମୀ ତଥା ପଦ୍ମଶ୍ରୀ ରଜତ କର ।ଆଜି (ରବିବାର) ଭୁବନେଶ୍ଵରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ଘଟିଛି। ଭଞ୍ଜ ସାହିତ୍ୟର ବିଶିଷ୍ଟ ବ୍ୟାଖ୍ୟାକାର ରଜତ କର ୮୮ ବର୍ଷ ବୟସରେ ଇହଲୀଳା ସମ୍ବରଣ କରିଛନ୍ତି।

ପୁଅ ରଞ୍ଜିତ କର ଦେଇଥିବା ସୂଚନା ଅନୁସାରେ, ହୃଦଘାତରେ ତାଙ୍କ ପରଲୋକ ଦେଇଛନ୍ତି। ୧୯୩୪ ମସିହା ଅକ୍ଟୋବର ୨ ତାରିଖରେ କଟକରେ ଜନ୍ମ ଗ୍ରହଣ କରିଥିଲେ ପଦ୍ମଶ୍ରୀ ରାଜତ୍ୱ କର । ଓଡିଆ ସାହିତ୍ୟ ଏବଂ ସଂସ୍କୃତି କ୍ଷେତ୍ରରେ ତାଙ୍କର ଅତୂଳନୀୟ ଅବଦାନ ରହିଛି। ସେ ସୁ ପ୍ରଶାସକ ସହ ବହୁମୁଖୀ ପ୍ରତିଭାର ଅଧିକାରୀ ଏବଂ ଜଗନ୍ନାଥ ସଂସ୍କୃତି ଉପରେ ଥିଲା ବିଚକ୍ଷଣ ପାଣ୍ଡିତ୍ୟ। ମହାପ୍ରଭୁଙ୍କ ଘୋଷ ଯାତ୍ରାରେ ଜଣେ ଉଦଘୋଷକ ଭାବେ ଖୁବ ପରିଚିତ ଥିଲେ ପଦ୍ମଶ୍ରୀ ରାଜତ୍ୱ କର ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଲକ୍ଷ ନୃତ୍ୟ ଏକାଡେମୀ ଦ୍ୱାରା ସମ୍ମାନିତ ହେଲେ ବିଶିଷ୍ଟ କଳାକାର...

Sun May 8 , 2022
ଭୁବନେଶ୍ୱର: ଓଡ଼ିଶାର ନୃତ୍ୟ ଅନୁଷ୍ଠାନ ଲକ୍ଷ୍ୟ ଡ୍ୟାନ୍ସ ଏକାଡେମୀର ବାର୍ଷିକ ସଂଗୀତ ଓ ନୃତ୍ୟ ସମାରୋହ ସ୍ଥାନୀୟ ଓଡିଶୀ ଗବେଷଣା କେନ୍ଦ୍ର ଠାରେ ଆଜି ସଂନ୍ଧ୍ୟାରେ ଅନୁଷ୍ଠିତ ହୋଇଯାଇଅଛିl ଓଡିଶୀ ଗବେଷଣା କେନ୍ଦ୍ରର ପୂର୍ବତନ କାର୍ଯ୍ୟନିର୍ବାହୀ ଡ଼ ସଂଗୀତା ଗୋସାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ପାରମ୍ପରିକ ନୃତ୍ୟ ଓ ସଂଗୀତ ସମାରୋହରେ ମାନ୍ୟବର ଉତ୍ତର ଭୁବନେଶ୍ୱର ବିଧାୟକ ସୁଶାନ୍ତ କୁମାର ରାଉତ ମୁଖ୍ୟ ଅତିଥି , ରାଜସ୍ଥାନ ଭାରତୀୟ ପ୍ରଶାସନିକ […]

You May Like

Pin It on Pinterest