୧-କଲବଲ କରିବ ଗ୍ରୀଷ୍ମ। ଭୟଙ୍କର ହେବ ଏ ବର୍ଷର ତାପମାତ୍ରା,ବିଶେଷଜ୍ଞଙ୍କ ଆକଳନରେ ଗତବର୍ଷ ତୁଳନାରେ ଏବର୍ଷ ଅଧିକ ୧-୨ ଡିଗ୍ରୀ ପର୍ଯ୍ୟନ୍ତ ବଢିବ ତାପମାତ୍ରା।
୨-ଭୁବନେଶ୍ୱର:April ପହିଲାରୁ BS-IV ଯାନର ପଞ୍ଜିକରଣ ବନ୍ଦ।
୩-ଟ୍ରାଫିକ୍ ଜାମରେ ଫଶି ଶିଶୁ ମୃତ୍ୟୁ ଘଟଣା, ଟ୍ରାଫିକ ଡିସିପି ଓ କ୍ୟାପିଟାଲ ହସପିଟାଲକୁ ରିପୋର୍ଟ ତଲବ କଲେ ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ।
୪-ଆଜିଠାରୁ ବଜେଟ୍ ଅଧିବେଶନ।ପୋଡିୟମ ନିକଟକୁ ଆସିଲେ କାର୍ଯ୍ୟାନୁଷ୍ଠାନ: ବାଚସ୍ପତି।
୫-ସରକାର କର୍ମଚାରୀଙ୍କୁ ମିଳିବ ୧୦% ବକୟା ଭର୍ତ୍ତା। ରାଜକୋଷ ଉପରେ ପଡ଼ିବ ୬୫୦କୋଟିର ବୋଝ।
୬-ରାଜନୈତିକ ଦଳ ମାନଙ୍କୁ ସୁପ୍ରିମକୋର୍ଟଙ୍କ ଛାଟ, ଏଣିକି ୱେବସାଇଟରେ ଅପଲୋଡ କରିବେ ଅପରାଧୀ ପାର୍ଥୀଙ୍କ ସମ୍ପୂର୍ଣ୍ଣ ତଥ୍ୟ।
୭-କରୋନାକୁ ନେଇ ଚୀନରେ ହା ହା କାର ପରିସ୍ଥିତି, ଗୋଟିଏ ଦିନରେ 242ଜଣଙ୍କ ମୃତ୍ୟୁ, 15,000ରୁ ଅଧିକ ଆକ୍ରାନ୍ତ।
୮-ଶୁଖୁଆକୁ ସାବଧାନ୍ ଶୁଖୁଆ ନାଁରେ ବିକ୍ରି ହେଉଛି ବିଷ , ଖାଇଲେ ହେଉଛି କ୍ୟାନସର।
୯-ଦବିଲା ହରିଦାସପୁର ମାର୍ଶାଘାଇ ନିର୍ମାଣଧୀନ ରେଳଲାଇନ। ନିମ୍ନମାନର କାମ ନେଇ ଆସିଲା ଅଭିଯୋଗ।
୧୦-ପୁଲୱାମା ଆକ୍ରମଣକୁ ବର୍ଷେ- ସହିବନି ବରଂ ସୀମା ଡେଇଁ ଜବାବ ଦେଇଥିଲା ଭାରତ।୪୦ ଜଣ ସିଆରପିଏଫ୍ ଯବାନ ସହିଦ୍ ହୋଇଥିଲେ ଆଜିର ଦିନରେ।
୧୧-ଭୁବନେଶ୍ୱର: ଯୁବତୀଙ୍କ ଉପରେ ଗୁଳିମାଡ଼ ଘଟଣାରେ ପୁଣି ସାମନାକୁ ଆସିଲା ନୂଆ ଟ୍ଵିଷ୍ଟ, ଫାୟାରିଂ ପଛରେ ରହିଛି ଏକ ତରଫା ପ୍ରେମ।



