
ପ୍ରମୋଦ ନାୟକ(ଭୁବନେଶ୍ବର): ସବୁ କଳ୍ପନା ଜଳ୍ପନାର ଶେଷ, ବ୍ରଜରାଜନଗର ଉପନିର୍ବାଚନ ଲାଗି ବିଜେଡି ପକ୍ଷରୁ ପ୍ରାର୍ଥୀ ଘୋଷଣା ।ବ୍ରଜରାଜନଗରର ପୂର୍ବତନ ବିଧାୟକ କିଶୋର ମହାନ୍ତିଙ୍କ ପତ୍ନୀ ଅଳକା ମହାନ୍ତିଙ୍କ ନାଁରେ ବିଜେଡି ସୁପ୍ରିମୋ ମାରିଲେ ମୋହର ।ପ୍ରମୋଦ ନାୟକଭୁବନେଶ୍ବର: ସବୁ କଳ୍ପନା ଜଳ୍ପନାର ଶେଷ, ବ୍ରଜରାଜନଗର ଉପନିର୍ବାଚନ ଲାଗି ବିଜେଡି ପକ୍ଷରୁ ପ୍ରାର୍ଥୀ ଘୋଷଣା ।ବ୍ରଜରାଜନଗରର ପୂର୍ବତନ ବିଧାୟକ କିଶୋର ମହାନ୍ତିଙ୍କ ପତ୍ନୀ ଅଳକା ମହାନ୍ତିଙ୍କ ନାଁରେ ବିଜେଡି ସୁପ୍ରିମୋ ମାରିଲେ ମୋହର ।
ବିଧାୟକ କିଶୋର ମହାନ୍ତିଙ୍କ ଗତ ଡିସେମ୍ବର ୩୦ରେ ଦେହାନ୍ତ ହୋଇଥିବାରୁ,ଏହି ଆସନ ଖାଲି ପଡ଼ିଥିଲା। ଭାରତୀୟ ନିର୍ବାଚନ ଆୟୋଗ ଚଳିତ ମେ’୩୧ରେ ନିର୍ବାଚନ ପାଇଁ ତାରିଖ ଘୋଷଣା କରିଛନ୍ତି। ତାରିଖ ଘୋଷଣା ପରଠାରୁ ରାଜନୈତିକ ଉଷ୍ମତା ଜୋର୍ ଧରିଥିବାବେଳେ ପ୍ରାର୍ଥିତ୍ବକୁ ନେଇ କୌଣସି ଦଳ ସ୍ପଷ୍ଟ ସଙ୍କେତ ଦେଇନଥିଲେ। ତେବେ, ବିଜେଡିରୁ ଦିବଂଗତ ବିଧାୟକଙ୍କ ପତ୍ନୀ ଅଳକା ମହାନ୍ତି ଏବଂ ସ୍ବାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସଙ୍କ ଝିଅ ଦୀପାଳିଙ୍କ ନାମ ଚର୍ଚ୍ଚାରେ ରହିଥିଲା।
ଏଣେ ପୂର୍ବତନ ବିଧାୟିକା ରାଧାରାଣୀ ପଣ୍ଡା ବ୍ରଜରାଜନଗର ଉପନିର୍ବାଚନ ପାଇଁ ବିଜେପି ପକ୍ଷରୁ ପ୍ରାର୍ଥୀ ହୋଇଥିବା ନେଇ ଦଳ ପକ୍ଷରୁ ଘୋଷଣା ହୋଇଛି। ସେ ୨୦୧୪ରେ ବ୍ରଜରାଜନଗରରୁ ବିଜେପି ଟିକେଟରେ ନିର୍ବାଚନ ଜିତିଥିଲେ। ରାଧାରାଣୀ ପଣ୍ଡାଙ୍କୁ ପ୍ରାର୍ଥୀ କରାଯିବା ନେଇ ଘୋଷଣା ହେବା ପରେ ବ୍ରଜରାଜନଗର ଉପନିର୍ବାଚନରେ ପ୍ରତିଦ୍ବନ୍ଦ୍ବିତା ଜୋରଦାର୍ ହେବ ବୋଲି କୁହାଯାଉଛି।



